ପୋଲିସ ହାତରେ ଧରାପଡ଼ିଲେ ୨ ହାଡ୍‌କୋର ମାଓବାଦୀ

ମାଲକାନଗିରି,୧୩।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଦୁଇଜଣ ହାଡ୍‌କୋର ମାଓବାଦୀଙ୍କୁ ଗିରଫ କରିଛି। ଏପପରିକି ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ସମ୍ପର୍କରେ ଶୁକ୍ରବାର ମାଲକାନଗିରି ଆର୍‌କ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍‌ପି. ବିନୋଦ ପାଟିଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ କିଛିଦିନ ଧରି ମାଲକାନଗିରି ସିମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟୁଥିବା ବେଳେ ଏଥିରେ ବହୁ ମାଓବାଦୀ […] The post ପୋଲିସ ହାତରେ ଧରାପଡ଼ିଲେ ୨ ହାଡ୍‌କୋର ମାଓବାଦୀ appeared first on Dharitri Odia News.

ପୋଲିସ ହାତରେ ଧରାପଡ଼ିଲେ ୨ ହାଡ୍‌କୋର ମାଓବାଦୀ

ମାଲକାନଗିରି,୧୩।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଦୁଇଜଣ ହାଡ୍‌କୋର ମାଓବାଦୀଙ୍କୁ ଗିରଫ କରିଛି। ଏପପରିକି ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ସମ୍ପର୍କରେ ଶୁକ୍ରବାର ମାଲକାନଗିରି ଆର୍‌କ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍‌ପି. ବିନୋଦ ପାଟିଲ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତ କିଛିଦିନ ଧରି ମାଲକାନଗିରି ସିମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟୁଥିବା ବେଳେ ଏଥିରେ ବହୁ ମାଓବାଦୀ ନିହତ ହୋଇଛନ୍ତି। କିଛି ମାଓବାଦୀ ଲୁଛି ରହୁଥିବା ବେଳେ ଆଉ କିଛି ମାଓବାଦୀ ନିଜର ଆତ୍ମରକ୍ଷା ପାଇଁ ପଡୋଶୀ ରାଜ୍ୟରେ ପ୍ରବେଶ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଛତିଶଗଡ଼ର କିଛି ମାଓବାଦୀ ଓଡିଶା ମାଲକାନଗିରି ଜିଲାରେ ପ୍ରବେଶ କରିଛନ୍ତି।

ବିଶେଷ ସୁତ୍ରରୁ ଖବର ପାଇ ଗୁରୁବାର ରାତିରେ ଜିଲା ପୋଲିସ ମାଥିଲି ଥାନା ଅନ୍ତର୍ଗତ ସୋଡିଗୁଡ଼ ଓ ତେନ୍ତୁଳିଗୁଡା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଗୁରୁବାର ଭୋର ସମୟରେ କିଛି ମାଓବାଦୀ ଜଙ୍ଗଲ ମଧ୍ୟରେ ଯାଉଥିବା ଦେଖି ପୋଲିସ ତାଙ୍କର ପିଛା କରିବା ସହ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ।

ହେଲେ ମାଓବାଦୀମାନେ ପୋଲିସ କଥା ନ ମାନି ଓଲଟା ତାଙ୍କ ଉପରକୁ ଗୁଳି ଚଲାଇ ଥିଲେ। ଫଳରେ ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ହେଲେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ସେତିକିବେଳେ ପୋଲିସ ଦୁଇଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀ ଜବତ କରିଥିଲେ।

ଗିରଫ ଦୁଇ ମାଓବାଦୀ ଛତିଶଗଡ ବସ୍ତର ଜିଲାର କେସା କବାସୀ ଓ ବିଜାପୁର ଜିଲା ତାମୋଡ ଗ୍ରାମର ରାକେଶ ଓରଫ ସାନୁ କୁମା। ସେମାନେ ସିପିଆଇ ମାଓବାଦୀ ସଂଗଠନରେ ଏସିଏମ୍‌ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ସେମାନେ ଛତିଶଗଡର ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିଲେ ା ଗିରଫ ୨ ମାଓବାଦୀଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଯିବ ବୋଲି ଏସ୍‌.ପି. ପାଟିଲ ପ୍ରକାଶ କରିଛନ୍ତି।

ଜବତ କରିଥିବା ସାମଗ୍ରୀଗୁଡିକ ମଧ୍ୟରୁ ଗୋଟିଏ ପିସ୍ତଲ, ଛଅଟି ଅଫୁଟା ଗୁଳି, ୧୦ ଡିଟୋନେଟର, ୧୦ ମିଟର କୋଡେକ୍ସ ତାର, ୫୦ ଗ୍ରାମ ବନ୍ଧସ୍ବଳ ପାଉଡର, ଗୋଟିଏ ବାକିଟାକି, ଟର୍ଚ୍ଚ ଲାଇଟ, ରେଡିଓ, ମାଓବାଦୀ ପୁସ୍ତିକା, ଔଷଧ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି।

The post ପୋଲିସ ହାତରେ ଧରାପଡ଼ିଲେ ୨ ହାଡ୍‌କୋର ମାଓବାଦୀ appeared first on Dharitri Odia News.