ପୋଲିସ୍‌ ବାବୁଙ୍କ ଘରୁ ଚୋରି ହୋଇଗଲା ୧୫ ଲକ୍ଷ, ସିସିଟିଭିରେ ରେକର୍ଡ ହେଲା ଭିଡିଓ

ମୌନପୁରୀ, ୨୦।୦୮: ରାଜ୍ୟରେ ଏବେ ଅସୁରକ୍ଷିତ ପୋଲିସ୍‌ । କାରଣ ଖୋଦ୍‌ ପୋଲିସ୍‌ ବାବୁଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ଉତ୍ତର ପ୍ରଦେଶର ମୌନପୁରୀରେ ଦୁଇଟି ଘରୁ ହୋଇଥିବା ଚୋରି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁଇ ଘରୁ ପାଖାପାଖି ୧୫ ଲକ୍ଷ ଟଙ୍କା ଚୋରି ହୋଇଛି । ଏହି ଘଟଣା କରହଲ ପୋଲିସ ଷ୍ଟେସନ ଅଞ୍ଚଳର ବାଲାଜୀ ପୁରାମରେ ଘଟିଛି । ଚୋରମାନେ କାନ୍ଥକୁ ଭଙ୍ଗି ଦେଇ ଘରେ ପ୍ରବେଶ କରିଥିଲେ। […] The post ପୋଲିସ୍‌ ବାବୁଙ୍କ ଘରୁ ଚୋରି ହୋଇଗଲା ୧୫ ଲକ୍ଷ, ସିସିଟିଭିରେ ରେକର୍ଡ ହେଲା ଭିଡିଓ appeared first on Dharitri Odia News.

ପୋଲିସ୍‌ ବାବୁଙ୍କ ଘରୁ ଚୋରି ହୋଇଗଲା ୧୫ ଲକ୍ଷ, ସିସିଟିଭିରେ ରେକର୍ଡ ହେଲା ଭିଡିଓ

ମୌନପୁରୀ, ୨୦।୦୮: ରାଜ୍ୟରେ ଏବେ ଅସୁରକ୍ଷିତ ପୋଲିସ୍‌ । କାରଣ ଖୋଦ୍‌ ପୋଲିସ୍‌ ବାବୁଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ଉତ୍ତର ପ୍ରଦେଶର ମୌନପୁରୀରେ ଦୁଇଟି ଘରୁ ହୋଇଥିବା ଚୋରି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁଇ ଘରୁ ପାଖାପାଖି ୧୫ ଲକ୍ଷ ଟଙ୍କା ଚୋରି ହୋଇଛି । ଏହି ଘଟଣା କରହଲ ପୋଲିସ ଷ୍ଟେସନ ଅଞ୍ଚଳର ବାଲାଜୀ ପୁରାମରେ ଘଟିଛି । ଚୋରମାନେ କାନ୍ଥକୁ ଭଙ୍ଗି ଦେଇ ଘରେ ପ୍ରବେଶ କରିଥିଲେ। ପୋଲିସ ଏବଂ କୁକୁର ସ୍କ଼୍ବାଡ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଚୋରମାନଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି ଏବଂ ସିସିଟିଭି ଆଧାରରେ ପୋଲିସ ଚୋରଙ୍କୁ ଖୋଜୁଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୌନପୁରୀରେ ରକ୍ଷାବନ୍ଧନ ଦିନ କବାଟ ବନ୍ଦ କରି ବାହାରକୁ ଯିବା ଘର ମାଲିକଙ୍କୁ ମହଙ୍ଗା ପଡ଼ିଛି। ଏହି ଚୋରମାନେ ଜଣେ ପୋଲିସ କର୍ମଚାରୀ ଏବଂ ଅବସରପ୍ରାପ୍ତ ସବ-ଇନ୍ସପେକ୍ଟରଙ୍କ ଘରକୁ ଟାର୍ଗେଟ କରି ଲକ୍ଷ ଲକ୍ଷ ନଗଦ ଟଙ୍କା, ସୁନା ଓ ରୂପା ଅଳଙ୍କାର ନେଇ ଯାଇଥିଲେ।

ଅବସରପ୍ରାପ୍ତ ପୋଲିସ ସବ-ଇନ୍ସପେକ୍ଟର ରମେଶ ଯାଦବ ତାଙ୍କ ଘରେ ତାଲା ପକାଇବା ପରେ ରକ୍ଷାବନ୍ଧନ ପାଳନ କରିବାକୁ ଯାଇଥିଲେ। ରକ୍ଷାବନ୍ଧନ ରାତିରେ ଚୋରମାନେ କାନ୍ଥ ଭାଙ୍ଗି ଘରେ ପ୍ରବେଶ କରି ଆଲମାରୀ ଏବଂ ବାକ୍ସ ଇତ୍ୟାଦିର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ଏବଂ ଲକ୍ଷ ଲକ୍ଷ ଟଙ୍କା ଚୋରି କରିଥିଲେ।

The post ପୋଲିସ୍‌ ବାବୁଙ୍କ ଘରୁ ଚୋରି ହୋଇଗଲା ୧୫ ଲକ୍ଷ, ସିସିଟିଭିରେ ରେକର୍ଡ ହେଲା ଭିଡିଓ appeared first on Dharitri Odia News.