ପୋଲିସକୁ ତୀରମାଡ, ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି

ବଣାଇ,୨୪।୯ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ବଡଜଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମସ୍ତିସ୍କ ବିକୃତ ଯୁବକ ଗତକାଲି ଠାରୁ ବଡ଼ଜଲ ସ୍କୁଲକୁ ଅକ୍ତିଆର କରି ଏହା ମୋର ବୋଲି ଦାବୀ କରିଆସୁଅଛି । ଗତକାଲି କାର୍ଯ୍ୟରତ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରିବା ଘଟଣା ପରେ ମଙ୍ଗଳବାର ସମ୍ପୃକ୍ତ ସ୍କୁଲ ଛାତ ଉପରେ ଚଢି ବସି ରହିଥିଲେ । ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଥାନା […] The post ପୋଲିସକୁ ତୀରମାଡ, ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି appeared first on Dharitri Odia News.

ପୋଲିସକୁ ତୀରମାଡ, ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି

ବଣାଇ,୨୪।୯ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ବଡଜଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମସ୍ତିସ୍କ ବିକୃତ ଯୁବକ ଗତକାଲି ଠାରୁ ବଡ଼ଜଲ ସ୍କୁଲକୁ ଅକ୍ତିଆର କରି ଏହା ମୋର ବୋଲି ଦାବୀ କରିଆସୁଅଛି । ଗତକାଲି କାର୍ଯ୍ୟରତ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରିବା ଘଟଣା ପରେ ମଙ୍ଗଳବାର ସମ୍ପୃକ୍ତ ସ୍କୁଲ ଛାତ ଉପରେ ଚଢି ବସି ରହିଥିଲେ । ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଥାନା ଅଧିକାରୀଙ୍କ ହାତ ପାପୁଲିରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ସୂଚନା ମୁତାବକ ଜଣେ ମାନସିକ ବିକୃତ ଯୁବକ ବଣାଇ ବ୍ଲକର ବଡଜଲ ବିଦ୍ୟାଳୟର କୋଠାକୁ ନିଜର କହି ଛାତ ଉପରେ ବସିଥିଲେ। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ମଧ୍ୟାହ୍ନରେ ମହୁଲପଦା ଆଇ ଆଇ ସି ସୁରେଶ ଚନ୍ଦ୍ର ପ୍ରଧାନ ସଦଳବଳେ ଗ୍ରାମକୁ ପହଁଞ୍ଚି ଉନ୍ମତ୍ତ ଯୁବକକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ l ହେଲେ ସେହି ସମୟରେ ଯୁବକଙ୍କ ତୀରମାଡରେ ମହୁଲପଦା ଥାନା ଅଧିକାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ପୋଲିସକୁ ଦେଖି ଯୁବକ ଜଣକ ଛାତ ଉପରୁ ତୀରମାଡ କରିଥିଲେ। ଏହି ସମୟରେ ମହୁଲପଦା ଥାନା ଅଧିକାରୀ ସୁରେଶଙ୍କ ହାତ ପାପୁଲିରେ ତୀର ବାଜିଥିଲା। ଉନ୍ମତ୍ତ ଯୁବକଙ୍କ ନାମ ସୁଦନ ମୁଣ୍ଡା ଓ ତାଙ୍କ ଘର ବଡଜଲ ଗ୍ରାମର ପିଣ୍ଡିକା ସାହି ବୋଲି ଜଣାପଡିଛି । ପ୍ରେମ ପ୍ରତାରଣା ନେଇ ଯୁବକର ମସ୍ତିସ୍କ ଖରାପ ଥିବା ଓ ଏଥିନେଇ ସେ ଏକ ଅଭିଯୋଗ ପତ୍ର ମହୁଲପଦା ଥାନାରେ ପୂର୍ବରୁ ଦେଇଥିବା ସୂଚନା ମିଳୁଛି । ଏବେ ସୁଦନ ସ୍କୁଲରେ ଥିବାବେଳେ ଘଟଣାସ୍ଥଳରେ ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସରାଜ ଦେବତାଙ୍କ ନେତୃତ୍ୱରେ ଏକ ଟିମ ଘେରି ରହିଛନ୍ତି । ରାଉରକେଲାରୁ ଏକ ଡି ଭି ଏଫ ଟିମ ଆସୁଥିବାରୁ ପହଁଞ୍ଚିବା ପରେ ଯୁବକଙ୍କୁ କାବୁ କରାଯିବ ବୋଲି ପୋଲିସ କହିଛି ।

The post ପୋଲିସକୁ ତୀରମାଡ, ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି appeared first on Dharitri Odia News.