ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ! ହୋଇପାରେ ଏହିସବୁ ସମସ୍ୟା

ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଚା’ କିମ୍ବା କଫିରୁ ହୋଇଥାଏ । ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆମେ ପ୍ରାୟତଃ ଚା’ ଏବଂ କଫି ବ୍ୟବହାର କରୁ । କିନ୍ତୁ ଆପଣ ଜାଣନ୍ତି କି ଅତ୍ୟଧିକ ଚା’ କଫିର ସେବନ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇଥାଏ । ଏଥିରେ ମିଳୁଥିବା କଫିନ୍ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ଏଥିରୁ ଆମକୁ ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ । ଏକ୍ସପର୍ଟଙ୍କ ମତ ଅନୁଯାୟୀ, ଜଣେ […] The post ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ! ହୋଇପାରେ ଏହିସବୁ ସମସ୍ୟା appeared first on KNews Odisha.

ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ! ହୋଇପାରେ ଏହିସବୁ ସମସ୍ୟା

ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଚା’ କିମ୍ବା କଫିରୁ ହୋଇଥାଏ । ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆମେ ପ୍ରାୟତଃ ଚା’ ଏବଂ କଫି ବ୍ୟବହାର କରୁ । କିନ୍ତୁ ଆପଣ ଜାଣନ୍ତି କି ଅତ୍ୟଧିକ ଚା’ କଫିର ସେବନ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇଥାଏ । ଏଥିରେ ମିଳୁଥିବା କଫିନ୍ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ଏଥିରୁ ଆମକୁ ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ । ଏକ୍ସପର୍ଟଙ୍କ ମତ ଅନୁଯାୟୀ, ଜଣେ ବ୍ୟକ୍ତି ଦୈନିକ ୧ ରୁ ୨ କପ ଚା’ କିମ୍ବା କଫି ହିଁ ପିଇପାରିବେ । ଏହାଠାରୁ ଅଧିକ ଚା’ କିମ୍ବା କଫି ପିଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ଏକ ସର୍ଭେ ଅନୁଯାୟୀ, ଗୋଟିଏ ଦିନରେ ୨୦୦ ଗ୍ରାମ କିମ୍ବା ତା’ ଠାରୁ କମ୍ କଫି ପିଅନ୍ତୁ । ୩୦୦ ଗ୍ରାମ କଫି ୨ କପ୍ ସହିତ ସମାନ । ଯଦି ଆପଣ ଅଧିକ କଫି ପିଅନ୍ତି, ତେବେ ଅନେକ ଗମ୍ଭୀର ରୋଗ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇପାରେ ।

ଡିପ୍ରେସନ: ଅତ୍ୟଧିକ ଚା’ କଫି ପିଇବା ଦ୍ୱାରା ଆପଣ ଡିପ୍ରେସନର ଶିକାର ହୋଇପାରନ୍ତି । ମାନସିକ ରୋଗ, ଉଦାସୀନତା ଏବଂ ଷ୍ଟ୍ରେସରେ ପୀଡିତ ବ୍ୟକ୍ତିମାନେ ଅତି କମ ଚା’ କଫି ପିଇବା ଉଚିତ୍ । କାରଣ ଅତ୍ୟଧିକ କଫି ପିଇବା ଶରୀରରେ କୋଲେଷ୍ଟ୍ରଲର ଆଶଙ୍କା ବଢାଇଥାଏ । ଯାହାର ହୃଦୟ ଏବଂ ଶରୀର ଉପରେ ଖରାପ ଏବଂ ପ୍ରତ୍ୟକ୍ଷ ପ୍ରଭାବ ପଡିଥାଏ ।

ଡାଇବେଟିସ: ଜଣେ ଡାଇବେଟିସ ରୋଗୀ ଭୁଲରେ ମଧ୍ୟ ଅଧିକ ଚା’ କଫି ପିଇବା ଉଚିତ୍ ନୁହେଁ କାରଣ ଏହା ତାଙ୍କ ଶରୀରରେ ଥିବା ଇନସୁଲିନକୁ ଖରାପ କରିପାରେ । ଏହା ସହିତ, ବ୍ଲଡ ସୁଗାର ଲେବଲ ମଧ୍ୟ ବୃଦ୍ଧି ପାଇପାରେ ।

ଅନିଦ୍ରା: ଚା’ କଫି ପିଇବା ପରେ ଅନେକ ଲୋକଙ୍କୁ ଶୋଇବାରେ ଅସୁବିଧା ହୁଏ ଅର୍ଥାତ ଆଦୌ ନିଦ ଆସିନଥାଏ । ଏହିପରି ଲୋକମାନେ ଚା’ କଫିଠାରୁ ସମ୍ପୂର୍ଣ୍ଣ ଦୂରରେ ରହିବା ଉଚିତ୍ ।

ପେଟ ଜନିତ ସମସ୍ୟା: ଅଧିକ କଫିନ୍ ପିଇବା ଦ୍ୱାରା ପେଟ ସମସ୍ୟା ଦେଖାଦେଇଥାଏ । ଅଧିକାଂଶ ଲୋକଙ୍କ ପେଟ ପ୍ରାୟତଃ ଠିକ ରହିନଥାଏ । ଅଧିକ କଫି ପିଇବା ଦ୍ୱାରା କିଛି ବ୍ୟକ୍ତିଙ୍କ ଠାରେ ଡାଇରିଆ ଭଳି ସମସ୍ୟା ଆରମ୍ଭ ହୁଏ ଏବଂ ସେମାନେ ବାରମ୍ବାର ବାଥରୁମକୁ ଦୌଡିବା ଆରମ୍ଭ କରନ୍ତି ।

ତେବେ ଯଦି ଆପଣ ନିଜ ଦୈନଦିନ ରୁଟିନ୍‌ରେ ଚା’ କଫି ପିଇବାକୁ ଚାହୁଁଛନ୍ତି ଏହାକୁ ସକାଳ ସମୟରେ ପିଇପାରିବେ । କାରଣ ସକାଳୁ ଉଠିବା ପରେ ଶରୀର ଶକ୍ତିହୀନ ଅନୁଭବ ହୋଇଥାଏ । ତେଣୁ ସେହି ସମୟରେ ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆପଣ ଚା’ କଫି ପିଇପାରିବେ । ଏହାପରେ ଅପରାହ୍ନ ସମୟ ମଧ୍ୟ ଚା’ କଫି ସେବନ ପାଇଁ ଉପଯୁକ୍ତ ସମୟ । କିନ୍ତୁ କେବେବି ବିଳମ୍ବିତ ରାତିରେ ଚା’ କଫି ପିଅନ୍ତୁ ନାହିଁ । ସେହିଭଳି ଚା’ କାଫିର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ସବୁବେଳେ ଛୋଟ କପ୍‌ରେ ଅଳ୍ପ ମାତ୍ରାରେ ପିଅନ୍ତୁ ।

Also read: ଭିଟାମିନ D ରେ ଭରପୂର ମସରୁମ୍, ଜାଣନ୍ତୁ କିପରି ଡାଏଟରେ କରିବେ ସାମିଲ

The post ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ! ହୋଇପାରେ ଏହିସବୁ ସମସ୍ୟା appeared first on KNews Odisha.