ପ୍ରଖ୍ୟାତ ଭାରତୀୟ ଆମେରିକୀୟ ଗଣିତଜ୍ଞ ଟିଏନ୍‌ ସୁବ୍ରମଣିୟମଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରଖ୍ୟାତ ଭାରତୀୟ ଆମେରିକୀୟ ଗଣିତଜ୍ଞ ଟିଏନ୍‌ ସୁବ୍ରମଣିୟମଙ୍କ ପରଲୋକ ହୋଇଛି। ୨୬ ମାର୍ଚ୍ଚ ଦିନ ନ୍ୟୁୟର୍କରେ ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଟିଏନ୍ ସୁବ୍ରମଣିୟମ ମୂଳ ଭାରତୀୟ ହୋଇଥିବା ବେଳେ ୧୯୭୯ରେ ସେ ଆମେରିକା ଚାଲିଯାଇଥିଲେ। ଗଣିତ କ୍ଷେତ୍ରରେ ତାଙ୍କର ଉପଲବ୍ଧି ପାଇଁ ସେ ଉଭୟ ଭାରତ ଓ ଆମେରିକାରେ ପ୍ରସିଦ୍ଧ ଥିଲେ। ଗଣିତ କ୍ଷେତ୍ରରେ ସାରା ବିଶ୍ୱ ପାଇଁ ସେ ଏକାଧିକ ମ୍ୟା‌ଥମେଟିକାଲ ମୋଡେଲ ଓ ଥିଓରି ଆବିଷ୍କାର କରିଥିଲେ। ଜିଏମ୍‌ କାର୍ ପାଇଁ ମ୍ୟାଥ୍‌ମେଟିକାଲ ମୋଡେଲ୍ ତିଆରି କରିବାକୁ ଜେନେରାଲ ମୋଟର୍ସ ତାଙ୍କୁ ନିଯୁକ୍ତ କରିଥିଲା। ପରେ, ସେ ଅଟୋମୋବାଇଲ୍ ଉତ୍ପାଦନକାରୀ କମ୍ପାନୀ ପାଇଁ ରୁଟ୍ ୱାନ୍ ପ୍ରତିଷ୍ଠା କରିଥିଲେ, ଯାହାଦ୍ୱାରା ସମସ୍ତ ଜିଏମ୍ କାର୍ ଏବଂ ଜିପିଏସ୍ ସିଷ୍ଟମ୍ ପାଇଁ ଅଟୋ-ଫାଇନାନ୍ସ ବ୍ୟବସ୍ଥା ପରିଚାଳିତ ହେଉଥିଲା।ସୁବ୍ରମଣିୟମ ଆମେରିକାର ଟ୍ରୟ ମିଚିଗାନ୍‌ରେ ଜିଏମ କାର୍ ପାଇଁ ସର୍‌ଭର ପ୍ରତିଷ୍ଠାର ମୂଳ ବିନ୍ଧାଣୀ ଥିଲେ। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିଗା ଗସ୍ତ କରି ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ। ତାଙ୍କ ପାଇଁ ଦେଶର ନାଁ ଉଜ୍ଜ୍ୱଳ ହୋଇଛି ବୋଲି ଇନ୍ଦିରା ଗାନ୍ଧୀ କହିଥିଲେ। ସୂଚନା ଥାଉକି ସୁବ୍ରମଣିୟମ ଆମେରିକାରେ ତାଙ୍କ ପତ୍ନୀ, ଝିଅ ଓ ଜ୍ୱାଇଁଙ୍କ ସହ ରହୁଥିଲେ। ସୁବ୍ରମଣିୟମଙ୍କ ସାନ ବାଇ ଟିଏନ୍ ଅଶୋକ ଜଣେ

ପ୍ରଖ୍ୟାତ ଭାରତୀୟ ଆମେରିକୀୟ ଗଣିତଜ୍ଞ ଟିଏନ୍‌ ସୁବ୍ରମଣିୟମଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରଖ୍ୟାତ ଭାରତୀୟ ଆମେରିକୀୟ ଗଣିତଜ୍ଞ ଟିଏନ୍‌ ସୁବ୍ରମଣିୟମଙ୍କ ପରଲୋକ ହୋଇଛି। ୨୬ ମାର୍ଚ୍ଚ ଦିନ ନ୍ୟୁୟର୍କରେ ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଟିଏନ୍ ସୁବ୍ରମଣିୟମ ମୂଳ ଭାରତୀୟ ହୋଇଥିବା ବେଳେ ୧୯୭୯ରେ ସେ ଆମେରିକା ଚାଲିଯାଇଥିଲେ। ଗଣିତ କ୍ଷେତ୍ରରେ ତାଙ୍କର ଉପଲବ୍ଧି ପାଇଁ ସେ ଉଭୟ ଭାରତ ଓ ଆମେରିକାରେ ପ୍ରସିଦ୍ଧ ଥିଲେ। ଗଣିତ କ୍ଷେତ୍ରରେ ସାରା ବିଶ୍ୱ ପାଇଁ ସେ ଏକାଧିକ ମ୍ୟା‌ଥମେଟିକାଲ ମୋଡେଲ ଓ ଥିଓରି ଆବିଷ୍କାର କରିଥିଲେ। 

ଜିଏମ୍‌ କାର୍ ପାଇଁ ମ୍ୟାଥ୍‌ମେଟିକାଲ ମୋଡେଲ୍ ତିଆରି କରିବାକୁ ଜେନେରାଲ ମୋଟର୍ସ ତାଙ୍କୁ ନିଯୁକ୍ତ କରିଥିଲା। ପରେ, ସେ ଅଟୋମୋବାଇଲ୍ ଉତ୍ପାଦନକାରୀ କମ୍ପାନୀ ପାଇଁ ରୁଟ୍ ୱାନ୍ ପ୍ରତିଷ୍ଠା କରିଥିଲେ, ଯାହାଦ୍ୱାରା ସମସ୍ତ ଜିଏମ୍ କାର୍ ଏବଂ ଜିପିଏସ୍ ସିଷ୍ଟମ୍ ପାଇଁ ଅଟୋ-ଫାଇନାନ୍ସ ବ୍ୟବସ୍ଥା ପରିଚାଳିତ ହେଉଥିଲା।

ସୁବ୍ରମଣିୟମ ଆମେରିକାର ଟ୍ରୟ ମିଚିଗାନ୍‌ରେ ଜିଏମ କାର୍ ପାଇଁ ସର୍‌ଭର ପ୍ରତିଷ୍ଠାର ମୂଳ ବିନ୍ଧାଣୀ ଥିଲେ। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିଗା ଗସ୍ତ କରି ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ। ତାଙ୍କ ପାଇଁ ଦେଶର ନାଁ ଉଜ୍ଜ୍ୱଳ ହୋଇଛି ବୋଲି ଇନ୍ଦିରା ଗାନ୍ଧୀ କହିଥିଲେ। ସୂଚନା ଥାଉକି ସୁବ୍ରମଣିୟମ ଆମେରିକାରେ ତାଙ୍କ ପତ୍ନୀ, ଝିଅ ଓ ଜ୍ୱାଇଁଙ୍କ ସହ ରହୁଥିଲେ। ସୁବ୍ରମଣିୟମଙ୍କ ସାନ ବାଇ ଟିଏନ୍ ଅଶୋକ ଜଣେ ଅନ୍ତର୍ଜାତୀୟ ବ୍ଲଗର ହେବା ସହ ପିଟିଆଇର ଇକୋନୋମିକ୍ସର ପୂର୍ବତନ ସମ୍ପାଦକ ।