ପ୍ରଜ୍ବଲ ରେଭନ୍ନାଙ୍କ ବଢ଼ିଲା ଅଡ଼ୁଆ, ଇଣ୍ଟରପୋଲ ଜାରି କଲା ବ୍ଲୁ କର୍ଣ୍ଣର ନୋଟିସ
ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ଅଭିଯୋଗ ଲାଗିଥିବା ଜେଡିଏସ ସାଂସଦ ପ୍ରଜ୍ବଲ ରେଭନ୍ନାଙ୍କ ଉପରେ ଏସଆଇଟି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଜ୍ବଲ ରେଭନ୍ନାଙ୍କ ବାପା ବିଧାୟକ ଏଚଡି ରେଭନ୍ନାଙ୍କ ଗିରଫ ପରେ ଏବେ, ଇଣ୍ଟରପୋଲ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଛି।କର୍ଣ୍ଣାଟକ ଗୃହମନ୍ତ୍ରୀ ଜୀ ପରମେଶ୍ବର କହିଛନ୍ତି ପ୍ରଜ୍ବଲ ରେଭନ୍ନାଙ୍କ ବିରୋଧରେ ନୋଟିସ ଜାରି କରାଯାଇଥିଲା। ସୂଚନାଥାଉକି, ଏସଆଇଟି ସିବିଆଇକୁ ପ୍ରଜ୍ବଳଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିବାକୁ ଅନୁରୋଧ କରିଥିଲା। କୁହାଯାଉଛି ଯେ, ପ୍ରଜ୍ବଲ ରେଭନ୍ନା ବର୍ତ୍ତମାନ ଜର୍ମାନୀ ପଳାଇଯାଇଛନ୍ତି। କର୍ଣ୍ଣାଟକ ଗୃହ ମନ୍ତ୍ରୀ ପରମେଶ୍ବର କହିଛନ୍ତି ଯୌନ ଉତ୍ପୀଡ଼ନ ମାମଲାର ସାମ୍ନା କରୁଥିବା ପ୍ରଜ୍ବଲ ରେଭନ୍ନାଙ୍କୁ ଭାରତ ଫେରାଇ ଆଣିବାକୁ ଇଣ୍ଟରପୋଲର ସହଯୋଗ ନିଆଯାଉଛି।ତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଇଛି। ସୂଚନାଥାଉକି, ଏସଆଇ ଜେଡିଏସ ସାଂସଦଙ୍କ ବିରୋଧରେ ଲୁକଆଉଟି ନୋଟିସ ଜାରି କରିଥିଲା। ଆଉ ତାଙ୍କୁ ହାଜର ହେବାକୁ କହିଥିଲା କିନ୍ତୁ ସେ ହଜାର ହୋଇନଥିଲେ। ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏହି ମାମଲାରେ ଯାଞ୍ଚ ପାଇଁ ଗଠିତ ଏସଆଇଟି ଅଧିକାରୀଙ୍କ ସହ ବୈଠକ କରିଥିଲେ। ଆଉ ଏହି ବୈଠକରେ ଏସଆଇଟି ଅଧିକାରୀଙ୍କୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହି କ୍ରମରେ ଇଣ୍ଟରପ
ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ଅଭିଯୋଗ ଲାଗିଥିବା ଜେଡିଏସ ସାଂସଦ ପ୍ରଜ୍ବଲ ରେଭନ୍ନାଙ୍କ ଉପରେ ଏସଆଇଟି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଜ୍ବଲ ରେଭନ୍ନାଙ୍କ ବାପା ବିଧାୟକ ଏଚଡି ରେଭନ୍ନାଙ୍କ ଗିରଫ ପରେ ଏବେ, ଇଣ୍ଟରପୋଲ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଛି।
କର୍ଣ୍ଣାଟକ ଗୃହମନ୍ତ୍ରୀ ଜୀ ପରମେଶ୍ବର କହିଛନ୍ତି ପ୍ରଜ୍ବଲ ରେଭନ୍ନାଙ୍କ ବିରୋଧରେ ନୋଟିସ ଜାରି କରାଯାଇଥିଲା। ସୂଚନାଥାଉକି, ଏସଆଇଟି ସିବିଆଇକୁ ପ୍ରଜ୍ବଳଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିବାକୁ ଅନୁରୋଧ କରିଥିଲା। କୁହାଯାଉଛି ଯେ, ପ୍ରଜ୍ବଲ ରେଭନ୍ନା ବର୍ତ୍ତମାନ ଜର୍ମାନୀ ପଳାଇଯାଇଛନ୍ତି।
କର୍ଣ୍ଣାଟକ ଗୃହ ମନ୍ତ୍ରୀ ପରମେଶ୍ବର କହିଛନ୍ତି ଯୌନ ଉତ୍ପୀଡ଼ନ ମାମଲାର ସାମ୍ନା କରୁଥିବା ପ୍ରଜ୍ବଲ ରେଭନ୍ନାଙ୍କୁ ଭାରତ ଫେରାଇ ଆଣିବାକୁ ଇଣ୍ଟରପୋଲର ସହଯୋଗ ନିଆଯାଉଛି।ତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଇଛି। ସୂଚନାଥାଉକି, ଏସଆଇ ଜେଡିଏସ ସାଂସଦଙ୍କ ବିରୋଧରେ ଲୁକଆଉଟି ନୋଟିସ ଜାରି କରିଥିଲା। ଆଉ ତାଙ୍କୁ ହାଜର ହେବାକୁ କହିଥିଲା କିନ୍ତୁ ସେ ହଜାର ହୋଇନଥିଲେ।
ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏହି ମାମଲାରେ ଯାଞ୍ଚ ପାଇଁ ଗଠିତ ଏସଆଇଟି ଅଧିକାରୀଙ୍କ ସହ ବୈଠକ କରିଥିଲେ। ଆଉ ଏହି ବୈଠକରେ ଏସଆଇଟି ଅଧିକାରୀଙ୍କୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହି କ୍ରମରେ ଇଣ୍ଟରପୋଲକୁ ବ୍ଲୁ କର୍ଣ୍ଣର ନୋଟିସ ଜାରି ପାଇଁ ଅନୁରୋଧ କରାଯାଇଥିଲା।
କ’ଣ ଏହି ବ୍ଲୁ କର୍ଣ୍ଣର ନୋଟିସ ?
କୌଣସି ଅପରାଧରେ କେହି ବ୍ୟକ୍ତିଙ୍କ ପରିଚୟ, ସ୍ଥାନ କିମ୍ବା ଗତିବିଧି ବିଷୟରେ ନିଜର ସଦସ୍ୟ ଦେଶଙ୍କ ଠାରୁ ଅତିରିକ୍ତ ସୂଚନା ଏକାଠି କରିବା ପାଇଁ ଅନ୍ତରାଷ୍ଟ୍ରୀୟ ପୋଲିସ ସହଯୋଗ ସଂସ୍ଥା ଦ୍ବାରା ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଇଥାଏ। ଇଣ୍ଟରପୋଲରୁ ବ୍ଲୁ କର୍ଣ୍ଣର ନୋଟିସ ଆଧାରରେ ସମୁଦାୟ ସାତ ପ୍ରକାରର ନୋଟିସ ଜାରି କରାଯାଇଥାଏ। ଇଣ୍ଟରପୋଲ ତରଫରୁ ରେଡ କର୍ଣ୍ଣର ନୋଟିସ, ୟୋଲୋ ନୋଟିସ, ବ୍ଲାକ୍ କର୍ଣ୍ଣର ନୋଟିସ, ଗ୍ରୀନ କର୍ଣ୍ଣର ନୋଟିସ, ଅରେଞ୍ଜ ନୋଟିସ ଏବଂ ପର୍ପଲ ନୋଟିସ ମଧ୍ୟ ଜାରି କରାଯାଇଥାଏ।