ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୀରବତା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ: ପ୍ରଦୀପ

ଭୁବନେଶ୍ୱର,୩୦।୭(ଅନିଲଦାସ):ଓଡ଼ିଶା ସ୍ବାର୍ଥର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ନିକଟରେ ଶେଷ ହୋଇଥିବା ନୀତି ଆୟୋଗ ବୈଠକରେ ପୋଲାଭରମ୍‌ ପ୍ରସଙ୍ଗ ନ ଉଠାଇବା ସମସ୍ତ ଓଡ଼ିଆଙ୍କୁ ବ୍ୟଥିତ କରିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ବିଜେଡି ମୁଖପାତ୍ର ପ୍ରଦୀପ ମାଝୀ କହିଛନ୍ତି। ସୋମବାର ଶଙ୍ଖଭବନଠାରେ ଅନୁଷ୍ଠିତ ଏକ ଖବରଦତା ସମ୍ମିଳନୀରେ ସେ କହିଛନ୍ତି, ପୋଲାଭରମ୍‌ ପ୍ରକଳ୍ପକୁ ଦୀର୍ଘବର୍ଷ ହେଲା ଓଡ଼ିଶା ବିରୋଧ କରି ଆସୁଛି […] The post ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୀରବତା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ: ପ୍ରଦୀପ appeared first on Dharitri Odia News.

ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୀରବତା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ: ପ୍ରଦୀପ

ଭୁବନେଶ୍ୱର,୩୦।୭(ଅନିଲଦାସ):ଓଡ଼ିଶା ସ୍ବାର୍ଥର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ନିକଟରେ ଶେଷ ହୋଇଥିବା ନୀତି ଆୟୋଗ ବୈଠକରେ ପୋଲାଭରମ୍‌ ପ୍ରସଙ୍ଗ ନ ଉଠାଇବା ସମସ୍ତ ଓଡ଼ିଆଙ୍କୁ ବ୍ୟଥିତ କରିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ବିଜେଡି ମୁଖପାତ୍ର ପ୍ରଦୀପ ମାଝୀ କହିଛନ୍ତି। ସୋମବାର ଶଙ୍ଖଭବନଠାରେ ଅନୁଷ୍ଠିତ ଏକ ଖବରଦତା ସମ୍ମିଳନୀରେ ସେ କହିଛନ୍ତି, ପୋଲାଭରମ୍‌ ପ୍ରକଳ୍ପକୁ ଦୀର୍ଘବର୍ଷ ହେଲା ଓଡ଼ିଶା ବିରୋଧ କରି ଆସୁଛି ା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଛତିଶଗଡ଼ ସମେତ ମାଲକାନଗିରି ଜିଲାର ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଜୀବନଜୀବିକା ପ୍ରଭାବିତ ହେବ। କିନ୍ତୁ ବିଡ଼ମ୍ବନାର ବିଷୟ ରାଜ୍ୟ ସରକାର ଏହି ବାବଦରେ ସମ୍ପୂର୍ଣ୍ଣ ଚୁପ୍‌ ରହିଛନ୍ତି ା ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲା ବିଚାରାଧୀନ ଥିବା ସମୟରେ ଚଳିତ ବଜେଟରେ ଏକତରଫା ଭାବେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ରର ଭାଜପା ସରକାର ଅର୍ଥ ମଞ୍ଜୁର କରିବା ଦୁର୍ଭାଗ୍ୟଜନକ। ଏଥିସହିତ ନିକଟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ୨୦୨୬ ମାର୍ଚ୍ଚ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ା
ପ୍ରକଳ୍ପ ହେବା ଦ୍ୱାରା ଆଦିବାସୀଙ୍କ ସ୍ବାର୍ଥହାନି ହେଉଥିଲା ବେଳେ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇ ମଧ୍ୟ ଚୁପ୍‌ ରହିବା ଦୁର୍ଭାଗ୍ୟଜନକ ା ତୁରନ୍ତ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପ୍ରଦୀପ କହିଛନ୍ତି।

The post ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୀରବତା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ: ପ୍ରଦୀପ appeared first on Dharitri Odia News.