ପୋଲିସ ବାବୁ ଲାଞ୍ଚରେ ମାଗିଲେ ୫ କେଜି ଆଳୁ! ଚାକିରୀରୁ ନିଲମ୍ବିତ
କନୌଜ: ଆଳୁ ଦର ବୃଦ୍ଧି ଏବେ ଦେଶରେ ଚିନ୍ତାର କାରଣ ହେଲାଣି। ପରିସ୍ଥିତି ଏବେ ଏପରି ହେଲାଣି ଯେ ଥାନା ବାବୁ ଲାଞ୍ଚରେ ଆଳୁ ମାଗୁଲେଣି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ କନୌଜରେ ଦେଖିବାକୁ ମିଳିଛି। କନୌଜ ଥାନା ଅଧିକାରୀଙ୍କ ସମ୍ପର୍କିତ ଏକ କଲ ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଲ ରେକର୍ଡିଂରେ ଥାନା ବାବୁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚରେ ୫ କେଜି ଆଳୁ ମାଗୁଥିବା ଶୁଣାଯାଉଛି। କୁହାଯାଉଛି ଥାନା ବାବୁ ଲାଞ୍ଚ ପାଇଁ କୋଡୱାର୍ଡରେ ଆଳୁ ମାଗିଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ଥାନା ବାବୁଙ୍କ ଦାବି ପୂରଣ କରିବାକୁ ନିଜର ଅସମର୍ଥତା ପ୍ରକାଶ କରିବାରୁ ଶେଷରେ ଡିଲ ୩ କେଜି ଆଳୁରେ ହୋଇଥିଲା। ଏହି ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନଜରକୁ ଆସିବାରୁ ସେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ସମ୍ପୃକ୍ତ ଥାନା ବାବୁଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ବେଳେ ମାମଲାର ତଦନ୍ତ ଆରମ୍ଭ ହୋଇଛି। କୁହାଯାଉଛି ତଦନ୍ତ ରିପୋର୍ଟ ଆସିବା ପରେ ଥାନାବାବୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ। ପୁରା ପ୍ରକରଣ କନୌଜ ଜନପଦର ଛିବରାମଉ ଥାନା ଅଞ୍ଚଳର ବହବଲପୁର ଚପୁନ୍ନା ଫାଣ୍ଡିର। ଫାଣ୍ଡି ଇନଚାର୍ଜ ରାମକୃପାଲଙ୍କ ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଡିଓରୁ ଯାହା ଶୁଣା ଯାଉଛି ଥାନାବାବୁ ଫୋନରେ ଅଭିଯୁକ୍ତକୁ ୫ କେଜି ଆଳୁ ପହଞ୍ଚାଇବାକୁ କହୁଛନ୍ତି। ତେବେ ଏଥିରେ ସେ
କନୌଜ: ଆଳୁ ଦର ବୃଦ୍ଧି ଏବେ ଦେଶରେ ଚିନ୍ତାର କାରଣ ହେଲାଣି। ପରିସ୍ଥିତି ଏବେ ଏପରି ହେଲାଣି ଯେ ଥାନା ବାବୁ ଲାଞ୍ଚରେ ଆଳୁ ମାଗୁଲେଣି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ କନୌଜରେ ଦେଖିବାକୁ ମିଳିଛି। କନୌଜ ଥାନା ଅଧିକାରୀଙ୍କ ସମ୍ପର୍କିତ ଏକ କଲ ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଲ ରେକର୍ଡିଂରେ ଥାନା ବାବୁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚରେ ୫ କେଜି ଆଳୁ ମାଗୁଥିବା ଶୁଣାଯାଉଛି। କୁହାଯାଉଛି ଥାନା ବାବୁ ଲାଞ୍ଚ ପାଇଁ କୋଡୱାର୍ଡରେ ଆଳୁ ମାଗିଥିଲେ।
ତେବେ ସମ୍ପୃକ୍ତ ବ୍ୟକ୍ତି ଥାନା ବାବୁଙ୍କ ଦାବି ପୂରଣ କରିବାକୁ ନିଜର ଅସମର୍ଥତା ପ୍ରକାଶ କରିବାରୁ ଶେଷରେ ଡିଲ ୩ କେଜି ଆଳୁରେ ହୋଇଥିଲା। ଏହି ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନଜରକୁ ଆସିବାରୁ ସେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ସମ୍ପୃକ୍ତ ଥାନା ବାବୁଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ବେଳେ ମାମଲାର ତଦନ୍ତ ଆରମ୍ଭ ହୋଇଛି। କୁହାଯାଉଛି ତଦନ୍ତ ରିପୋର୍ଟ ଆସିବା ପରେ ଥାନାବାବୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ।
ପୁରା ପ୍ରକରଣ କନୌଜ ଜନପଦର ଛିବରାମଉ ଥାନା ଅଞ୍ଚଳର ବହବଲପୁର ଚପୁନ୍ନା ଫାଣ୍ଡିର। ଫାଣ୍ଡି ଇନଚାର୍ଜ ରାମକୃପାଲଙ୍କ ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଡିଓରୁ ଯାହା ଶୁଣା ଯାଉଛି ଥାନାବାବୁ ଫୋନରେ ଅଭିଯୁକ୍ତକୁ ୫ କେଜି ଆଳୁ ପହଞ୍ଚାଇବାକୁ କହୁଛନ୍ତି। ତେବେ ଏଥିରେ ସେ ନିଜର ଅସମର୍ଥତା ପ୍ରକାଶ କରୁଛି। ଏଥିରେ ଥାନା ବାବୁ ତାକୁ ନିଜର ଜାମିନ କରାଇ ନେବାକୁ ଧମକ ଦେଉଛନ୍ତି। ଅପରପଟେ ବ୍ୟକ୍ତି ଜଣକ ବହୁତ କ୍ଷତି ହୋଇଥିବା ଓ ସେ ମାତ୍ର ୨ କେଜି ଆଳୁ ଦେଇ ପାରିବେ ବୋଲି କହୁଥିବାର ଶୁଣା ଯାଉଛି।
ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସପି ଅମିତ କୁମାର ଫାଣ୍ଡି ଆଇଆଇସିଙ୍କୁ ତତ୍କାଳ ଚାକିରୀରୁ ନିଲମ୍ବିତ କରିଛନ୍ତି। ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୁହାଯାଉଛି ଥାନା ବାବୁ କୋଡ ୱାର୍ଡରେ ଲାଞ୍ଚ ମାଗୁଥିଲେ। ତେବେ ମାମଲାର ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।