ପ୍ରତିଶୋଧ ନେଲା ଇରାନ: ଆମେରିକା ସାମରିକ ଘାଟି ଉପରେ କଲା ଭୟଙ୍କର ମିସାଇଲ୍ ମାଡ଼

ଦୋହା: ଆମେରିକା ଆକ୍ରମଣର ପ୍ରତିଶୋଧ ନେଲା ଇରାନ। କତାରରେ ଥିବା ଆମେରିକା ମିଲିଟାରି ବେସ୍ ଉପରେ ମାଡ଼ କଲା ଏକାଧିକ ମିସାଇଲ୍। ସୋମବାର ସନ୍ଧ୍ୟାରେ ଇରାନ ଏହି ଆକ୍ରମଣ କରିଛି। ଆକ୍ସିଓସର ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ସାମରିକ ଘାଟି ଉପରକୁ ଇରାନ ୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ମିସାଇଲ ମାଡର କିଛି ସମୟ ପରେ କତାର ରାଜଧାନୀ ଦୋହାରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା ବୋଲି ରଏଟର୍ସ ଏବଂ ଏଏଫପି ସମ୍ବାଦ ସଂସ୍ଥା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରତିକ୍ରିୟା ନେଇ ଖବର ପ୍ରକାଶ କରିଛନ୍ତି। ଇରାନର ସରକାରୀ ଟେଲିଭିଜନ ଅପରେସନ୍ ବେଶାରତ ଫତାହ ଆରମ୍ଭ ହୋଇଛି ବୋଲି ଘୋଷଣା କରିଛି। ଆମେରିକାର ସାମରିକ ଆକ୍ରମଣର ଜବାବରେ ଏହା ଇରାନର ଆକ୍ରମଣ ବୋଲି ଇରାନ ମିଡିଆ କହିଛି। ସେହିପରି ଆକ୍ସିଓସ୍ ଜଣେ ଇସ୍ରାଏଲୀ ଅଧିକାରୀଙ୍କ ପ୍ରତିକ୍ରିୟା ନେଇ ରିପୋର୍ଟ ଦେଇଛି ଯେ ମିସାଇଲଗୁଡ଼ିକ କତାରରେ ଥିବା ଆମେରିକୀୟ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମାଡ଼ କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ମୃତାହତ ଓ କ୍ଷୟକ୍ଷତିର କୌଣସି ରିପୋର୍ଟ ସାମ୍ନାକୁ ଆସି ନାହିଁ।ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ ମଧ୍ୟ ଆକ୍ରମଣ ସ୍ପଷ୍ଟ କରି ବିବୃତ୍ତି ଜାରି କରିଛି। ଆମେରିକା ଆକ୍ରମଣ ଜବାବରେ କତାରରେ ୱାଶିଂଟନର ଅଲ୍ ଉଦେଦ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଛି ବୋଲି ଆରଜିସି କହିଛି।ପଢନ୍ତୁ- କଡ଼ା ସୁରକ୍ଷାରେ ଖାମେନୀ: ସ୍ୱତନ୍ତ୍ର ଗାର୍ଡ ଦେଉଛନ୍ତି ସ

ପ୍ରତିଶୋଧ ନେଲା ଇରାନ: ଆମେରିକା ସାମରିକ ଘାଟି ଉପରେ କଲା ଭୟଙ୍କର ମିସାଇଲ୍ ମାଡ଼

ଦୋହା: ଆମେରିକା ଆକ୍ରମଣର ପ୍ରତିଶୋଧ ନେଲା ଇରାନ। କତାରରେ ଥିବା ଆମେରିକା ମିଲିଟାରି ବେସ୍ ଉପରେ ମାଡ଼ କଲା ଏକାଧିକ ମିସାଇଲ୍। ସୋମବାର ସନ୍ଧ୍ୟାରେ ଇରାନ ଏହି ଆକ୍ରମଣ କରିଛି। ଆକ୍ସିଓସର ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ସାମରିକ ଘାଟି ଉପରକୁ ଇରାନ ୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ମିସାଇଲ ମାଡର କିଛି ସମୟ ପରେ କତାର ରାଜଧାନୀ ଦୋହାରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା ବୋଲି ରଏଟର୍ସ ଏବଂ ଏଏଫପି ସମ୍ବାଦ ସଂସ୍ଥା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରତିକ୍ରିୟା ନେଇ ଖବର ପ୍ରକାଶ କରିଛନ୍ତି। 

ଇରାନର ସରକାରୀ ଟେଲିଭିଜନ ଅପରେସନ୍ ବେଶାରତ ଫତାହ ଆରମ୍ଭ ହୋଇଛି ବୋଲି ଘୋଷଣା କରିଛି। ଆମେରିକାର ସାମରିକ ଆକ୍ରମଣର ଜବାବରେ ଏହା ଇରାନର ଆକ୍ରମଣ ବୋଲି ଇରାନ ମିଡିଆ କହିଛି। ସେହିପରି ଆକ୍ସିଓସ୍ ଜଣେ ଇସ୍ରାଏଲୀ ଅଧିକାରୀଙ୍କ ପ୍ରତିକ୍ରିୟା ନେଇ ରିପୋର୍ଟ ଦେଇଛି ଯେ ମିସାଇଲଗୁଡ଼ିକ କତାରରେ ଥିବା ଆମେରିକୀୟ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମାଡ଼ କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ମୃତାହତ ଓ କ୍ଷୟକ୍ଷତିର କୌଣସି ରିପୋର୍ଟ ସାମ୍ନାକୁ ଆସି ନାହିଁ।

ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ ମଧ୍ୟ ଆକ୍ରମଣ ସ୍ପଷ୍ଟ କରି ବିବୃତ୍ତି ଜାରି କରିଛି। ଆମେରିକା ଆକ୍ରମଣ ଜବାବରେ କତାରରେ ୱାଶିଂଟନର ଅଲ୍ ଉଦେଦ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଛି ବୋଲି ଆରଜିସି କହିଛି।

ପଢନ୍ତୁ- କଡ଼ା ସୁରକ୍ଷାରେ ଖାମେନୀ: ସ୍ୱତନ୍ତ୍ର ଗାର୍ଡ ଦେଉଛନ୍ତି ସୁରକ୍ଷା, କେଉଁଠି ଅଛନ୍ତି କାହାକୁ ଜଣା ନାହିଁ

ଶନିବାର ରାତିରେ ଆମେରିକା ଫର୍ଦୋ ସମେତ ଇରାନ ୩ଟି ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ଆଉ ଇରାନ ଏହାର ପ୍ରତିଶୋଧ ନେବାକୁ ଶପଥ ନେଇଥିଲା। ଏବେ ଯୁଦ୍ଧ ଆମେରିକା ଆଡ଼କୁ ଯିବାରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ତେବେ ଇରାନର ସମ୍ଭାବ୍ୟ ଆକ୍ରମଣ ଆଖି ଆଗରେ ରଖି ଆମେରିକା ଓ ୟୁକେର ଦୂତାବାସ ପକ୍ଷରୁ ଉକ୍ତ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ଏହାପରେ ଆଜି ସକାଳେ, କତାର ତା'ର ଆକାଶ ମାର୍ଗକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଥିଲା।

ହଠାତ୍ ସତର୍କବାଣୀ ଯୋଗୁ ଦୋହାରେ ସତର୍କତା ଜାରି ହୋଇଥିଲା। ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନେକ ପ୍ରତିଷ୍ଠାନ, କର୍ମଚାରୀ ଏବଂ ଛାତ୍ରମାନଙ୍କୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ମଧ୍ୟପ୍ରାଚ୍ୟରେ କତାରର ଅଲ୍ ଉଦେଇଦ୍ ବାୟୁସେନା ଘାଟିରେ ଆମେରିକୀୟ ସୈନ୍ୟବାହିନୀର ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ରହିଛି। ଆଉ ଏବେ ଇରାନ ଏହା ଉପରେ ଆକ୍ରମଣ କରିଥିବାରୁ ଏହା ବ୍ୟାପକ ଆଞ୍ଚଳିକ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି।

ଗତ ସପ୍ତାହରେ ଆମେରିକୀୟ ବୋମା ବିସ୍ଫୋରଣକାରୀମାନେ ଇରାନ ଭୂତଳ ପରମାଣୁ ପ୍ରତିଷ୍ଠାନ ଉପରେ ୩୦,୦୦୦ ପାଉଣ୍ଡ ଓଜନର ବଙ୍କର-ବଷ୍ଟର ବୋମା ପକାଇବା ପରେ ଇରାନ ଆମେରିକା ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଧମକ ଦେଇଥିଲା। ଏହାପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଭାବରେ ଇରାନ ସରକାରର ପତନ ହେବାର କଥା ଉଠାଇଥିଲେ।

ତେବେ ଆମେରିକା ଉପରେ ଆକ୍ରମଣ କରିବା ପୂର୍ବରୁ ଇରାନ ଋଷକୁ ଭେଟିଥିଲା। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର କିଛି ଘଣ୍ଟା ପରେ ଏହି କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ରିପୋର୍ଟ ଅନୁସାରେ ଅଲି ଖାମେନୀ ଆରାଘାଚିଙ୍କ ହାତରେ ଋଷକୁ ଏକ ଚିଠି ପଠାଇଥିଲେ। ଯେଉଁଥିରେ ଋଷ ଠାରୁ ଅଧିକ ସହାୟତା ଲୋଡାଯାଇଥିଲା। ମସ୍କୋ ମଧ୍ୟ ଆରାଘାଚିଙ୍କୁ ସ୍ୱାଗତ କରିବ ବୋଲି କହିଥିଲା। ଏହାର କିଛି ଘଣ୍ଟା ପରେ ଇରାନ ଆମେରିକା ଏହି ଆକ୍ରମଣ କରିଛି। ତେଣୁ ଏହି ଯୁଦ୍ଧରେ ଋଷ ସାମଲି ହେଲା କି ନାହିଁ ତାହା ଜଣାପଡି ନାହିଁ। 

ତେବେ କିଛି ସମୟ ପୂର୍ବରୁ ଇରାନ ଆମେରିକା ସାମରିକ ଘାଟି ଉପରେ ଆକ୍ରମଣ କରିପାରେ ବୋଲି ଖବର ପ୍ରକାଶ ପାଇଥିଲା। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆକ୍ରମଣ ହୋଇପାରେ ବୋଲି କୁହାଯାଉଥିଲା। ହେଲେ ତା' ପୂର୍ବରୁ ଇରାନ ଆକ୍ରମଣ କରିଦେଇଛି। ଯାହା ଏକ ବଡ଼ ଯୁଦ୍ଧକୁ ଡାକି ଆଣିଛି।