ପ୍ରଚଣ୍ଡ ତାତି ଜାରି, ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ବର ୨୫।୪: ଆଜି ବି ଜାରି ରହିଛି ପ୍ରଚଣ୍ଡ ତାତି । ସାରା ଓଡିଶାରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ଲୋକେ । ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା । ୪୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ରାଜଧାନୀ ଭୁବନେଶ୍ୱର, ସମ୍ବଲପୁର ଓ ହୀରାକୁଦରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି କେନ୍ଦୁଝର ଓ ଚାନ୍ଦବାଲିରେ ୪୧.୮, ରାଉରକେଲାରେ ୪୧.୪ ଡିଗ୍ରୀ ରେକର୍ଡ ହୋଇଛି ।ସେପଟେ ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ରେକର୍ଡ ତାମାତ୍ରା ଅନୁଯାୟୀ ୪୧.୧ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ରାଜଧାନୀ । ଏହା ପଛକୁ ରହିଥିଲା ବାଲେଶ୍ୱର । ଯାହାର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିଭଳି ଚାନ୍ଦବାଲିରେ ୪୧, ଝାରସୁଗୁଡାରେ ୪୦.୪, ହୀରାକୁଦରେ ୪୦.୩, କେନ୍ଦୁଝରରେ ୩୯.୬, ସମ୍ବଲପୁରରେ ୩୯, ରାଉରକେଲାରେ ୩୮.୮, ପାରଦୀପରେ ୩୪.୨, ପୁରୀରେ ୩୪.୨, ଗୋପାଳପୁରରେ ୩୪ ଡିଗ୍ରୀ ରେକର୍ଡ ହୋଇଥିଲା ।  ସାଢେ ୨ଟା ସୁଦ୍ଧା ରେକର୍ଡ ତାପମାତ୍ରା- ଝାରସୁଗୁଡା: ୪୩.୬ ଡିଗ୍ରୀ ଭୁବନେଶ୍ୱର: ୪୨.୨ ଡିଗ୍ରୀ ହୀରାକୁଦ: ୪୨.୨ ଡିଗ୍ରୀ ସମ୍ବଲପୁର: ୪୨.୨ ଡିଗ୍ରୀ କେନ୍ଦୁଝର: ୪୧.୮ ଡିଗ୍ରୀ ଚାନ୍ଦବାଲି: ୪୧.୮ ଡିଗ୍ରୀ ରାଉରକେଲା: ୪୧.୪ ଡିଗ୍ରୀ ବାଲେଶ୍ୱର: ୪୧ ଡିଗ୍ରୀ ପୁରୀ: ୩୫ ଡିଗ୍ରୀ ଗୋପାଳପୁର: ୩୪.୮ ଡିଗ୍ରୀ ପାରାଦ୍ୱୀପ:

ପ୍ରଚଣ୍ଡ ତାତି ଜାରି, ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ବର ୨୫।୪: ଆଜି ବି ଜାରି ରହିଛି ପ୍ରଚଣ୍ଡ ତାତି । ସାରା ଓଡିଶାରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ଲୋକେ । ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା । ୪୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ରାଜଧାନୀ ଭୁବନେଶ୍ୱର, ସମ୍ବଲପୁର ଓ ହୀରାକୁଦରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି କେନ୍ଦୁଝର ଓ ଚାନ୍ଦବାଲିରେ ୪୧.୮, ରାଉରକେଲାରେ ୪୧.୪ ଡିଗ୍ରୀ ରେକର୍ଡ ହୋଇଛି ।

ସେପଟେ ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ରେକର୍ଡ ତାମାତ୍ରା ଅନୁଯାୟୀ ୪୧.୧ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ରାଜଧାନୀ । ଏହା ପଛକୁ ରହିଥିଲା ବାଲେଶ୍ୱର । ଯାହାର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଥିଲା । 

ସେହିଭଳି ଚାନ୍ଦବାଲିରେ ୪୧, ଝାରସୁଗୁଡାରେ ୪୦.୪, ହୀରାକୁଦରେ ୪୦.୩, କେନ୍ଦୁଝରରେ ୩୯.୬, ସମ୍ବଲପୁରରେ ୩୯, ରାଉରକେଲାରେ ୩୮.୮, ପାରଦୀପରେ ୩୪.୨, ପୁରୀରେ ୩୪.୨, ଗୋପାଳପୁରରେ ୩୪ ଡିଗ୍ରୀ ରେକର୍ଡ ହୋଇଥିଲା । 

 

ସାଢେ ୨ଟା ସୁଦ୍ଧା ରେକର୍ଡ ତାପମାତ୍ରା- 

ଝାରସୁଗୁଡା: ୪୩.୬ ଡିଗ୍ରୀ 

ଭୁବନେଶ୍ୱର: ୪୨.୨ ଡିଗ୍ରୀ 

ହୀରାକୁଦ: ୪୨.୨ ଡିଗ୍ରୀ 

ସମ୍ବଲପୁର: ୪୨.୨ ଡିଗ୍ରୀ 

କେନ୍ଦୁଝର: ୪୧.୮ ଡିଗ୍ରୀ 

ଚାନ୍ଦବାଲି: ୪୧.୮ ଡିଗ୍ରୀ 

ରାଉରକେଲା: ୪୧.୪ ଡିଗ୍ରୀ 

ବାଲେଶ୍ୱର: ୪୧ ଡିଗ୍ରୀ 

ପୁରୀ: ୩୫ ଡିଗ୍ରୀ 

ଗୋପାଳପୁର: ୩୪.୮ ଡିଗ୍ରୀ 

ପାରାଦ୍ୱୀପ: ୩୪.୨ ଡିଗ୍ରୀ

You Can Read :

ଓଃ କି ତାତି, ସାଢେ ୧୧ ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ୱର