ପୋଲିସ ଅଫିସରଙ୍କୁ ହତ୍ୟା
ପାଟନା,୧୩ା୩: ବିହାରର ଅରାରିଆ ଜିଲାରେ ଜଣେ ପୋଲିସ ଅଫିସର ଅପରାଧୀ ଅନମୋଲ ଯାଦବଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ପିଟି ହତ୍ୟା କରାଯାଇଛି। ଫୁଲକହା ଥାନା ଅଧୀନ ଲକ୍ଷ୍ମୀପୁର ଗ୍ରାମରେ ଏହି ଘଟଣା ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଏଏସ୍ଆଇ ସଞ୍ଜୀବ କୁମାର ମଲ୍ଲଙ୍କୁ ନିର୍ଘାତ ପିଟିଥିଲେ। ମାନିକପୁର-ନରପତଗଞ୍ଜର ଅନମୋଲଙ୍କ ନାମରେ ଗିରଫ ପରଓ୍ବାନା ଥିବାବେଳେ ସେ ଫେରାର ଥିଲେ। ତାଙ୍କୁ ଧରିବା ପାଇଁ ରାଜୀବ ଯାଇଥିଲେ। ଏକ ବିବାହ ପେଣ୍ଡଲ ନିକଟରେ ଉପସ୍ଥିତ […] The post ପୋଲିସ ଅଫିସରଙ୍କୁ ହତ୍ୟା appeared first on Dharitri Odia News.
ପାଟନା,୧୩ା୩: ବିହାରର ଅରାରିଆ ଜିଲାରେ ଜଣେ ପୋଲିସ ଅଫିସର ଅପରାଧୀ ଅନମୋଲ ଯାଦବଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ପିଟି ହତ୍ୟା କରାଯାଇଛି। ଫୁଲକହା ଥାନା ଅଧୀନ ଲକ୍ଷ୍ମୀପୁର ଗ୍ରାମରେ ଏହି ଘଟଣା ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଏଏସ୍ଆଇ ସଞ୍ଜୀବ କୁମାର ମଲ୍ଲଙ୍କୁ ନିର୍ଘାତ ପିଟିଥିଲେ। ମାନିକପୁର-ନରପତଗଞ୍ଜର ଅନମୋଲଙ୍କ ନାମରେ ଗିରଫ ପରଓ୍ବାନା ଥିବାବେଳେ ସେ ଫେରାର ଥିଲେ। ତାଙ୍କୁ ଧରିବା ପାଇଁ ରାଜୀବ ଯାଇଥିଲେ। ଏକ ବିବାହ ପେଣ୍ଡଲ ନିକଟରେ ଉପସ୍ଥିତ ଥିବା ଅନମୋଲଙ୍କୁ ପୋଲିସ ଗିରଫ କଲାବେଳେ ଗ୍ରାମବାସୀ ଘେରିଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ।
ସେମାନେ ଅନମୋଲଙ୍କୁ ପୋଲିସ କବଳରୁ ଖସାଇ ନେଇଥିଲେ। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଏଏସ୍ଆଇଙ୍କୁ ଫରବେସ୍ଗଞ୍ଜ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
The post ପୋଲିସ ଅଫିସରଙ୍କୁ ହତ୍ୟା appeared first on Dharitri Odia News.