ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଭବାନୀପାଟଣା, ୩ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେଶନର ଇନ୍ସପେକ୍ଟର ବୀରବର ଭଗତଙ୍କୁ ମଦନପୁର ରାମପୁର ଥାନାକୁ ବଦଳି ହୋଇଛି । ମଦନପୁର ରାମପୁର ଥାନା ଅଧିକାରୀ ସୁଦର୍ଶନ ନାଏକଙ୍କୁ ଧର୍ମଗଡ ଥାନାକୁ ବଦଳି ହୋଇଛି। ଧର୍ମଗଡ ଥାନାର ଇନ୍ସପେକ୍ଟର ପ୍ରଶାନ୍ତ କୁମାର କୋଲାହରାସଙ୍କୁ ଆମପାଣି ଥାନାକୁ ବଦଳି ହୋଇଛି। କେଗାଁ ଥାନା ଇନ୍ସପେକ୍ଟର ମୁକୁନ୍ଦ ଦେବ ନାଏକଙ୍କୁ ଆମପାଣି […] The post ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ appeared first on Dharitri Odia News.

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଭବାନୀପାଟଣା, ୩ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେଶନର ଇନ୍ସପେକ୍ଟର ବୀରବର ଭଗତଙ୍କୁ ମଦନପୁର ରାମପୁର ଥାନାକୁ ବଦଳି ହୋଇଛି । ମଦନପୁର ରାମପୁର ଥାନା ଅଧିକାରୀ ସୁଦର୍ଶନ ନାଏକଙ୍କୁ ଧର୍ମଗଡ ଥାନାକୁ ବଦଳି ହୋଇଛି। ଧର୍ମଗଡ ଥାନାର ଇନ୍ସପେକ୍ଟର ପ୍ରଶାନ୍ତ କୁମାର କୋଲାହରାସଙ୍କୁ ଆମପାଣି ଥାନାକୁ ବଦଳି ହୋଇଛି। କେଗାଁ ଥାନା ଇନ୍ସପେକ୍ଟର ମୁକୁନ୍ଦ ଦେବ ନାଏକଙ୍କୁ ଆମପାଣି ଥାନାକୁ ବଦଳି ନିର୍ଦ୍ଦେଶ ବାତିଲ କରାଯାଇ କେଗାଁ ଥାନାରେ ପୁନର୍ବାର ରଖାଯାଇଛି। ଆମପାଣି ଥାନାର ଇନ୍ସପେକ୍ଟରଙ୍କୁ କୋକସରା ଥାନାକୁ ବଦଳି କରାଯାଇଛି। କୋକସରା ଥାନାର ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ କଳାହାଣ୍ଡି ଆଇୟୁସିଏଡବ୍ଲ୍ୟୁକୁ ବଦଳି ହୋଇଛି । ସେହିଭଳି ଜିଲା ପୋଲିସ ମୁଖ୍ୟାଳୟର ଆଇୟୁସିଏଡବ୍ଲ୍ୟୁରେ ଥିବା ଇନ୍ସପେକ୍ଟର ବିଜୟ ଲକ୍ଷ୍ମୀ ହିକୋକାଙ୍କୁ ସାଇବର ଓ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେଶନକୁ ବଦଳି ହୋଇଛି। କଲମପୁର ଥାନାର ଇନ୍ସପେକ୍ଟର ନିଲାମ୍ବର ଜାନିଙ୍କୁ ସାଇବର କ୍ରାଇମ ଥାନାକୁ ବଦଳି କରାଯାଇଛି।

The post ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ appeared first on Dharitri Odia News.