ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ

ନନ୍ଦିଘୋଷ ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ। ସୋମବାର DRDO ଲଞ୍ଚ କରିଛି ଉଗ୍ରମ ନାମକ ରାଇଫଲ୍ ।... The post ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ appeared first on .

ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ

ନନ୍ଦିଘୋଷ ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ। ସୋମବାର DRDO ଲଞ୍ଚ କରିଛି ଉଗ୍ରମ ନାମକ ରାଇଫଲ୍ । 7.62 x 51 ମିଲିମିଟର କ୍ୟାଲେବରର  ଅତ୍ୟାଧୁନିକ ରାଇଫଲ ଉଗ୍ରମ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ରାଇଫଲର ପରିସର ୫୦୦ ମିଟର ଏବଂ ଏହାର ଓଜନ ଚାରି କିଲୋଗ୍ରାମରୁ କମ୍ ଅଟେ ।  ଏଥିପାଇଁ ପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରିଛି DRDO ।

DRDOର ପୁଣେ-ଆଧାରିତ ଆର୍ମାମେଣ୍ଟ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ARDE) ଏବଂ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ସଂସ୍ଥା ସହଯୋଗରେ ଏହାକୁ ବିକଶିତ କରାଯାଇଛି। ଏହାକୁ ସଶସ୍ତ୍ର ବାହିନୀ, ସାମରିକ ବାହିନୀ ଏବଂ ରାଜ୍ୟ ପୋଲିସ୍ ୟୁନିଟ୍ ବ୍ୟବହାର କରିବାକୁ ଡିଜାଇନ୍ କରାଯାଇଛି। ଏହା ସମସ୍ତ ବାହୀନର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ।  ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ AK-203 ରାଇଫଲ ଆମଦାନୀ ପ୍ରଭାବିତ ହୋଇଛି । ରାଇଫଲ ଉଗ୍ରମ ଭାରତୀୟ ସେନାଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ।

The post ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଉଛି ଭାରତ appeared first on .