ପୋଲିସ ମେଳି ପ୍ରସଙ୍ଗ, ଅଡୁଆରେ ଅଫିସର
ଭୁବନେଶ୍ୱର,୨୪ା୯(ସତ୍ୟଜିତ୍ ରାଉତ): ଭରତପୁର ଥାନା ନିର୍ଯାତନା ଘଟଣାରେ ଏକପାଖିଆ ନିଷ୍ପତ୍ତି ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଉଠାଇ ଏହା ପ୍ରତିବାଦରେ ଗତ ୨୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ରିଜର୍ଭ ପୋଲିସ ପଡିଆରେ ଶତାଧିକ ପୋଲିସ ମେଳି ବାନ୍ଧିଥିଲେ। କନ୍ଷ୍ଟେବଲଠୁ ଆରମ୍ଭ କରି, ଇନ୍ସପେକ୍ଟର ଓ ଏସିପିମାନେ ପଡିଆରେ ଏକାଠି ହୋଇ ନୀରବ ପ୍ରତିବାଦ କରିଥିଲେ। ତେବେ ଡ୍ୟୁଟି ସମୟରେ ମେଳି ବାନ୍ଧିଥିବା ଏହି ଅଫିସରମାନେ ଅଡୁଆରେ ପଡିଛନ୍ତି। ଏନେଇ ଭୁବନେଶ୍ୱର ରିଜର୍ଭ ଇନ୍ସ୍ପେକ୍ଟର ଭୁବନେଶ୍ୱରର ସମସ୍ତ ଥାନା […] The post ପୋଲିସ ମେଳି ପ୍ରସଙ୍ଗ, ଅଡୁଆରେ ଅଫିସର appeared first on Dharitri Odia News.
ଭୁବନେଶ୍ୱର,୨୪ା୯(ସତ୍ୟଜିତ୍ ରାଉତ): ଭରତପୁର ଥାନା ନିର୍ଯାତନା ଘଟଣାରେ ଏକପାଖିଆ ନିଷ୍ପତ୍ତି ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଉଠାଇ ଏହା ପ୍ରତିବାଦରେ ଗତ ୨୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ରିଜର୍ଭ ପୋଲିସ ପଡିଆରେ ଶତାଧିକ ପୋଲିସ ମେଳି ବାନ୍ଧିଥିଲେ। କନ୍ଷ୍ଟେବଲଠୁ ଆରମ୍ଭ କରି, ଇନ୍ସପେକ୍ଟର ଓ ଏସିପିମାନେ ପଡିଆରେ ଏକାଠି ହୋଇ ନୀରବ ପ୍ରତିବାଦ କରିଥିଲେ।
ତେବେ ଡ୍ୟୁଟି ସମୟରେ ମେଳି ବାନ୍ଧିଥିବା ଏହି ଅଫିସରମାନେ ଅଡୁଆରେ ପଡିଛନ୍ତି। ଏନେଇ ଭୁବନେଶ୍ୱର ରିଜର୍ଭ ଇନ୍ସ୍ପେକ୍ଟର ଭୁବନେଶ୍ୱରର ସମସ୍ତ ଥାନା ଆଇଆଇସିଙ୍କୁ ଚିଠି ଲେଖିଛନ୍ତି। ୨୧ ତାରିଖ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଥାନାରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ତାଲିକା ମଗାଯାଇଛି। ଏଥିସହ ସେହି ସମୟରେ ଥାନାର ଡିସିଓ, ଏମ୍ରଜେନ୍ସି, ସେଣ୍ଟ୍ରିମାନଙ୍କ ତାଲିକା ଦେବାକୁ କୁହାଯାଇଛି। ସୋମବାର ଦିନ ୨ଟା ସୁଦ୍ଧା କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଚିଠିର ଉତ୍ତର ଦେବାକୁ ନିର୍ଦ୍ଦେଶ ହୋଇଛି।
The post ପୋଲିସ ମେଳି ପ୍ରସଙ୍ଗ, ଅଡୁଆରେ ଅଫିସର appeared first on Dharitri Odia News.