ପୋଲିସ-ଜନତା ଖଣ୍ଡଯୁଦ୍ଧ
ପୋଲିସ-ଜନତା ଖଣ୍ଡଯୁଦ୍ଧ। ରାଉରକେଲା ବନ୍ଧମୁଣ୍ଡାରେ ଆରଏସପିର ତୃତୀୟ ରେଳ ଲାଇନ ନିର୍ମାଣ ବେଳେ ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଆନ୍ଦୋଳନ ବେଳେ ଜେସିବିରେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆଉ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ପରେ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।