ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ୪୦ ଡିଗ୍ରୀ ଉପରେ ରାଜ୍ୟର ୨୩ ସହର, ଅନୁଗୁଳ ଦେଶର ୫ମ ଉତ୍ତପ୍ତ ସହର
ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ, ଝାଞ୍ଜିରେ ଜଳି ଯାଉଛି ଦେହ । ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଗତ ଦୁଇ ଦିନ ଧରି ସାରା ରାଜ୍ୟରେ ତାତିର ତାଉ ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଗତକାଲି କେବଳ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଛୁଇଁଥିବା ବେଳେ ଆଜି ଅର୍ଥାତ ଶନିବାର ୪ଟି […]

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ, ଝାଞ୍ଜିରେ ଜଳି ଯାଉଛି ଦେହ । ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଗତ ଦୁଇ ଦିନ ଧରି ସାରା ରାଜ୍ୟରେ ତାତିର ତାଉ ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି।
ଗତକାଲି କେବଳ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଛୁଇଁଥିବା ବେଳେ ଆଜି ଅର୍ଥାତ ଶନିବାର ୪ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ଆଜି ଅନୁଗୁଳର ତାପମାତ୍ରା ୪୩.୫ ଡିଗ୍ରି ସହ ସବୁଠୁ ଅଧିକ ରହିଥିବା ବେଳେ ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ , ବୌଦ୍ଧ ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରହିଥିଲା। ଆଜି ରାଜ୍ୟର ୨୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଅନୁଗୁଳ ଦେଶର ପଞ୍ଚମ ଉତ୍ତପ୍ତ ସହର ସହର ରହିଛି।
ଅନ୍ୟପକ୍ଷରେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିବା ବେଳେ ଆଜି ଏହା ୩୯.୬ ଡିଗ୍ରୀକୁ ଖସି ଆସିଛି। ଆଜି କଟକରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୧ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ, କେନ୍ଦୁଝରଗଡ଼ରେ ୪୦.୪, ସମ୍ବଲପୁରରେ ୪୧.୭, ସୁନ୍ଦରଗଡ଼ରେ ୪୦.୮, ହୀରାକୁଦରେ ୪୧.୧, ତାଳଚେରରେ ୪୨, ଭବାନୀପାଟଣାରେ ୪୨.୮, ବଲାଙ୍ଗିରରେ ୪୨.୩, ଫୁଲବାଣୀରେ ୪୧.୧, ସୋନପୁରରେ ୪୧.୨, ନୟାଗଡ଼ରେ ୪୨.୩, ପାରଳାଖେମୁଣ୍ଡିରେ ୪୨, ଢେଙ୍କାନାଳରେ ୪୧, ବରଗଡ଼ରେ ୪୦.୨, ନୂଆପଡ଼ାରେ ୪୦, ଖୋର୍ଦ୍ଧାରେ ୪୦.୫, କେନ୍ଦ୍ରାପଡ଼ାରେ ୪୦ ଓ ରାଉରକେଲାରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।
ସେପଟେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ହସ୍ପିଟାଲ ଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି। ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହେଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ଅଛନ୍ତି ହସ୍ପିଟାଲ। ଜିଭ ଶୁଖିଯିବ,ବାନ୍ତି ଲାଗିବ,ବିପି କମିବା,ଦେହ ହାତ ଘୋଳା ବିନ୍ଧା, ଗମଗମ ଝାଳ ବୋହିବ ଏସବୁ ଅଂଶୁଘାତର ଲକ୍ଷଣ ରହିଛି। ଅଂଶୁଘାତ ଚିକିତ୍ସା ପାଇଁ ୩ ଦିନ ଧରି ଡାକ୍ତର ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଅଂଶୁଘାତ ମୃତ୍ୟୁ ହେଲେ ଇନକ୍ୱାରି କରିବା ପାଇଁ ଜିଲ୍ଲା ସ୍ତରରେ ଗୋଟିଏ ଟିମ ପ୍ରସ୍ତୁତ କରାଯାଇଛି।