ପୋଲିସର ଏନକାଉଣ୍ଟର,ଆହତ ବ୍ୟକ୍ତି ଭୀମସାରରେ ଭର୍ତ୍ତି

ସମ୍ବଲପୁର: ଆଜି ଭୋର ସକାଳୁ ଅଇଁଠା ପାଲି ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟର ହୋଇଛି। ବନ୍ଧୁକ ଦେଖାଇ ପୋଲିସ ଆଖିରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଏନକାଉଣ୍ଟରରେ ମହେଶ କୁମାର ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ମହେଶଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅଇଁଠା ପାଲି ପୋଲିସ ଯୁବକକୁ କାବୁ କରି ବୁର୍ଲା ଭୀମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଗତକାଲି ରାତିରେ ବନ୍ଧୁକ ମୁନରେ ଜଣଙ୍କ ଘରୁ ୪୫ ହଜାର ଲୁଟିନେବା ଓ […] The post ପୋଲିସର ଏନକାଉଣ୍ଟର,ଆହତ ବ୍ୟକ୍ତି ଭୀମସାରରେ ଭର୍ତ୍ତି appeared first on Odisha.News.

ପୋଲିସର ଏନକାଉଣ୍ଟର,ଆହତ ବ୍ୟକ୍ତି ଭୀମସାରରେ ଭର୍ତ୍ତି

ସମ୍ବଲପୁର: ଆଜି ଭୋର ସକାଳୁ ଅଇଁଠା ପାଲି ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟର ହୋଇଛି। ବନ୍ଧୁକ ଦେଖାଇ ପୋଲିସ ଆଖିରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଏନକାଉଣ୍ଟରରେ ମହେଶ କୁମାର ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ମହେଶଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅଇଁଠା ପାଲି ପୋଲିସ ଯୁବକକୁ କାବୁ କରି ବୁର୍ଲା ଭୀମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।
ଗତକାଲି ରାତିରେ ବନ୍ଧୁକ ମୁନରେ ଜଣଙ୍କ ଘରୁ ୪୫ ହଜାର ଲୁଟିନେବା ଓ ଏହା ଥାନାରେ ମାମଲା ହେବା ପରେ ଚୋରକୁ ଧରିବାରେ ପୋଲିସକୁ ନାକେଦମ ହେବାକୁ ପଡିଥିଲା। ଆଜି ଭୋର ସକାଳୁ ଅଇଁଠାପାଲି କାଇଁସିର ଏୟାରଟ୍ରିପ ରାସ୍ତାରେ ପୋଲିସ ଚୋରକୁ କାବୁ କରିବା ସହିତ ତାଠାରୁ ଏକ ବନ୍ଧୁକ, ୩ ଟି ଗୁଳି ଓ ନଗଦ ୪୦ ହଜାର ଟଙ୍କା ପୋଲିସ ଜବତ କରିବାରେ ସଫଳ ହୋଇଛି।

The post ପୋଲିସର ଏନକାଉଣ୍ଟର,ଆହତ ବ୍ୟକ୍ତି ଭୀମସାରରେ ଭର୍ତ୍ତି appeared first on Odisha.News.