ପ୍ରତିଶ୍ରୁତିରେ ନମୁନା ହାଟ, ସ୍ୱପ୍ନ ଦେଖାଇ ଭୁଲି ଗଲାକି ବିଏମ୍‌ସି ?

ଭୁବନେଶ୍ୱର : ମୁମ୍ବଇ, ଦିଲ୍ଲୀ ଭଳି ମେଟ୍ରୋ ସହରରେ ଥିବା ଶୀତତାପ ନିୟନ୍ତ୍ରିତ ହାଟ ପରି ରାଜଧାନୀ ଭୁବନେଶ୍ୱରରେ ଏକ ନମୁନା ହାଟ ନିର୍ମାଣ ହେବ ବୋଲି ବିଏମ୍‌ସି ପକ୍ଷରୁ ସ୍ଥିର କରାଯାଇଥିଲା। ଏଥିପାଇଁ ପ୍ରାଥମିକସ୍ତରରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ଖୁବ୍‌ଶୀଘ୍ର ଏହି ଯୋଜନାରେ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଏମ୍‌ସି ସୂଚନା ଦେଇଥିଲା ଭୁବନେଶ୍ଵର-ପୁରୀ ବାଇପାସ୍ ନିକଟରେ ଏଭଳି ନମୁନା ହାଟ ପାଇଁ ବିଏମ୍‌ ସି ଜମି ଚିହ୍ନଟ କରିଥିବା ବେଳେ ଏହାର […]

ପ୍ରତିଶ୍ରୁତିରେ ନମୁନା ହାଟ, ସ୍ୱପ୍ନ ଦେଖାଇ ଭୁଲି ଗଲାକି ବିଏମ୍‌ସି ?

ଭୁବନେଶ୍ୱର : ମୁମ୍ବଇ, ଦିଲ୍ଲୀ ଭଳି ମେଟ୍ରୋ ସହରରେ ଥିବା ଶୀତତାପ ନିୟନ୍ତ୍ରିତ ହାଟ ପରି ରାଜଧାନୀ ଭୁବନେଶ୍ୱରରେ ଏକ ନମୁନା ହାଟ ନିର୍ମାଣ ହେବ ବୋଲି ବିଏମ୍‌ସି ପକ୍ଷରୁ ସ୍ଥିର କରାଯାଇଥିଲା। ଏଥିପାଇଁ ପ୍ରାଥମିକସ୍ତରରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ଖୁବ୍‌ଶୀଘ୍ର ଏହି ଯୋଜନାରେ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଏମ୍‌ସି ସୂଚନା ଦେଇଥିଲା ଭୁବନେଶ୍ଵର-ପୁରୀ ବାଇପାସ୍ ନିକଟରେ ଏଭଳି ନମୁନା ହାଟ ପାଇଁ ବିଏମ୍‌ ସି ଜମି ଚିହ୍ନଟ କରିଥିବା ବେଳେ ଏହାର ଡିଜାଇନିଂ କାମ ଆରମ୍ଭ ହୋଇଥିବା ଏବଂ ଟେଣ୍ଡରକୁ ଯିବ ବୋଲି ସୂଚନା ମିଳିଥିଲା ଇତିମଧ୍ୟରେ ସୂଚନାକୁ ୨ବର୍ଷ ବିତିଯାଇଥିବାବେଳେ ଜମି ଚିହ୍ନଟରେ ନମୁନା ହାଟ ସୀମିତ ରହିଯାଇଥିବା ସ୍ଥାନୀୟ ବ୍ୟବ ସାୟୀ ଅଭିଯୋଗ କରିଛନ୍ତି ।

ବ୍ୟବସାୟୀମାନେ ବ୍ୟବସାୟ କରିବା ସମ୍ଭବ ହେଉନଥିବା କହିଛନ୍ତି ବ୍ୟବସାୟୀଙ୍କ କହିବା କଥା ପୂର୍ବ ସରକାରଙ୍କ ସମୟରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କେବେ ହେବ ତାହା ଆମେ ଜାଣିନୁ । କିନ୍ତୁ ପୂର୍ବ ସରକାର ବଦଳିଯିବା ପରେ ବର୍ତ୍ତମାନ କ୍ରି ନୂଆ ସରକାର ଶାସନ ଦାୟିତ୍ୱରେ ରହିଛନ୍ତି । ଏପରି ସମୟରେ କେବଳ ସ୍ୱପ୍ନ ଦେଖାଇ ଭୁଲିଗଲା କି ବିଏମ୍‌ସି ? ଇତିମଧ୍ୟରେ ଦୁଇଦୁଇ ଜଣ ବିଏମ୍‌ସି ଆୟୁକ୍ତ ବଦଳି ହୋଇସାରିଥିବା ବେଳେ ବର୍ଷ ପରେ ବର୍ଷ ବିତୁଛି ନମୁନା ହାଟର ସ୍ୱର ଶବ୍ଦ ନାହିଁ । ପୂର୍ବ ସରକାର ବଦଳି ଯାଇଥିବାବେଳେ ଏବେ ଶାସନରେ ଥିବା ସରକାର ଏ ଦିଗରେ ଅବଗତ ଅଛନ୍ତି କି ନାହିଁ ତାହା ମଧ୍ୟ ବୁଝା ପଡୁନାହିଁ ।

କେତେବର୍ଷ ଏପରି ରାସ୍ତାରେ ଖୋଲା ଆକାଶ ତଳେ ବ୍ୟବସାୟୀ କାଳ କାଟିବେ ଖରାବର୍ଷାରେ ପଳାଶୁଣି କେନାଲ ବନ୍ଧ ଉପରେ ଦୀର୍ଘ ୩୨ ବର୍ଷ ଧରି ରାସ୍ତା ଉପରେ ଓ ଖୋଲା ଆକାଶ ତଳେ ତାକୁ ନେଇ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଥିବା ହାଟ ମହାସଂଘର ସଭାପତି ରମେଶ ସାହୁ କହିଛନ୍ତି ।

ସୂଚନା ଅନୁସାରେ ଏକ ଏକର ୨୩୫ ଡେସିମିଲ ସରକାରୀ ଜମିରେ ଏହି ହାଟ ନିର୍ମାଣ 3 ପାଇଁ ଲକ୍ଷ୍ୟ ଥିବାବେଳେ ଏଥୁରେ ପନିପରିବାଠାରୁ ଆରମ୍ଭ କରି ତେଜରାତି, ଆମିଷ ଆଦି ଉପଲବ୍ଧ ହୋଇଥାନ୍ତା I ଏହା ଏକ ବୃହତ ବ୍ୟବସାୟିକ ପେଣ୍ଠସ୍ଥଳୀ ହେବା ସହିତ ଏଥିରେ ପ୍ରାୟ ୧ହଜାରରୁ ଅଧିକ ବ୍ୟବସାୟୀ ଥଇଥାନ ହୋଇଥାନ୍ତା ଏହି ବ୍ୟବସାୟ କେନ୍ଦ୍ରରେ ଆମିଷ ବଜାର ପାଇଁ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ କୋଠରି ବ୍ୟବସ୍ଥା ରହିବା ଅନ୍ୟ ମେଟ୍ରୋ ସହର ଅନୁଭୂତି ରାଜଧାନୀ ବାସୀ ପାଇଥାନ୍ତେ ବୋଲି ବିଏମ୍‌ସି ସୂଚନା ଦେଇଥିଲା ।

ଦୀର୍ଘ ବର୍ଷ ଧରି ପଳାଶୁଣି ସାପ୍ତାହିକ ହାଟ ରାସ୍ତା ଉପରେ ହୋଇ ଆସୁଥିବା ବେଳେ ବ୍ୟବସାୟୀ ଓ ଗ୍ରାହକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଛି । ଦୀର୍ଘ ୩ ଦଶନ୍ଧି ଧରି ଏହି ହାଟ ଅବହେଳିତ ଅବସ୍ଥାରେ ଚାଲିଥିବାବେଳେ ଏହାର ସ୍ଥାୟୀ ଜାଗା ବ୍ୟବସ୍ଥା ହୋଇପାରି ନାହିଁ। ନମୁନା ହାଟ ନିର୍ମାଣ ହେଲେ ବ୍ୟବସାୟୀ ଓ ଚାଷୀ, ଗ୍ରାହକ ଏଥିରେ ସାମିଲ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।

ବିଏମ୍‌ସି ଅତିରିକ୍ତ ଉପାୟୁକ୍ତ ଶୁଭେନ୍ଦୁ ସାହୁ କହିଛନ୍ତି ପୂର୍ବରୁ ସ୍ଥିର ହୋଇଥିବା ସରକାରୀ ଜାଗା ସମସ୍ୟା ହେବାରୁ ଅନ୍ୟ ଏକ ସ୍ଥାନରେ ପ୍ରତିଷ୍ଠା ନିମନ୍ତେ ସିଦ୍ଧାନ୍ତ କରାଯାଇଛି ପାଖାପାଖ୍ ୩ ଏକରରୁ ଅଧିକ ସ୍ଥାନରେ ଏହି ମଡେଲ ହାଟ ହେବାକୁ ଯାଉଥିବାବେଳେ ସାଧାରଣ ପ୍ରଶାସନ ବିଭାଗରୁ ଅନୁମତି ମିଳି ସାରିଛି ଏହାର ଯାଞ୍ଚ କରାଯାଉଥିବା ବେଳେ ଡିପିଆର ପ୍ରସ୍ତୁତି ଚାଲିଛି କିଛି ମାସ ଭିତରେ କାର୍ଯ୍ୟ ଆରମ୍ଭ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି