ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୯ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ଖରା ହେବା ସହ ଆର୍ଦ୍ରତା ବୃଦ୍ଧି ଯୋଗୁ ଅସହ୍ୟ ଗରମ ଗୁଳୁଗୁଳି ବୃଦ୍ଧି ପାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଠାରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତି ପ୍ରାୟ ୫ ବର୍ଷ ପରେ ହୋଇଥିବା କୁହାଯାଇଛି। ଗୋଟିଏ ପଟେ ଗରମ ଗୁଳୁଗୁଳି ବୃଦ୍ଧି ପାଇଥିବା ବେଳେ ଘନଘନ ବିଦ୍ୟୁତ୍‌କାଟ୍‌ ଜନସାଧାରଣଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଛି। ଦୈନିକ ଏଭଳି ବିଦ୍ୟୁତ୍‌କାଟ୍‌ ହୋଇଥିଲେ ସୁଦ୍ଧା […] The post ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୯ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ଖରା ହେବା ସହ ଆର୍ଦ୍ରତା ବୃଦ୍ଧି ଯୋଗୁ ଅସହ୍ୟ ଗରମ ଗୁଳୁଗୁଳି ବୃଦ୍ଧି ପାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଠାରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତି ପ୍ରାୟ ୫ ବର୍ଷ ପରେ ହୋଇଥିବା କୁହାଯାଇଛି। ଗୋଟିଏ ପଟେ ଗରମ ଗୁଳୁଗୁଳି ବୃଦ୍ଧି ପାଇଥିବା ବେଳେ ଘନଘନ ବିଦ୍ୟୁତ୍‌କାଟ୍‌ ଜନସାଧାରଣଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଛି। ଦୈନିକ ଏଭଳି ବିଦ୍ୟୁତ୍‌କାଟ୍‌ ହୋଇଥିଲେ ସୁଦ୍ଧା ଏନେଇ ବିଭାଗ ପକ୍ଷରୁ ଚିରାଚରିତ ଢଙ୍ଗରେ ଉତ୍ତର ଦିଆଯାଉଛି। ଗରମ ବୃଦ୍ଧି ସହ ବିଭିନ୍ନ ସ୍ଥାନରେ ଜଳକଷ୍ଟ ଦେଖାଯାଇଛି। କୂଅ, ପୋଖରୀଗୁଡ଼ିକରୁ ଜଳ ଶୁଖିବାରେ ଲାଗିଛି ଯଦି ବର୍ଷା ନ ହୁଏ ତେବେ ଅଞ୍ଚଳରେ ପାଣି ପାଇଁ ହାହା କାର ହୋଇଯିବ ବୋଲି କୁହାଯାଇଛି। ଗୋଟିଏ ପଟେ ବୁଧବାର କନ୍ଧମାଳ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ଗରମ ଗୁଳୁଗୁଳିରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି ଜରୁରୀ କାର୍ଯ୍ୟ ନ ଥିଲେ ଲୋକମାନେ ଘରୁ ପଦାକୁ ବାହାରୁ ନ ଥିବା ବେଳେ ଦୈନିକ ଶ୍ରମିକ କାର୍ଯ୍ୟ କରି ପରିବାର ଚଳାଉଥିବା ପରିବାର ବହୁତ ହଇରାଣ ହରକତ ହେଉଛନ୍ତି।

The post ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.