ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୧୫୦୦ ଟଙ୍କା, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୩।୧୧: ଆନ୍ଧ୍ରପ୍ରଦେଶର ମିଳିତ ସରକାର ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଘୋଷଣା କରିଛନ୍ତି। କୁହାଯାଉଛି , ରାଜ୍ୟରେ ଆଉ ଗୋଟିଏ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପାଣ୍ଠି ଜାରି କରିସାରିଛନ୍ତି। ସରକାର ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସେମାନେ କ୍ଷମତାକୁ ଆସନ୍ତି, ତେବେ ସେ ସୁପର ସିକ୍ସ ଯୋଜନା କାର୍ଯ୍ୟକାରୀ କରିବେ। ନିର୍ବାଚନରେ ଦିଆଯାଇଥିବା ଏହି ପ୍ରମୁଖ ପ୍ରତିଶ୍ରୁତି ପୂରଣ ପାଇଁ ସରକାର ବର୍ତ୍ତମାନ ପଦକ୍ଷେପ […] The post ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୧୫୦୦ ଟଙ୍କା, ଏମିତି କରନ୍ତୁ ଆବେଦନ appeared first on Dharitri Odia News.

ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୧୫୦୦ ଟଙ୍କା, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୩।୧୧: ଆନ୍ଧ୍ରପ୍ରଦେଶର ମିଳିତ ସରକାର ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଘୋଷଣା କରିଛନ୍ତି। କୁହାଯାଉଛି , ରାଜ୍ୟରେ ଆଉ ଗୋଟିଏ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପାଣ୍ଠି ଜାରି କରିସାରିଛନ୍ତି। ସରକାର ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସେମାନେ କ୍ଷମତାକୁ ଆସନ୍ତି, ତେବେ ସେ ସୁପର ସିକ୍ସ ଯୋଜନା କାର୍ଯ୍ୟକାରୀ କରିବେ। ନିର୍ବାଚନରେ ଦିଆଯାଇଥିବା ଏହି ପ୍ରମୁଖ ପ୍ରତିଶ୍ରୁତି ପୂରଣ ପାଇଁ ସରକାର ବର୍ତ୍ତମାନ ପଦକ୍ଷେପ ନେଇଛନ୍ତି।

ବିଧାନସଭାରେ ନିକଟରେ ଉପସ୍ଥାପିତ ହୋଇଥିବା ବଜେଟରେ ସୁପର ସିକ୍ସ ଯୋଜନା ପାଇଁ ରାଜ୍ୟ ସରକାର ଅର୍ଥ ଆବଣ୍ଟନ କରିଛନ୍ତି। ନିର୍ବାଚନ ସମୟରେ ସହଯୋଗୀ ଦଳ ଘୋଷଣା କରିଥିଲେ ଯେ ଯଦି ଦଳ କ୍ଷମତାକୁ ଆସେ, ତେବେ ୧୯ରୁ ୫୯ବର୍ଷ ବୟସର ଏସସି, ଏସଟି, ବିସି, ସଂଖ୍ୟାଲଘୁ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଗଠବନ୍ଧନର ଘୋଷଣାପତ୍ରରେ ଏହି ଯୋଜନାର ନାମ ଆଦାବିଦା ନିଧି ବା ମହିଳା ଶକ୍ତି ରଖାଯାଇଛି। ବର୍ତ୍ତମାନ ଏହି ଯୋଜନା ସଂପୃକ୍ତ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ମହିଳାମାନଙ୍କୁ ଆର୍ଥିକ ଅବଦାନ ନାମରେ ଚାଲିବ। ୨୦୨୪-୨୫ ବଜେଟରେ ଏହି ଯୋଜନା ପାଇଁ ରାଜ୍ୟ ସରକାର ୩,୩୪୧.୮୨ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ହେଲେ ଏହା କେବେଠୁ ଆରମ୍ଭ ହେବ ସେନେଇ ଏ ବାବଦରେ ସରକାର ଏପର୍ଯ୍ୟନ୍ତ କ କୌଣସି ସରକାରୀ ଘୋଷଣା କରିନାହାଁନ୍ତି।

The post ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୧୫୦୦ ଟଙ୍କା, ଏମିତି କରନ୍ତୁ ଆବେଦନ appeared first on Dharitri Odia News.