ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ
ଗୋପାଳପୁର/ବ୍ରହ୍ମପୁର, ୨/୮(ନବୀନ ରାଜ ଆଚାରୀ/ସୁବାସ ଚନ୍ଦ୍ର ପାଢ଼ୀ): କିଛି ବର୍ଷ ବ୍ୟବଧାନରେ ୍ରହ୍ମପୁର ପୋଲିସ ଜିଲାରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଓରଫ ମାଲ ନାହାକ(୨୯) ଆହତ ହୋଇଛି। ଘଟଣାଟି ପିତାତଳି-ସୋର୍ଲା ରୋଡ ନିକଟରେ ଶନିବାର ଭୋର ପ୍ରାୟ ସାଢେ ୫ଟା’ବେଳେ ଘଟିଛି। ଗୋଳନ୍ଥରା ପୋଲିସ ଅଧିକାରୀଙ୍କ ଗୁଳି ସୁନୀଲଙ୍କ ବାମ ଗୋଢ଼ ଜଙ୍ଘ ପାଖରେ ବାଜିଛି। ସେ ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ୨୧ ହଜାର ଟଙ୍କା, ୭.୬୫ ଏମଏମ ବନ୍ଧୁକ, ୩ଟି ଜୀବନ୍ତ […] The post ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ appeared first on Dharitri Odia News.
ଗୋପାଳପୁର/ବ୍ରହ୍ମପୁର, ୨/୮(ନବୀନ ରାଜ ଆଚାରୀ/ସୁବାସ ଚନ୍ଦ୍ର ପାଢ଼ୀ): କିଛି ବର୍ଷ ବ୍ୟବଧାନରେ ୍ରହ୍ମପୁର ପୋଲିସ ଜିଲାରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଓରଫ ମାଲ ନାହାକ(୨୯) ଆହତ ହୋଇଛି। ଘଟଣାଟି ପିତାତଳି-ସୋର୍ଲା ରୋଡ ନିକଟରେ ଶନିବାର ଭୋର ପ୍ରାୟ ସାଢେ ୫ଟା’ବେଳେ ଘଟିଛି। ଗୋଳନ୍ଥରା ପୋଲିସ ଅଧିକାରୀଙ୍କ ଗୁଳି ସୁନୀଲଙ୍କ ବାମ ଗୋଢ଼ ଜଙ୍ଘ ପାଖରେ ବାଜିଛି। ସେ ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ୨୧ ହଜାର ଟଙ୍କା, ୭.୬୫ ଏମଏମ ବନ୍ଧୁକ, ୩ଟି ଜୀବନ୍ତ ଗୁଳି ଓ ବାଇକ ଜବତ କରିଛି l ଘଟଣାସ୍ଥଳ ଜଣେ ଚମ୍ପଟ ମାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି l
ସୁନୀଲଙ୍କ ନାଁ’ରେ ବିଭିନ୍ନ ଥାନାରେ ୨୦ ରୁ ଅଧିକ ସଙ୍ଗୀନ ମାମଲା ରହିଥିବା ପୋଲିସ କହିଛି। ଗତ ୨୨ ତାରିଖ ରାତ୍ର ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାରରେ ରହୁଥିବା ଶୁଭଶ୍ରୀ ଜେନା ନିଜ ପୁଅକୁ ଟିଉସନ୍ରୁ ଧରି ଫେରୁଥିବାବେଳେ ଘର ନିକଟରେ ସୁନୀଲ ତାଙ୍କ ଗାଢ଼ି ଅଟକାଇ ତାଙ୍କ ଉପରକୁ ଫାଏରିଂ କରି ଦୁଇ ଭରିରର ସୁନା ହାର ନେଇଥିଲେ ଯାହାକି ପୋଲିସ ଜାଣିବାକୁ ପାଇଛି। ଏମକେସିଜିରେ ଏବେ ପୋଲିସ ହେପାଜତରେ ସୁନୀଲ ରହି ଚିକିତ୍ସିତ ହେଉଛନ୍ତି।
ଘଟଣାରୁ ପ୍ରକାଶ ଯେ , ଉକ୍ତ ସୁନୀଲ ଜାତୀୟ ରାଜପଥ ଗୋଳନ୍ଥରା ଦେଇ ଚିକିଟି ଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ଣା ବିବେକ ଏମ. ଖବର ପାଇଥିଲେ। ଏସପିନଜ ନିର୍ଦେଶରେ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ, ଏସଆଇ ସିଲୁ ଧଳ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପୋଲିସ ଗାଢିରେ ତାଙ୍କର ପିଛା କରିଥିଲେ। ପିତାତଳି ପୂର୍ବରୁ ପୋଲିସ ଗାଁକୁ ଦେଖି ସୁନୀଲ ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଫାଏରିଂ କରିଥିଲେ। ପୋଲିସ ମଧ୍ୟ ପାଲଟା ଆକ୍ରମଣ କରି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଫାଏରିଂ କରିଥିଲା। ଗୋଟିଏ ଗୁଳି ସୁନୀଲଙ୍କ ଆଣ୍ଠୁକୁ ମାଡ଼ ହେବା ପରେ ସେ ତଳେ ପଡି ଯାଇଥିଲେ। ପୋଲିସ ତାଙ୍କୁ ସେଠାରୁ କାବୁ କରି ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଘଟଣାର ତଦନ୍ତ କରୁଛି। କିଛି ସମୟ ପରେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେ ଏମ ଘଟଣାସ୍ଥଳକୁ ପରିଦର୍ଶନ କରିବା ସହ ୧୨ ଟା ସମୟ ଗୋଳନ୍ଥରା ଥାନା ରେ ଘଟଣା ନେଇ ପ୍ରେସମିଟ କରିବା ନେଇ ସୂଚନା ମିଳିଛି l
The post ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ appeared first on Dharitri Odia News.