ପୋଷ୍ଟାଲ ନିଯୁକ୍ତି ଦୁର୍ନୀତି: ଦ୍ବିତୀୟ ଦିନରେ ଘାଣ୍ଟୁଛି ସିବିଆଇ,ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ବର ୧୪/୬: ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତିକୁ ନେଇ ଦ୍ବିତୀୟ ଦିନରେ ସିବିଆଇର ତନାଘନା ଜାରି । ଗୁରୁବାର ୬୭ଟି ସ୍ଥାନରେ ରେଡ୍ କରିଥିଲା ସିବିଆଇ । ଶୁକ୍ରବାର କିଛି ସ୍ଥାନରେ ଚଢାଉ କରିବା ସହ ୪ ଜଣକୁ ଅଟକ ରଖି ପଚରାଉଚରା ଚାଲିଛି । ଜେରା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଗ୍ରାମୀଣ ଡାକ ସେବକ ପରୀକ୍ଷାର ୬୩ ଜଣ ପରୀକ୍ଷାର୍ଥୀ ଏବଂ ଡାକ ବିଭାଗର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ସିବିଆଇ। ପୋଷ୍ଟାଲ ସେବା ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମଯୂରଭଞ୍ଜ, ବାଲେଶ୍ବର, ଭଦ୍ରକର ବିଭିନ୍ନ ସ୍ଥାନରେ ରେଡ୍ ବଳବତ୍ତର ରହିଛି ।୨୦୨୩ରେ ୧ ହଜାର ୩୮୨ଟି ଗ୍ରାମୀଣ ଡାକ ସେବକ ପାଇଁ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। କେବଳ ଦଶମ ମାର୍କ ଆଧାରରେ ଚାକିରି ମିଳିବାର ନିୟମ ଥିଲା। ଜାଲ୍ ସାର୍ଟିଫିକେଟ ଦେଇ ଅନେକ ପିଲା ଚାକିରି ପାଇଥିବାର ହୋଇଥିଲା ଅଭିଯୋଗ। ଅନେକ ପିଲା ରାଜ୍ୟ ବାହାରୁ ଜାଲ୍ ସାର୍ଟିଫିକେଟ ଆଣିଥିବାର ବି ସଂଗୀନ ଅଭିଯୋଗ ଥିଲା । ସାର୍ଟିଫିକେଟ ଯାଞ୍ଚ ବେଳେ ଜଣାପଡିଥିଲା ଅନେକ ପିଲା ରାଜ୍ୟ ବାହାରର ବିଭିନ୍ନ ବୋର୍ଡରୁ ଜାଲ୍ ସାର୍ଟିଫିକେଟ ଆଣିଛନ୍ତି। ପଶ୍ଚିମବଙ୍ଗ, କୋଲକାତା, ଝାଡ଼ଖଣ୍ଡ, ରାଞ୍ଚି, ଆଲାହାବାଦ ଏପରି ଅନେକ ସ୍ଥାନରୁ ସେମାନେ ଜାଲ୍ ସାର୍ଟିଫିକେଟ ଆଣି ଧରା ପଡ଼ିଥିଲେ। ଆବଶ୍ୟକସ୍ଥଳେ
ଭୁବନେଶ୍ବର ୧୪/୬: ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତିକୁ ନେଇ ଦ୍ବିତୀୟ ଦିନରେ ସିବିଆଇର ତନାଘନା ଜାରି । ଗୁରୁବାର ୬୭ଟି ସ୍ଥାନରେ ରେଡ୍ କରିଥିଲା ସିବିଆଇ । ଶୁକ୍ରବାର କିଛି ସ୍ଥାନରେ ଚଢାଉ କରିବା ସହ ୪ ଜଣକୁ ଅଟକ ରଖି ପଚରାଉଚରା ଚାଲିଛି । ଜେରା ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଗ୍ରାମୀଣ ଡାକ ସେବକ ପରୀକ୍ଷାର ୬୩ ଜଣ ପରୀକ୍ଷାର୍ଥୀ ଏବଂ ଡାକ ବିଭାଗର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ସିବିଆଇ। ପୋଷ୍ଟାଲ ସେବା ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମଯୂରଭଞ୍ଜ, ବାଲେଶ୍ବର, ଭଦ୍ରକର ବିଭିନ୍ନ ସ୍ଥାନରେ ରେଡ୍ ବଳବତ୍ତର ରହିଛି ।
୨୦୨୩ରେ ୧ ହଜାର ୩୮୨ଟି ଗ୍ରାମୀଣ ଡାକ ସେବକ ପାଇଁ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। କେବଳ ଦଶମ ମାର୍କ ଆଧାରରେ ଚାକିରି ମିଳିବାର ନିୟମ ଥିଲା। ଜାଲ୍ ସାର୍ଟିଫିକେଟ ଦେଇ ଅନେକ ପିଲା ଚାକିରି ପାଇଥିବାର ହୋଇଥିଲା ଅଭିଯୋଗ। ଅନେକ ପିଲା ରାଜ୍ୟ ବାହାରୁ ଜାଲ୍ ସାର୍ଟିଫିକେଟ ଆଣିଥିବାର ବି ସଂଗୀନ ଅଭିଯୋଗ ଥିଲା । ସାର୍ଟିଫିକେଟ ଯାଞ୍ଚ ବେଳେ ଜଣାପଡିଥିଲା ଅନେକ ପିଲା ରାଜ୍ୟ ବାହାରର ବିଭିନ୍ନ ବୋର୍ଡରୁ ଜାଲ୍ ସାର୍ଟିଫିକେଟ ଆଣିଛନ୍ତି। ପଶ୍ଚିମବଙ୍ଗ, କୋଲକାତା, ଝାଡ଼ଖଣ୍ଡ, ରାଞ୍ଚି, ଆଲାହାବାଦ ଏପରି ଅନେକ ସ୍ଥାନରୁ ସେମାନେ ଜାଲ୍ ସାର୍ଟିଫିକେଟ ଆଣି ଧରା ପଡ଼ିଥିଲେ। ଆବଶ୍ୟକସ୍ଥଳେ ତଦନ୍ତକୁ ଆହୁରି ବ୍ୟାପକ କରାଯିବ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶାରେ ପୁଣି ଥରେ ସିବିଆଇ ସକ୍ରିୟ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି ।