ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ
ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବିଜାପୁର ଜିଲାର ଡିଆର୍ଜି ଓ ଏସ୍ଟିଏଫ୍ ବାହିନୀ ଆବୁଜମାଡ଼ ଜଙ୍ଗଲ ଏବଂ ଟେରମେଟ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିଲେ। ସେତିକିବେଳେ ଜଙ୍ଗଳରେ ଉପସ୍ଥିତ ଥିବା ମାଓବାଦୀମାନେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଫୁଟାଇଥିଲେ। ଫଳରେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ୧ […] The post ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ appeared first on Dharitri Odia News.
ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ବିଜାପୁର ଜିଲାର ଡିଆର୍ଜି ଓ ଏସ୍ଟିଏଫ୍ ବାହିନୀ ଆବୁଜମାଡ଼ ଜଙ୍ଗଲ ଏବଂ ଟେରମେଟ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିଲେ। ସେତିକିବେଳେ ଜଙ୍ଗଳରେ ଉପସ୍ଥିତ ଥିବା ମାଓବାଦୀମାନେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଫୁଟାଇଥିଲେ। ଫଳରେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ୧ ଘଣ୍ଟା ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଆକ୍ରମଣକୁ ସାମନା କରି ନ ପାରି ଜଙ୍ଗଲ ଭିତରକୁ ଛତ୍ରଭଙ୍ଗ ଦେଇଥିଲେ।
ପରେ ଯବାନଙ୍କ ଦ୍ୱାରା ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସେତିକିବେଳେ ଯବାନମାନେ ୨ମହିଳାଙ୍କ ସହ ୭ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏପରିକି ଏକେ ୪୭ ବନ୍ଧୁକ ସହ ବିିଭିନ୍ନ ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତ ମାଓବାଦୀଙ୍କ ପରିଚୟ ମିଳି ନ ଥିବା ବେଳେ ସର୍ଚ୍ଚ ଅପରେସନ ସରିବା ପରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ବିଜାପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
The post ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ appeared first on Dharitri Odia News.