ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍ ପ୍ରେସ୍ ସେକ୍ରେଟାରି
ଓ୍ବାଶିଂଟନ, ୧୬।୪:ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଯୁଦ୍ଧ ସୋସିଆଲ ମିଡିଆରେ ପହଞ୍ଚିଛି। ଏକ ଖବରଦାତା ସମ୍ମିଳନୀରେ ହ୍ବାଇଟ ହାଉସ୍ ପ୍ରେସ୍ ସେକ୍ରେଟାରି କାରୋଲିନ ଲିଭିଟ୍ ପିନ୍ଧିଥିବା ପୋଷାକକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। ଚାଇନାର କୂଟନୀତିଜ୍ଞ ଝାଙ୍ଗ ଝିଶେଙ୍ଗ ସର୍ବପ୍ରଥମେ କାରୋଲିନଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। କାରୋଲିନ କରିଥିବା ଏକ ଖବରଦାତା ସମ୍ମିଳନୀର ଫଟୋକୁ ଶେୟାର କରି ଝିଶେଙ୍ଗ ଲେଖିଥିଲେ, ହ୍ବାଇଟ ହାଉସ ପ୍ରେସ୍ ସେକ୍ରେଟାରି ଚାଇନାରେ ତିଆରି […] The post ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍ ପ୍ରେସ୍ ସେକ୍ରେଟାରି appeared first on Dharitri Odia News.
ଓ୍ବାଶିଂଟନ, ୧୬।୪:ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଯୁଦ୍ଧ ସୋସିଆଲ ମିଡିଆରେ ପହଞ୍ଚିଛି। ଏକ ଖବରଦାତା ସମ୍ମିଳନୀରେ ହ୍ବାଇଟ ହାଉସ୍ ପ୍ରେସ୍ ସେକ୍ରେଟାରି କାରୋଲିନ ଲିଭିଟ୍ ପିନ୍ଧିଥିବା ପୋଷାକକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। ଚାଇନାର କୂଟନୀତିଜ୍ଞ ଝାଙ୍ଗ ଝିଶେଙ୍ଗ ସର୍ବପ୍ରଥମେ କାରୋଲିନଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। କାରୋଲିନ କରିଥିବା ଏକ ଖବରଦାତା ସମ୍ମିଳନୀର ଫଟୋକୁ ଶେୟାର କରି ଝିଶେଙ୍ଗ ଲେଖିଥିଲେ, ହ୍ବାଇଟ ହାଉସ ପ୍ରେସ୍ ସେକ୍ରେଟାରି ଚାଇନାରେ ତିଆରି (ମେଡ୍ ଇନ୍ ଚାଇନା) ପୋଷାକ ପିନ୍ଧିଛନ୍ତି। ଚାଇନା ସହ ବାଣିଜି୍ୟକ ସମ୍ପର୍କକୁ ନେଇ ଟ୍ରମ୍ପ୍ ପ୍ରଶାସନର ବୟାନବାଜି ଦୈନନ୍ଦିନ ବାସ୍ତବତାଠାରୁ ବହୁ ଦୂରରେ ଥିବା ସେ କହିଛନ୍ତି। କାରୋଲିନ ପିନ୍ଧିଥିବା ପୋଷାକରେ ଲାଗିଥିବା ଫିତା ଚାଇନାର ମାବୁରେ ଥିବା ଏକ କାରଖାନାରେ ନିର୍ମିତ ହୋଇଥିବା ନେଇ ଇଣ୍ଡୋନେସିଆର ଡେନ୍ପାସର ସହରରେ କନ୍ସୁଲ ଜେନେରାଲ ଅଫ୍ ଚାଇନା ଭାବେ କାର୍ଯ୍ୟରତ ଝିଶେଙ୍ଗ ନିଜ ପୋଷ୍ଟରେ ଦାବି କରିଛନ୍ତି। ଝିଶେଙ୍ଗଙ୍କ ପୋଷ୍ଟ ପରେ କାରୋଲିନଙ୍କ ପୋଷାକକୁ ନେଇ ସୋସିଆଲ ମିଡିଆରେ ଆମେରିକୀୟ ଏବଂ ଚାଇନାର ୟୁଜର୍ସମାନେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି।
The post ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍ ପ୍ରେସ୍ ସେକ୍ରେଟାରି appeared first on Dharitri Odia News.