ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ପୋଲିସ ଜିଲାରେ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସହ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସପି ଜଗମୋହନ ମିନା କଡା ପଦକ୍ଷେପ ନେଉଛନ୍ତି। ରାତି ୮ଟା ପରେ ଜିଲାର ସମସ୍ତ ଥାନା ଅଞ୍ଚଳରେ ଥିବା ସମସ୍ତ ଚା’ ଦୋକାନ ଓ ଢାବା ହୋଟେଲ ମାନ ବନ୍ଦ କରିବାକୁ ନିର୍ଦେଶନାମା ଜାରି କରି ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଜନସାଧାରଣ ସ୍ବାଗତ କରି ଏସପିଙ୍କୁ ପ୍ରଶଂସା କରିଛନ୍ତି। […] The post ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ appeared first on Dharitri Odia News.

ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ପୋଲିସ ଜିଲାରେ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସହ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସପି ଜଗମୋହନ ମିନା କଡା ପଦକ୍ଷେପ ନେଉଛନ୍ତି। ରାତି ୮ଟା ପରେ ଜିଲାର ସମସ୍ତ ଥାନା ଅଞ୍ଚଳରେ ଥିବା ସମସ୍ତ ଚା’ ଦୋକାନ ଓ ଢାବା ହୋଟେଲ ମାନ ବନ୍ଦ କରିବାକୁ ନିର୍ଦେଶନାମା ଜାରି କରି ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଜନସାଧାରଣ ସ୍ବାଗତ କରି ଏସପିଙ୍କୁ ପ୍ରଶଂସା କରିଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ପୁରୁଷୋତ୍ତମପୁର ପୋଲିସ ରାତ୍ର ଠିକ ୮ ପରେ ପୁରୁଷୋତ୍ତମପୁର ସହରରେ ପୋଲିସ ଗାଡିରେ ସାଇରନ ମାରି ଦୋକାନୀମାନଙ୍କୁ ସଜାଗ କରି ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ଯେଉଁ ମଦ ପିଇବା କାରଣରୁ ହିଂସା ଘଟୁଛି ତାହାକୁ ବନ୍ଦ କରାଯାଉନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୁଲୁମଖୁଲା ଭାବେ ଦୋକାନ ଖୋଲି ମଦ ବିକ୍ରି ଚାଲୁରହିଛି। ଏପରି ତିନିଦିନ ହେଲା ରାତି ୮ଟାରେ ସହରର ସମସ୍ତ ଦୋକାନମାନ ବନ୍ଦ ହୋଇଯାଉଥିବାବେଳେ ଆସିକା-ହୁମା ୧୩୧ ନମ୍ବର ରାଜ୍ୟ ରାଜପଥର ପାର୍ଶ୍ୱରେ କାଳୀମନ୍ଦିର ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ସହ ବିଭିନ୍ନ ସ୍ଥାନରେ ଥିବା ଦେଶୀ ମଦ ଦୋକାନମାନ ଖୋଲା ରହି ବିକ୍ରି ଚାଲୁଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିଆ ଦେଖାଦେଇଛି। ଏଭଳି ମଦ ଦୋକାନକୁ ଖୋଲାରଖି ଚା’ ଓ ଅନ୍ୟ ସମସ୍ତ ଦୋକାନ ବନ୍ଦରଖିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ନା ଏଠିକା ପୋଲିସ ମଦବେପାରୀଙ୍କ ସହ ସାଲିସ ହୋଇ ଦୋକାନ ବନ୍ଦ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନ ଉଠିଛି। ଏପରିକି କିଛି ବ୍ୟବସାୟୀ ଏହା ପୋଲିସର ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟ ବୋଲି କହୁନ୍ତି। ପାତର ଅନ୍ତର ନ କରି ସମସ୍ତ ବ୍ୟସାୟୀଙ୍କ ପ୍ରତି ସମାନ ନିୟମ କରିବା ଲାଗି ଗଞ୍ଜାମ ଏସପି ଦୃଷ୍ଟି ଦେବାକୁ ଛୋଟଛୋଟ ବ୍ୟବସାୟୀ ମହଲରୁ ଦାବି ହୋଇଛି।

The post ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ appeared first on Dharitri Odia News.