ପୋଲାଭରମ ପ୍ରକଳ୍ପ ଆରମ୍ଭ ଓଡିଶାର ଚିନ୍ତା : ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସୂଚନା ଖୁବଶିଘ୍ର ଚାଷୀ ହେବେ ଉପକୃତ

କନକବ୍ୟୁରୋ :  ୨୦୨୭ ସୁଦ୍ଧା ସରିବ ପୋଲାଭରମ ପ୍ରକଳ୍ପ। ଟ୍ବିଟ୍ କରି ଏଭଳି ସୂଚନା ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ। ପୋଲାଭରମ ପ୍ରକଳ୍ପ ସ୍ଥଳ ବୁଲିବା ସହ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଚନ୍ଦ୍ରବାବୁ ଲେଖିଛନ୍ତି, ଖୁବଶୀଘ୍ର ସବୁ ଚାଷୀଙ୍କୁ ଜଳ ଯୋଗାଇବା ସ୍ବପ୍ନ ପୂରା ହେବାକୁ ଯାଉଛି। ପ୍ରକଳ୍ପର ଅଗ୍ରଗତି ବୁଝିବା ସହ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ। ଗୋଟିଏ ପଟେ ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଏଭଳି ତତ୍ପରତା ଓଡ଼ିଶାବାସୀଙ୍କ ଚିନ୍ତା ବଢାଇଛି। କାରଣ ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରିର ଅନେକ ଗାଁ ଜଳ ସମାଧି ନେବ। ଦୀର୍ଘଦିନ ହେବ ପୋଲାଭରମକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି ।  ତେବେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ହାତଖୋଲା ଆର୍ଥିକ ସହାୟତା ଦେବା ପରେ ରକେଟ ବେଗରେ ଆଗକୁ ବଢୁଛି କାମ। ଏସବୁ ଭିତରେ ଓଡ଼ିଶା ସରକାରଙ୍କ ଆଗାମୀ ପଦକ୍ଷେପ କଣ ରହିବ ତାହା ଏବେ ସବୁଠୁ ବଡ ପ୍ରଶ୍ନ। ସୂଚନା ଅନୁଯାୟୀ ୧୯୭୬ରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ।  ଭାରତୀୟ ଜଳ ସମ୍ପଦ ମନ୍ତ୍ରଣାଳୟଦ୍ୱାରା ଜାତୀୟ ନଦୀ ସଂଯୋଗୀକରଣ ଯୋଜନା ମାଧ୍ୟମରେ ଦେଶରେ ଥବା ଚିରସ୍ରୋତା ତଥା ଜଳବହୁଳ ନଦୀଗୁଡିକୁ ଛୋଟ ଛୋଟ ନଦୀଗୁଡ଼ିକ ସହ ବିଭିନ୍ନ ଜଳଭଣ୍ଡାର ମାଧ୍ୟମରେ ସଂଯୋଗ କରି ଜଳାଭାବ ଥବା ଅଞ୍ଚଳଗୁଡିକୁ ଯୋଗାଇଦେବା ପାଇଁ ଏକ

ପୋଲାଭରମ ପ୍ରକଳ୍ପ ଆରମ୍ଭ ଓଡିଶାର ଚିନ୍ତା : ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସୂଚନା ଖୁବଶିଘ୍ର ଚାଷୀ ହେବେ ଉପକୃତ

କନକବ୍ୟୁରୋ :  ୨୦୨୭ ସୁଦ୍ଧା ସରିବ ପୋଲାଭରମ ପ୍ରକଳ୍ପ। ଟ୍ବିଟ୍ କରି ଏଭଳି ସୂଚନା ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ। ପୋଲାଭରମ ପ୍ରକଳ୍ପ ସ୍ଥଳ ବୁଲିବା ସହ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଚନ୍ଦ୍ରବାବୁ ଲେଖିଛନ୍ତି, ଖୁବଶୀଘ୍ର ସବୁ ଚାଷୀଙ୍କୁ ଜଳ ଯୋଗାଇବା ସ୍ବପ୍ନ ପୂରା ହେବାକୁ ଯାଉଛି।

ପ୍ରକଳ୍ପର ଅଗ୍ରଗତି ବୁଝିବା ସହ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ। ଗୋଟିଏ ପଟେ ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଏଭଳି ତତ୍ପରତା ଓଡ଼ିଶାବାସୀଙ୍କ ଚିନ୍ତା ବଢାଇଛି। କାରଣ ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରିର ଅନେକ ଗାଁ ଜଳ ସମାଧି ନେବ। ଦୀର୍ଘଦିନ ହେବ ପୋଲାଭରମକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । 

ତେବେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ହାତଖୋଲା ଆର୍ଥିକ ସହାୟତା ଦେବା ପରେ ରକେଟ ବେଗରେ ଆଗକୁ ବଢୁଛି କାମ। ଏସବୁ ଭିତରେ ଓଡ଼ିଶା ସରକାରଙ୍କ ଆଗାମୀ ପଦକ୍ଷେପ କଣ ରହିବ ତାହା ଏବେ ସବୁଠୁ ବଡ ପ୍ରଶ୍ନ। ସୂଚନା ଅନୁଯାୟୀ ୧୯୭୬ରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । 

ଭାରତୀୟ ଜଳ ସମ୍ପଦ ମନ୍ତ୍ରଣାଳୟଦ୍ୱାରା ଜାତୀୟ ନଦୀ ସଂଯୋଗୀକରଣ ଯୋଜନା ମାଧ୍ୟମରେ ଦେଶରେ ଥବା ଚିରସ୍ରୋତା ତଥା ଜଳବହୁଳ ନଦୀଗୁଡିକୁ ଛୋଟ ଛୋଟ ନଦୀଗୁଡ଼ିକ ସହ ବିଭିନ୍ନ ଜଳଭଣ୍ଡାର ମାଧ୍ୟମରେ ସଂଯୋଗ କରି ଜଳାଭାବ ଥବା ଅଞ୍ଚଳଗୁଡିକୁ ଯୋଗାଇଦେବା ପାଇଁ ଏକ ଯୋଜନା ଭାରତ ସରକାରଙ୍କଦ୍ୱାରା ଆରମ୍ଭ କରାଯାଇଥଲା ।

ଏହି ଯୋଜନାରେ ୧୪,୯୦୦ କିଲୋମିଟର ପରିବ୍ୟାପ୍ତ ଦେଶର ପ୍ରାୟ ୩୦ଟି ନଦୀକୁ ସଂଯୋଗ କରାଯାଇଥଲା । ତେବେ ଏହି ଯୋଜନା ମାଧ୍ୟମରେ ଗୋଦାବରୀ ନଦୀକୁ ଏକ ଚିରସ୍ରୋତା ତଥା ଜଳବହୁଳ ନଦୀଭାବେ ବିଚାର କରାଯାଇ ଆନ୍ଧ୍ରପ୍ରଦେଶରେ ପ୍ରବାହିତ ହେଉଥିବା ଅନ୍ୟତମ ଛୋଟ ନଦୀ କ୍ରିଷ୍ଣା (ଜଳବହୁଳ) ସହ ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ବହୁମୁଖୀ ଯୋଜନା ମାଧ୍ୟମରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା, ପୂର୍ବ ଏବଂ ପଶ୍ଚିମ ଗୋଦାବରୀ ଅଞ୍ଚଳ ତଥା କ୍ରିଷ୍ଣା ଜିଲ୍ଲାର ବହୁ ଅଞ୍ଚଳରେ ଜଳାଭାବ ଓ ବିଦ୍ୟୁତ ସମସ୍ୟାର ସମାଧାନ କରିବାକୁ ଆନ୍ଧ୍ର ଏବଂ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ । ୧୯୮୦ ମସିହାରେ ତତ୍କାଳୀନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତାଙ୍ଗୁତୁରୀ ଆନଜୟା ପୋଲାଭରମ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସ ହେବାଠାରୁ ୨୦୦୪ ମସିହା ପର୍ଯ୍ୟନ୍ତ ପ୍ରକଳ୍ପଟି ବିଭିନ୍ନ କାରଣବଶତଃ ଅକାମୀ ହୋଇ ରହିଥିଲା ।

ତେବେ ୨୦୦୪ ମସିହାରେ ୱାଇ.ଏସ. ରାଜଶେଖର ରେଡ୍ଡୀଙ୍କ ସରକାର ଶାସନକୁ ଆସିବା ପରେ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ଧ୍ର ସରକାର ୧୩.୨ ନିୟୁତ ଟଙ୍କା ମଞ୍ଜୁର କରିଥିଲେ । ତେବେ ଏହି ଅର୍ଥରାଶି ପ୍ରଥମେ ଜଳଭଣ୍ଡାରର ବାମପାର୍ଶ୍ୱରେ କେନାଲ ନିର୍ମାଣ ପାଇଁ ଟେଣ୍ଡର ମାଧ୍ୟମରେ ବ୍ୟୟବରାଦ କରାଗଲା ଏବଂ ପରେ ରାଜ୍ୟ ସରକାରଙ୍କଦ୍ୱାରା ଦକ୍ଷିଣ ପାର୍ଶ୍ୱର କେନାଲ ଖୋଦନ ପାଇଁ ମଧ୍ୟ ୧୩.୫୩ ନିୟୁତ ଟଙ୍କା ମଞ୍ଜୁର କରାଯାଇଥିଲା ।  ଅପରପକ୍ଷରେ ପଡୋଶୀ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼଼ଦ୍ୱାରା ଏହି ଜଳଭଣ୍ଡାରରେ ନିଜ ନିଜ ରାଜ୍ୟର କିଛି ଅଂଶ ଜଳମଗ୍ନ ହେବାକୁ ନେଇ ଆନ୍ଧ୍ର

ସରକାରଙ୍କ ସହ ମଳିତ ଭାବେ ଆଲୋଚନାର ପ୍ରସ୍ତାବ ରଖାଗଲା । ସେହିପରି ନିଜ ରାଜ୍ୟର ଜଳମଗ୍ନ ହେଉଥିବା ଅଞ୍ଚଳର ଲୋକମାନଙ୍କର ଥଇଥାନ ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରକୁ ପ୍ରସ୍ତାବ ଦେଲେ । ମାତ୍ର ପୋଲାଭରମ ଜଳଭଣ୍ଡାରର ନିର୍ମାଣଦ୍ୱାରା ଓଡ଼ିଶା କିମ୍ବା ଛତିଶଗଡ଼ର କୌଣସି ଅଂଶ ଜଳମଗ୍ନ ହେବନାହିଁ ବୋଲି ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ରାଜଶେଖର ରେଡ୍ଡୀ ପରେ ନିଜର ସ୍ପଷ୍ଟୀକରଣ ଦେଇଥିଲେ ।

ମାତ୍ର ନବୀନ ନିଜ ନିଷ୍ପତ୍ତିରେ ଅଟଳ ରହିବାରୁ ଜଳକୁ ନେଇ ଏହି ବିବାଦ ଘନୀଭୂତ ହେବାକୁ ଲାଗିଲା । ୨୦୧୦ ମସିହା ପର୍ଯ୍ୟନ୍ତ ଏହି ବିବାଦ ଲାଗି ରହିବା ପରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କଦ୍ୱାରା ସୁପ୍ରିମ କୋର୍ଟରେ ପୋଲାଭରମ ଜଳଭଣ୍ଡାରପ୍ରକଳ୍ପ ବିରୋଧରେ ଗୋଟିଏ ଲେଖାଏଁ ପିଟିସନ୍ ଦାୟର କରାଗଲା । ପରିବେଶ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଜଳ କମିଶନଙ୍କ ଉପଯୁକ୍ତ ମଞ୍ଜୁରୀ ବିନା ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢ଼େଇ ଚାଲିଛନ୍ତି ବୋଲି ଏହି ପିଟିସନରେ ଅଭିଯୋଗ କରାଯାଇଥିଲା ।

ପରେ ପରେ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ(ଜିଡବ୍ଲ୍ୟୁଡିଟି) ଅନ୍ତର୍ଗତ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଏକ ରାଜିନାମା ସ୍ୱାକ୍ଷର କଲେ । ଏହି ରାଜିନାମା ଫଳରେ ପୋଲାଭରମ ପ୍ରକଳ୍ପକୁ ସାଧାରଣ ସମୁଦ୍ର ପତ୍ତନଠାରୁ ୧୫୦ ଫୁଟ୍ ଉଚ୍ଚତାରେ ପୂର୍ଣ୍ଣ ଜଳଭଣ୍ଡାର ସ୍ତରରେ (ଏଫ୍ ଆର୍ ଏଲ) କରିବାକୁ ଆନ୍ଧ୍ରକୁ ଅନୁମତି ମିଳିଲା । ମାତ୍ର ପରେ ଓଡ଼ିଶା ଏହି ଜଳଭଣ୍ଡାରର ଜଳଧାରଣା କ୍ଷମତା ଉପରେ ପ୍ରଶ୍ନ ଉଠାଇ ପୁଣିଥରେ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ତ ହେଲା । ଏହି ଜଳଭଣ୍ଡାରଟି 5 ଅୟୁତ କ୍ୟୁସେକ୍ ଜଳଧାରଣା କ୍ଷମତା ରଖିଥିବାବେଳେ ଏତେ ମାତ୍ରାର ଜଳ ବହୁମାତ୍ରାରେ କିଛି ଅଞ୍ଚଳକୁ ସର୍ବାଦା ଜଳ ପ୍ଲାବିତ କରି ରଖିବ ବୋଲି ଓଡ଼ିଶା ନିଜର ଯୁକ୍ତି ବାଢିଥିଲା । ଚିରସ୍ରୋତା ଗୋଦାବରୀକୁ ମିଳୁଥିବା ଜଳର କମ୍ ବ୍ୟବହାର ହେତୁ ଆନ୍ଧ୍ରପ୍ରଦେଶରେ ବନ୍ୟା ଆସିଥାଏ । 

ଏବଂ ପ୍ରତି ଦଶନ୍ଧି ମଧ୍ୟରେ ଅତି କମରେ ଥରେ ଏହି ବନ୍ୟା କରାଳ ରୂପ ଧାରଣ କରି ବିଶାଖପାଟନମ୍ ଏବଂ ଏହାର ଆଖାପାଖ ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟାଇଥାଏ । ତେବେ ୧୯୫୩ମସିହାଠାରୁ ୨୦୧୧ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ବନ୍ୟାଦ୍ୱାରା ୫୫୮ ନିୟୁତ ଟଙ୍କାର କ୍ଷତି ଘଟିଛି, ଯାହାକି ଭାରତର ମୋଟ ବନ୍ୟା କ୍ଷତିର ୨୬ ପ୍ରତିଶତ । ଏଣୁ ଆନ୍ଧ୍ରରେ ବନ୍ୟାକୁ ରୋକିବା ପାଇଁ ପୋଲାଭରମଠାରେ ଜଳଭଣ୍ଡାରକୁ ସାଧାରଣ ଜଳପତ୍ତନଠାରୁ ଅଧିକ କରାଯିବା ଉଚିତ୍ ବୋଲି ଆନ୍ଧ୍ର ନିଜ ଯୁକ୍ତିରେ ଦର୍ଶାଇ ଆସିଛି ।

ଅନ୍ୟପଟେ ଓଡ଼ିଶା ଏବଂ ଛତିଶଗଡ଼ ନିଜ ନିଜ ଅଞ୍ଚଳକୁ ନେଇ ଚିନ୍ତିତ । ୨୦୧୩ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା କମିଶନ ଅଧ୍ୟକ୍ଷ ମଣ୍ଟେକ୍ ସିଂହ ଆଲୁୱାଲିଆଙ୍କୁ ଚିଠି ଲେଖି ସେଥିରେ ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି, ଏଣୁ ଯେପର୍ଯ୍ୟନ୍ତ ରାୟ ପ୍ରକାଶ ନ ପାଇଛି ସେତେବେଳ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖାଯାଉ ବୋଲି ଦର୍ଶାଇଥିଲେ ।

ଏହାଛଡା ଏହି ପ୍ରକଳ୍ପଦ୍ୱାରା ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ତରଫରୁ ଜନଶୁଣାଣି କରାଯିବାର ମଧ୍ୟ ଶ୍ରୀ ପଟ୍ଟନାୟକ ନିଜ ଚିଠିରେ ଲେଖିଥିଲେ । ତେବେ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ସର୍ତ୍ତଗୁଡିକୁ ଠିକଭାବେ ଯାଞ୍ଚ ନ କରାଯାଇ କେନ୍ଦ୍ରୀୟ ଜଳ କମିଶନ ଓ ଯାନ୍ତ୍ରୀକ ଉପଦେଷ୍ଟା କମିଟିଦ୍ୱାରା ପୋଲାଭରମକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ । 

ବିସ୍ଥାପିତମାନଙ୍କ ପୂର୍ଣ୍ଣ ଥଇଥାନ ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ଦିଆଯିବା ପର୍ଯ୍ୟନ୍ତ ଏହି ପ୍ରକଳ୍ପକୁ ଓଡ଼ିଶା ବିରୋଧ କରିବ ବୋଲି ପଟ୍ଟନାୟକ ବିବିନ୍ନ ଗଣମାଧ୍ୟମରେ ମଧ୍ୟ କହିଥିଲେ । ଅପରପକ୍ଷରେ ଯଦି ଜଳଭଣ୍ଡାରଟି ସମୁଦ୍ରପତ୍ତନଠାରୁ ଏତେ ଉପରେ କରାଯାଏ, ତେବେ ଓଡ଼ିଶାର ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ।

ତେବେ କିଛିଦିନ ତଳେ କୋଣ୍ଟାଠାରେ(ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ର ମିଳନସ୍ଥଳ) ସାବରୀ ନଦୀ ଉପରେ ଏକ ଜଳବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ିଶା ଏବଂ ଛତିଶଗଡ଼ ଏକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ମାତ୍ର ଏହାକୁ ଆହୁରି ତଳକୁ ଖସାଇ ଆନ୍ଧ୍ର ସୀମା ମଧ୍ୟରେ କରିବାକୁ ଆନ୍ଧ୍ର ପ୍ରସ୍ତାବ ଦେଇଛି । ଯାହା ଫଳରେ ପୋଲୀଭରମ୍ ମଧ୍ୟରେ ପ୍ରବେଶ କରୁଥିବା ମାତ୍ରଧିକ ଜଳରାଶି ଉପରେ ନିୟନ୍ତ୍ରଣ ରକ୍ଷା କରାଯାଇ ପାରିବ । ତେବେ ଏତେ ସବୁ ପରେ ପୋଲାଭରମକୁ ନେଇ ନାନା ସମୟରେ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ବିବାଦ ଲାଗିରହିଛି । ମାତ୍ର ଗତମାସରେ କେନ୍ଦ୍ର ସରକାର ପୋଲାଭରକୁ ସ୍ୱକୃତି ପ୍ରଦାନ କରିଛନ୍ତି ।