ପୋଲିସକୁ କାମୁଡ଼ିି ଖସିଗଲେ ଅଭିଯୁକ୍ତ
ରାମଚନ୍ଦ୍ରପୁର, ୧୦ା୪ (ଗଣେଶ୍ୱର ସା):ହତ୍ୟା ଉଦ୍ୟମ କରି ଦୀର୍ଘଦିନ ହେଲା ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁୁ ଗିରଫ କରିବା ସମୟରେ ସେ ପୋଲିସ କର୍ମଚାରୀଙ୍କୁ କାମୁଡ଼ି ରକ୍ତାକ୍ତ କରି ଖସି ପଳାଇବା ଘଟଣା ଆନନ୍ଦପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଅଭିଯୁକ୍ତ ଖସିଯିବା ପରେ ପରିବାର ଲୋକେ ପୋଲିସକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ରାମଚନ୍ଦ୍ରପୁର ପୋଲିସ ଅଭିଯୁକ୍ତଙ୍କ ମା’ ଛବିଲତା ବରାଳଙ୍କୁ ଗିରଫ କରିିଛି। ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ […] The post ପୋଲିସକୁ କାମୁଡ଼ିି ଖସିଗଲେ ଅଭିଯୁକ୍ତ appeared first on Dharitri Odia News.
ରାମଚନ୍ଦ୍ରପୁର, ୧୦ା୪ (ଗଣେଶ୍ୱର ସା):ହତ୍ୟା ଉଦ୍ୟମ କରି ଦୀର୍ଘଦିନ ହେଲା ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁୁ ଗିରଫ କରିବା ସମୟରେ ସେ ପୋଲିସ କର୍ମଚାରୀଙ୍କୁ କାମୁଡ଼ି ରକ୍ତାକ୍ତ କରି ଖସି ପଳାଇବା ଘଟଣା ଆନନ୍ଦପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଅଭିଯୁକ୍ତ ଖସିଯିବା ପରେ ପରିବାର ଲୋକେ ପୋଲିସକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ରାମଚନ୍ଦ୍ରପୁର ପୋଲିସ ଅଭିଯୁକ୍ତଙ୍କ ମା’ ଛବିଲତା ବରାଳଙ୍କୁ ଗିରଫ କରିିଛି। ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାତୋ ପଞ୍ଚାୟତ କରାଡାପାଳ ଗ୍ରାମର ପ୍ରଦୂଷ ବରାଳଙ୍କ ନାମରେ ୩୦୭ ଦଫାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା। ବହୁ ଦିନ ଧରି ସେ ଫେରାର ଥିବା ଓ ମଙ୍ଗଳବାର ଗଁାକୁ ଆସିଥିବା ଖବର ପାଇ ସାଇଁକୂଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝି ଗିରଫ କରିବା ପାଇଁ ଚଢ଼ାଉ କରିଥିଲେ। କାବୁ କରିବା ସମୟରେ ସେ ଫାଣ୍ଡି ଅଧିକାରୀଙ୍କ ଡାହାଣ ହାତକୁ କାମୁଡ଼ି ରକ୍ତାକ୍ତ କରି ଫେରାର ହୋଇଯାଇଥିଲେ। ପରେ ପରିବାର ଲୋକେ ପୋଲିସକୁ ଆକ୍ରମଣ କରିଥିଲେ।
The post ପୋଲିସକୁ କାମୁଡ଼ିି ଖସିଗଲେ ଅଭିଯୁକ୍ତ appeared first on Dharitri Odia News.