ପୋଲିସ ଇନଫର୍ମର ସନ୍ଦେହ, ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି ୨୨।୬: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମୃତକଙ୍କ ମଧ୍ୟରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଛତିଶଗଡ ପାମେଡ ଥାନା ଅନ୍ତର୍ଗତ ଯମପୁରମ ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ  ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ନକ୍ସଲ ମାନେ ହତ୍ୟା କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ପରେ ମାଓବାଦୀ ମାନେ ଏକ ହାତଲେଖା ପୋଷ୍ଟର ମଧ୍ୟ ଛାଡି ଦେଇଛନ୍ତି । ଶନିବାର ରାତିରେ ୧୫ରୁ ୨୦ଜଣ ମାଓବାଦୀ ଯମପୁରମ ଗାଁରେ ପହଞ୍ଚି ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ହିଂସାକାଣ୍ଡ ଘଟାଇଥିବା ମାଓବାଦୀଙ୍କୁ ଉଚିତ ଜବାବ ଦେବା ଲାଗି ସେଠାରେ ଅପରେସନ ଆରମ୍ଭ ହୋଇଥିବା ନେଇ ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି  ।You Can Read:ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ପରିବାର ଆଣିଲେ ଅବହେଳା ଅଭିଯୋଗ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ 

ପୋଲିସ ଇନଫର୍ମର ସନ୍ଦେହ, ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି ୨୨।୬: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମୃତକଙ୍କ ମଧ୍ୟରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲ ରହିଛନ୍ତି । 

ସୂଚନାଯୋଗ୍ୟ ଯେ, ଛତିଶଗଡ ପାମେଡ ଥାନା ଅନ୍ତର୍ଗତ ଯମପୁରମ ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ  ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ନକ୍ସଲ ମାନେ ହତ୍ୟା କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ପରେ ମାଓବାଦୀ ମାନେ ଏକ ହାତଲେଖା ପୋଷ୍ଟର ମଧ୍ୟ ଛାଡି ଦେଇଛନ୍ତି । ଶନିବାର ରାତିରେ ୧୫ରୁ ୨୦ଜଣ ମାଓବାଦୀ ଯମପୁରମ ଗାଁରେ ପହଞ୍ଚି ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ହିଂସାକାଣ୍ଡ ଘଟାଇଥିବା ମାଓବାଦୀଙ୍କୁ ଉଚିତ ଜବାବ ଦେବା ଲାଗି ସେଠାରେ ଅପରେସନ ଆରମ୍ଭ ହୋଇଥିବା ନେଇ ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି  ।

You Can Read:

ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ପରିବାର ଆଣିଲେ ଅବହେଳା ଅଭିଯୋଗ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ