ପ୍ରତ୍ୟାହାର ହେଲା ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ୍ ଧର୍ମଘଟ

ଭୁବନେଶ୍ବର ୨୧।୧୧: ପ୍ରତ୍ୟାହାର ହେଲା ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ୍ ଧର୍ମଘଟ । ରାଜ୍ୟ ସରକାରଙ୍କ ଆଲୋଚନା ପରେ ପ୍ରତ୍ୟାହାର ହେଲା ଧର୍ମଘଟ । ୧୧ ଦଫା ଦାବିରେ ଗତ ୧୦ ତାରିଖରୁ ଚାଲିଥିଲା ଧର୍ମଘଟ ।ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ୍ ମାଲିକ ସଂଘର କଡ଼ା ଚେତାବନୀ ଦେଇଥିଲା । ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ କର । ନଚେତ୍ ୧୦ ତାରିଖରୁ ବନ୍ଦ ରହିବ ସବୁ ପ୍ରକାର ଲଘୁ ଖଣିଜ ପରିବହନ । ଖୋର୍ଦ୍ଧା ଟ୍ରକ୍ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନେଇଥିଲେ । ୧୦ ତାରିଖରୁ ଆନ୍ଦୋଳନ ଜାରି ରହିଥିଲା । ସେମାନଙ୍କ ଦାବି, ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଟ୍ରକ୍‌ ମାଲିକ ମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଅଯଥା ଜରିମାନା ତଥା ଶୋଷଣର ଶିକାର ହେଉଛନ୍ତି । ଏନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ଵେ କୌଣସି  ସୁଫଳ ମିଳିନି । You Can Read:ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ, ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ରାଷ୍ଟ୍ରପତି   

ପ୍ରତ୍ୟାହାର ହେଲା ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ୍ ଧର୍ମଘଟ

ଭୁବନେଶ୍ବର ୨୧।୧୧: ପ୍ରତ୍ୟାହାର ହେଲା ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ୍ ଧର୍ମଘଟ । ରାଜ୍ୟ ସରକାରଙ୍କ ଆଲୋଚନା ପରେ ପ୍ରତ୍ୟାହାର ହେଲା ଧର୍ମଘଟ । ୧୧ ଦଫା ଦାବିରେ ଗତ ୧୦ ତାରିଖରୁ ଚାଲିଥିଲା ଧର୍ମଘଟ ।

ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ୍ ମାଲିକ ସଂଘର କଡ଼ା ଚେତାବନୀ ଦେଇଥିଲା । ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ କର । ନଚେତ୍ ୧୦ ତାରିଖରୁ ବନ୍ଦ ରହିବ ସବୁ ପ୍ରକାର ଲଘୁ ଖଣିଜ ପରିବହନ । ଖୋର୍ଦ୍ଧା ଟ୍ରକ୍ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନେଇଥିଲେ । ୧୦ ତାରିଖରୁ ଆନ୍ଦୋଳନ ଜାରି ରହିଥିଲା । ସେମାନଙ୍କ ଦାବି, ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଟ୍ରକ୍‌ ମାଲିକ ମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଅଯଥା ଜରିମାନା ତଥା ଶୋଷଣର ଶିକାର ହେଉଛନ୍ତି । ଏନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ଵେ କୌଣସି  ସୁଫଳ ମିଳିନି । 

You Can Read:

ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ, ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ରାଷ୍ଟ୍ରପତି