ପ୍ରଜ୍ଞା ପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ,୩ ହଜାର ୟୁଥ ଲିଡରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୧୨/୧: ଆଜି (ରବିବାର)ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ବା ଜାତୀୟ ଯୁବ ଦିବସ । ଦେଶ ନିର୍ମାଣରେ ସ୍ବାମୀ ବିବେକାନନ୍ଦଙ୍କ ଅବଦାନକୁ ପାଥେୟ କରି ୧୯୮୪ ମସିହାରୁ ଆଜିର ଦିନକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ପଶ୍ଚିମବଙ୍ଗର କୋଲ୍‌କାତାରେ ଜନ୍ମଗ୍ରହଣ କରିଥିଲେ ପ୍ରଜ୍ଞା ପୁରୁଷ ସ୍ବାମୀ ବିବେକାନନ୍ଦ । ତାଙ୍କ ପିଲାଦିନର ନାମ ଥିଲା ନରେନ୍ଦ୍ରନାଥ ଦତ୍ତ । ନରେନ୍ଦ୍ରନଥ ଦତ୍ତରୁ ସ୍ବାମୀ ବିବେକାନନ୍ଦଙ୍କ ଯାତ୍ରା ଯୁବ ସମାଜ ପାଇଁ ବେଶ ପ୍ରେରଣାଦାୟୀ । ତାଙ୍କର ଏହି ଯାତ୍ରାରେ ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଭୂମିକା ଥିଲା । ୧୯୮୩ରେ ଚିକାଗୋ ଧର୍ମ ସମ୍ମିଳନୀରେ ବିବେକାନନ୍ଦଙ୍କ ଉଦ୍‌ବୋଧନ ଏବେବି ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ଆଧ୍ୟାତ୍ମିକ ଜୀବନ ପ୍ରତି ଆଗ୍ରହୀ ଥିବା ନରେନ୍ଦ୍ର ପିଲାଦିନରୁ ଧ୍ୟାନ ଅଭ୍ୟାସ କରୁଥିଲେ । ଭାରତୀୟ ଧର୍ମ ଓ ଦର୍ଶନକୁ ବିଶ୍ବରେ ଲୋକପ୍ରିୟ କରାଇବାରେ ବିବେକାନନ୍ଦଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଉନବିଂଶ ଶତାବ୍ଦୀରେ ହିନ୍ଦୁ ଧର୍ମକୁ ଏକ ପ୍ରମୁଖ ବିଶ୍ବଧର୍ମ ରୂପେ ଉପସ୍ଥାପନ କରିଥିଲେ ।ଯୁବକମାନଙ୍କ ଉପରେ ତାଙ୍କର ଅଗାଧ ବିଶ୍ବାସ ଥିଲା ଯୁବପିଢିଙ୍କ କର୍ମନିଷ୍ଠା,ତ୍ୟାଗ ଓ ଆଧ୍ୟାତ୍ମିକତା ଦ୍ବାରା ଦେଶରେ ବିରାଟ ପରିବର୍ତ୍ତନ ହୋଇପାରିବ ବୋଲି ବିବେକାନନ୍ଦଙ୍କ ଦୃଢ ବିଶ୍ବାସ ଥିଲା । ଯୋଗ ଓ ଧ୍ୟାନ ଦୁର୍ବଳ ମାନସିକତ

ପ୍ରଜ୍ଞା ପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ,୩ ହଜାର ୟୁଥ ଲିଡରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୧୨/୧: ଆଜି (ରବିବାର)ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ବା ଜାତୀୟ ଯୁବ ଦିବସ । ଦେଶ ନିର୍ମାଣରେ ସ୍ବାମୀ ବିବେକାନନ୍ଦଙ୍କ ଅବଦାନକୁ ପାଥେୟ କରି ୧୯୮୪ ମସିହାରୁ ଆଜିର ଦିନକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ପଶ୍ଚିମବଙ୍ଗର କୋଲ୍‌କାତାରେ ଜନ୍ମଗ୍ରହଣ କରିଥିଲେ ପ୍ରଜ୍ଞା ପୁରୁଷ ସ୍ବାମୀ ବିବେକାନନ୍ଦ । 

ତାଙ୍କ ପିଲାଦିନର ନାମ ଥିଲା ନରେନ୍ଦ୍ରନାଥ ଦତ୍ତ । ନରେନ୍ଦ୍ରନଥ ଦତ୍ତରୁ ସ୍ବାମୀ ବିବେକାନନ୍ଦଙ୍କ ଯାତ୍ରା ଯୁବ ସମାଜ ପାଇଁ ବେଶ ପ୍ରେରଣାଦାୟୀ । ତାଙ୍କର ଏହି ଯାତ୍ରାରେ ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଭୂମିକା ଥିଲା । ୧୯୮୩ରେ ଚିକାଗୋ ଧର୍ମ ସମ୍ମିଳନୀରେ ବିବେକାନନ୍ଦଙ୍କ ଉଦ୍‌ବୋଧନ ଏବେବି ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ଆଧ୍ୟାତ୍ମିକ ଜୀବନ ପ୍ରତି ଆଗ୍ରହୀ ଥିବା ନରେନ୍ଦ୍ର ପିଲାଦିନରୁ ଧ୍ୟାନ ଅଭ୍ୟାସ କରୁଥିଲେ । ଭାରତୀୟ ଧର୍ମ ଓ ଦର୍ଶନକୁ ବିଶ୍ବରେ ଲୋକପ୍ରିୟ କରାଇବାରେ ବିବେକାନନ୍ଦଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । 

ଉନବିଂଶ ଶତାବ୍ଦୀରେ ହିନ୍ଦୁ ଧର୍ମକୁ ଏକ ପ୍ରମୁଖ ବିଶ୍ବଧର୍ମ ରୂପେ ଉପସ୍ଥାପନ କରିଥିଲେ ।ଯୁବକମାନଙ୍କ ଉପରେ ତାଙ୍କର ଅଗାଧ ବିଶ୍ବାସ ଥିଲା ଯୁବପିଢିଙ୍କ କର୍ମନିଷ୍ଠା,ତ୍ୟାଗ ଓ ଆଧ୍ୟାତ୍ମିକତା ଦ୍ବାରା ଦେଶରେ ବିରାଟ ପରିବର୍ତ୍ତନ ହୋଇପାରିବ ବୋଲି ବିବେକାନନ୍ଦଙ୍କ ଦୃଢ ବିଶ୍ବାସ ଥିଲା । ଯୋଗ ଓ ଧ୍ୟାନ ଦୁର୍ବଳ ମାନସିକତାକୁ ପରିବର୍ତ୍ତନ କରିପାରିବ ବୋଲି ସବୁବେଳେ କହୁଥିଲେ ବିବେକାନନ୍ଦ । 

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ମଣ୍ଡପମ୍‌ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ୨୦୨୫ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ମୋଦି ଭାରତର ୩ ହଜାର ଯୁବ ନେତାଙ୍କ ସହ ଭେଟିବା ସହ ଦେଶ ବିକାଶ କ୍ଷେତ୍ରରେ ଆଲୋଚନା କରିବେ ।