ପ୍ରଚାର ବେଳେ ମହୁଆଙ୍କ ସହ ନାଚିଲେ ମମତା, ଭିଡିଓ ଭାଇରାଲ୍‌

ନିର୍ବାଚନ ପ୍ରଚାର ବେଳେ ଏକାଠି ନାଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସି ନେତ୍ରୀ ମହୁଆ।

ପ୍ରଚାର ବେଳେ ମହୁଆଙ୍କ ସହ ନାଚିଲେ ମମତା, ଭିଡିଓ ଭାଇରାଲ୍‌

ନିର୍ବାଚନ ପ୍ରଚାର ବେଳେ ଏକାଠି ନାଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସି ନେତ୍ରୀ ମହୁଆ ମୋଇତ୍ରା। ନଦିଆରେ ଆୟୋଜିତ ଗୋଟିଏ ଜନସଭାରେ ସେମାନେ ଅନ୍ୟ ମହିଳାଙ୍କ ସହ ହାତରେ ହାତ ଛନ୍ଦି ଷ୍ଟେଜ ଉପରେ ଡ୍ୟାନ୍ସ କରିଛନ୍ତି। ଏହାର ଭିଡିଓକୁ ନିଜେ ମହୁଆ ଏକ୍ସରେ ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି, “ଏଯାଏ ପ୍ରଚାର ସମୟର ସବୁଠାରୁ ମଜାଦାର ଭିଡିଓ।” ନଦିଆର ତେହାତ୍ତା ଠାରେ ଗୁରୁବାର ମହୁଆଙ୍କ ପାଇଁ ଦିଦି ପ୍ରଚାର କରିଥିଲେ। ଏହି ସମୟରେ ଷ୍ଟେଜ ଉପରେ ଅନ୍ୟ ମହିଳାଙ୍କ ସହ ଦିଦି ଓ ମହୁଆ ଢୋଲର ତାଳେତାଳେ ନାଚିଥିଲେ।

ମମତା ବାନାର୍ଜୀଙ୍କ ସମ୍ବୋଧନ ବେଳର ଭିଡିଓକୁ ପୋଷ୍ଟ କରି ମହୁଆ ଧନ୍ୟବାଦ ଦିଦି ବୋଲି ଲେଖିଛନ୍ତି। ଉକ୍ତ ରାଲିରେ ମମତା ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ୟୁସିସି ଲାଗୁ ହେଲେ ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗର ଅଧିକାର କ୍ଷୁଣ୍ଣ ହେବ ବୋଲି ସେ ଅଭିଯୋଗ କରିଛନ୍ତି।

ଗତ ସପ୍ତାହରେ ମମତା ବାନାର୍ଜୀ ମାଲଦାରେ ପାରମ୍ପରିକ ବେଙ୍ଗଲ ଗୀତରେ ନାଚିଥିଲେ। ସେ ବାଦ୍ୟ ଯନ୍ତ୍ରରେ ମଧ୍ୟ ନିଜ ହାତ ଚଳାଇଥିଲେ।

ଟିଏମସି ପକ୍ଷରୁ ମହୁଆ ପୁଣିଥରେ କ୍ରିଷ୍ଣନଗର ଲୋକସଭା ସିଟ୍‌ରୁ ନିର୍ବାଚନ ଲଢ଼ୁଛନ୍ତି।