ପ୍ରତୀକ୍ଷାର ଅବସାନ: ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ
ଭୁବନେଶ୍ୱର,୧୪।୨: ଶେଷ ହେଲା ସସ୍ପେନ୍ସ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଛି ଭାଜପା। ଫଳରେ ୨୦୧୯ ଭଳି ଅଶ୍ୱିନୀଙ୍କୁ ପୁଣିଥରେ ଭାଜପା ପ୍ରାର୍ଥୀ କରିଛି ଓ ବିଜେଡି ତାଙ୍କୁ ସମର୍ଥନ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଅଶ୍ୱିନ୍ ଆଜିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରିବାର […] The post ପ୍ରତୀକ୍ଷାର ଅବସାନ: ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ appeared first on Dharitri Odia News.
ଭୁବନେଶ୍ୱର,୧୪।୨: ଶେଷ ହେଲା ସସ୍ପେନ୍ସ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଛି ଭାଜପା। ଫଳରେ ୨୦୧୯ ଭଳି ଅଶ୍ୱିନୀଙ୍କୁ ପୁଣିଥରେ ଭାଜପା ପ୍ରାର୍ଥୀ କରିଛି ଓ ବିଜେଡି ତାଙ୍କୁ ସମର୍ଥନ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଅଶ୍ୱିନ୍ ଆଜିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରିବାର କାର୍ଯ୍ୟକ୍ରମ ରହିଛି।
ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟ ସଭା ଆସନ ପାଇଁ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ବିଜେଡି ଉପସଭାପତି ପୁରୀର ଶୁଭାଶିଷ ଖୁଣ୍ଟିଆଙ୍କୁ ଦଳ ରାଜ୍ୟ ସଭା ପ୍ରାର୍ଥୀ ଭାବେ ମନୋନୀତ କରିଥିଲା। ଏହି ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସମସ୍ତ ୩ଟି ଯାକ ଆସନ ଜିତିବା ପାଇଁ ବିଜେଡି ପାଖରେ ବିଧାନସଭାରେ ସଂଖ୍ୟାବଳ ଥିଲେ ମଧ୍ୟ ଦଳ ମାତ୍ର ୨ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା। ତୃତୀୟ ପ୍ରାର୍ଥୀ କିଏ ହେବ ସେନେଇ ସସ୍ପେନ୍ସ ଲାଗି ରହିଥିଲା।
ସୂଚନାଯୋଗ୍ୟ, ବିଜେଡି ଏମ୍ପି ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ ଭାଜପା ଏମ୍ପି ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଚଳିତବର୍ଷ ଏପ୍ରିଲ ୨ତାରିଖରେ ଶେଷ ହେଉଛି।
The post ପ୍ରତୀକ୍ଷାର ଅବସାନ: ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ appeared first on Dharitri Odia News.