ପ୍ରତ୍ୟେକ ଝିଅଙ୍କୁ ମାସିକ ମିଳିବ ୧୦,୦୦୦ ଟଙ୍କା

ଚେନ୍ନାଇ,୨୦।୩: ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ମନିଫେଷ୍ଟୋ ପ୍ରକାଶ କରିଛି। ଲୋକ ସଭା ନିର୍ବାଚନ ପାଇଁ ମନିଫେଷ୍ଟୋ ସହିତ ତାମିଲନାଡୁର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। ଡିଏମ୍‌କେ ମାନିଫେଷ୍ଟୋରେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରତିଶ୍ରୁତି ଅଛି। ୬୪ ପୃଷ୍ଠାର ମନିଫେଷ୍ଟୋରେ ତାମିଲନାଡୁରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହା ବ୍ୟତୀତ ଶ୍ରୀଲଙ୍କା […] The post ପ୍ରତ୍ୟେକ ଝିଅଙ୍କୁ ମାସିକ ମିଳିବ ୧୦,୦୦୦ ଟଙ୍କା appeared first on Dharitri Odia News.

ପ୍ରତ୍ୟେକ ଝିଅଙ୍କୁ ମାସିକ ମିଳିବ ୧୦,୦୦୦ ଟଙ୍କା

ଚେନ୍ନାଇ,୨୦।୩: ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ମନିଫେଷ୍ଟୋ ପ୍ରକାଶ କରିଛି। ଲୋକ ସଭା ନିର୍ବାଚନ ପାଇଁ ମନିଫେଷ୍ଟୋ ସହିତ ତାମିଲନାଡୁର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। ଡିଏମ୍‌କେ ମାନିଫେଷ୍ଟୋରେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରତିଶ୍ରୁତି ଅଛି।
୬୪ ପୃଷ୍ଠାର ମନିଫେଷ୍ଟୋରେ ତାମିଲନାଡୁରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହା ବ୍ୟତୀତ ଶ୍ରୀଲଙ୍କା ତାମିଲମାନଙ୍କୁ ଭାରତୀୟ ନାଗରିକତା ଦେବା, ପ୍ରତ୍ୟେକ ଝିଅକୁ ମାସିକ ୧୦,୦୦୦ ଟଙ୍କା ଦେବା ଏବଂ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟ ହ୍ରାସ କରିବାକୁ କୁହାଯାଇଛି। ଯଦିଓ ଲୋକ ସଭା ନିର୍ବାଚନ ପାଇଁ ଡିଏମକେ ମନିଫେଷ୍ଟୋ ପ୍ରକାଶ କରିଛି। ତଥାପି ଅଧିକାଂଶ ପ୍ରସଙ୍ଗ ତାମିଲନାଡୁ ସହ ଜଡିତ। ଏହା ବ୍ୟତୀତ ସେହି ବିଷୟଗୁଡିକ ଉପରେ ଆଲୋଚନା କରାଯାଇଛି ଯାହା ଦେଶର ସାଧାରଣ ଜନତାଙ୍କ ସହ ଜଡିତ। ତାମିଲନାଡୁର ସମସ୍ତ ୩୯ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।

The post ପ୍ରତ୍ୟେକ ଝିଅଙ୍କୁ ମାସିକ ମିଳିବ ୧୦,୦୦୦ ଟଙ୍କା appeared first on Dharitri Odia News.