ପ୍ରକାଶ ପାଇଲା ଫକୀରମୋହନ ବିଶ୍ବବିଦ୍ୟାଳୟର +୩ ଶେଷବର୍ଷ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ

ବାଲେଶ୍ବର : ଫକୀରମୋହନ ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। ମଙ୍ଗଳବାର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ, ଓ ବିତ୍ତ ନିୟନ୍ତ୍ରକ କରନ ସୋରେନ ପରୀକ୍ଷା ଫଳ ପୁସ୍ତିକାର ଉନ୍ମୋଚନ କରିଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ https://www.orissaresults.nic.in ୱେବସାଇଟ ମାଧ୍ୟମରେ ଦେଖିପାରିବେ। ଚଳିତ ବର୍ଷ ପାସ୍ ହାର ୮୧.୧୫ ପ୍ରତିଶତ ରହିଛି। ସମୁଦାୟ ୧୨ ହଜାର ୫୬୬ ଜଣ ଛାତ୍ରଛାତ୍ରୀ (ପାସ୍ […]

ପ୍ରକାଶ ପାଇଲା ଫକୀରମୋହନ ବିଶ୍ବବିଦ୍ୟାଳୟର +୩ ଶେଷବର୍ଷ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ
Fakir Mohan University plus 3 final year exam result released

ବାଲେଶ୍ବର : ଫକୀରମୋହନ ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। ମଙ୍ଗଳବାର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ, ଓ ବିତ୍ତ ନିୟନ୍ତ୍ରକ କରନ ସୋରେନ ପରୀକ୍ଷା ଫଳ ପୁସ୍ତିକାର ଉନ୍ମୋଚନ କରିଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ https://www.orissaresults.nic.in ୱେବସାଇଟ ମାଧ୍ୟମରେ ଦେଖିପାରିବେ।

0962e8c9 0043 4c9f b357 37e19b9a901a

ଚଳିତ ବର୍ଷ ପାସ୍ ହାର ୮୧.୧୫ ପ୍ରତିଶତ ରହିଛି। ସମୁଦାୟ ୧୨ ହଜାର ୫୬୬ ଜଣ ଛାତ୍ରଛାତ୍ରୀ (ପାସ୍ ଓ ସମ୍ମାନ) ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ହଜାର ୬୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହାସଲ କରିଛନ୍ତି। କଳା ପାଠ୍ୟକ୍ରମରେ ସର୍ବୋଚ୍ଚ ୮୭.୦୭ ପ୍ରତିଶତ ରହିଥିବା ବେଳେ ବିଜ୍ଞାନରେ ୬୮.୩୪ ପ୍ରତିଶତ ଓ ବାଣିଜ୍ୟରେ ୮୧.୧୫ ପ୍ରତିଶତ ରହିଛି।

34ad7629 9540 4d07 9c12 99d90b54f16b

ଏଥିସହିତ ଶୀର୍ଷ ସ୍ଥାନ ତାଲିକାରେ ଛାତ୍ରୀମାନଙ୍କ ପ୍ରଦର୍ଶନ ଉଚ୍ଚମାନର ରହିଛି। ଏଣୁ ସମସ୍ତେ ଏନେଇ ଖୁସିବ୍ୟକ୍ତ କରିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଫଳାଫଳର ସଂକ୍ଷିପ୍ତ ବିବରଣୀ ପାଠ କରିବା ପରେ  କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ।