ପୋଲିସ ହେପାଜତରେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ସ୍ଲାଟର
ବ୍ରିସ୍ବେନ୍,୧୫ା୪: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଓ ଭାଷ୍ୟକାର ମାଇକେଲ ସ୍ଲାଟର ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ତାଙ୍କୁ ବିଭିନ୍ନ ଅପରାଧିକ ମାମଲାରେ ଗିରଫ କରି ପଚରାଉଚରା କରୁଛି। ରାତିରେ ଅନ୍ୟକୁ ଭୟଭୀତ କରିବା, ଝଗଡ଼ା କରିବା, ମାରପିଟ କରିବା, ଘରୋଇ ହିଂସା ଆଦି ଅଭିଯୋଗରେ ତାଙ୍କ ବିରୋଧରେ ଏକ ଡଜନରୁ ଊର୍ଦ୍ଧ୍ୱ ମାମଲା କୁଇନ୍ସଲାଣ୍ଡସ୍ଥିତ ମାରୁଚିଡୋର୍ ମାଜିଷ୍ଟ୍ରେଟ୍ କୋର୍ଟରେ ରୁଜୁ ହୋଇଛି। ମିଳିଥିବା ସୂଚନା ମୁତାବକ, ୫୪ ବର୍ଷୀୟ ସ୍ଲାଟର ଗତବର୍ଷ ଡିସେମ୍ବର ୫ ଏବଂ […] The post ପୋଲିସ ହେପାଜତରେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ସ୍ଲାଟର appeared first on Dharitri Odia News.
ବ୍ରିସ୍ବେନ୍,୧୫ା୪: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଓ ଭାଷ୍ୟକାର ମାଇକେଲ ସ୍ଲାଟର ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ତାଙ୍କୁ ବିଭିନ୍ନ ଅପରାଧିକ ମାମଲାରେ ଗିରଫ କରି ପଚରାଉଚରା କରୁଛି। ରାତିରେ ଅନ୍ୟକୁ ଭୟଭୀତ କରିବା, ଝଗଡ଼ା କରିବା, ମାରପିଟ କରିବା, ଘରୋଇ ହିଂସା ଆଦି ଅଭିଯୋଗରେ ତାଙ୍କ ବିରୋଧରେ ଏକ ଡଜନରୁ ଊର୍ଦ୍ଧ୍ୱ ମାମଲା କୁଇନ୍ସଲାଣ୍ଡସ୍ଥିତ ମାରୁଚିଡୋର୍ ମାଜିଷ୍ଟ୍ରେଟ୍ କୋର୍ଟରେ ରୁଜୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ୫୪ ବର୍ଷୀୟ ସ୍ଲାଟର ଗତବର୍ଷ ଡିସେମ୍ବର ୫ ଏବଂ ଏପ୍ରିଲ ୧୨ ମଧ୍ୟରେ ବିଭିନ୍ନ ତାରିଖରେ ସନ୍ସାଇନ କୋଷ୍ଟ ଅଞ୍ଚଳରେ ମୋଟ ୧୯ଟି ଅପରାଧିକ ମାମଲା ରହିଛି। ଅଷ୍ଟ୍ରେଲିଆର ପୂର୍ବତନ ଡାହାଣହାତୀ ଓପନର ସ୍ଲାଟର ୧୯୯୩ ଓ ୨୦୦୩ ମଧ୍ୟରେ ଦେଶ ପାଇଁ ୭୪ ଟେଷ୍ଟ ଓ ୪୨ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି।
The post ପୋଲିସ ହେପାଜତରେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ସ୍ଲାଟର appeared first on Dharitri Odia News.