ପ୍ରଥମ ତ୍ରୈମାସିକରେ ୧୦,୪୬୧କୋଟି ଲାଭ
ମୁମ୍ବାଇ,୧୦।୮: ଭାରତୀୟ ଜୀବନ ବୀମା ନିଗମ(ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଗମର କାରବାର ଓ ଆଗାମୀ କାର୍ଯ୍ୟକଳାପ ସାଙ୍ଗକୁ ୨୦୨୪-୨୫ ଆର୍ଥକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ନିଗମ ପକ୍ଷରୁ ଘୋଷଣା କରାଯାଇଛି। ୨୦୨୪ ଜୁନ୍ ଶେଷ ସୁଦ୍ଧା ନିଗମର ଟିକସ ପରବର୍ତ୍ତୀ ଲାଭ ୧୦,୪୬୧ […] The post ପ୍ରଥମ ତ୍ରୈମାସିକରେ ୧୦,୪୬୧କୋଟି ଲାଭ appeared first on Dharitri Odia News.
ମୁମ୍ବାଇ,୧୦।୮: ଭାରତୀୟ ଜୀବନ ବୀମା ନିଗମ(ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଗମର କାରବାର ଓ ଆଗାମୀ କାର୍ଯ୍ୟକଳାପ ସାଙ୍ଗକୁ ୨୦୨୪-୨୫ ଆର୍ଥକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ନିଗମ ପକ୍ଷରୁ ଘୋଷଣା କରାଯାଇଛି। ୨୦୨୪ ଜୁନ୍ ଶେଷ ସୁଦ୍ଧା ନିଗମର ଟିକସ ପରବର୍ତ୍ତୀ ଲାଭ ୧୦,୪୬୧ କୋଟି ଟଙ୍କା ରହିଥିଲାବେଳେ ଗତ ଆର୍ଥିକ ବର୍ଷର ସମାନ ଅବଧିରେ ନିଗମର ଲାଭ ୯୫୪୪ କୋଟି ଟଙ୍କା ଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ଟିକସ ପରବର୍ତ୍ତୀ ଲାଭ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷର ଟିକସ ପରବର୍ତ୍ତୀ ଲାଭ ପ୍ରାୟ ୧୦% (୯.୬୧%) ଅଭିବୃଦ୍ଧି ଘଟିଛି। ସେହିଭଳି ନିଗମର ସମ୍ପୂର୍ଣ୍ଣ ବଜାର ଅଂଶ (ଓଭରାଲ ଶେୟାର) ୬୪.୦୨% ହୋଇଥିଲାବେଳେ ବ୍ୟକ୍ତିଗତ କାରବାର ୩୯.୨୭% ଏବଂ ଗ୍ରୁପ୍ କାରବାର ୭୬.୫୯%ରେ ପହଞ୍ଚତ୍ଛି। ଅପରପକ୍ଷରେ ଏଲ୍ଆଇସି ପ୍ରଥମ ତ୍ରୈମାସିକ ଶେଷ ସୁଦ୍ଧା ମୋଟ ୧,୧୩,୭୭ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରାଯାଇଥିଲାବେଳେ ଗତ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ମୋଟ ୯୮,୩୬୩ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ ହୋଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ପ୍ରିମିୟମ ସଂଗ୍ରହ ପରିମାଣ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରିମିୟମ ସଂଗ୍ରହର ପରିମାଣ ପ୍ରାୟ ୧୬% (୧୫.୬୬%) ବୃଦ୍ଧି ପାଇଛି।
ଏ ସମ୍ପର୍କରେ ଏଲ୍ଆଇସିର ଏମ୍ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କହିଥିଲେ, ଆମେ ଆମର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣାକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହି ତ୍ରୈମାସିକରେ ଆମର କାରବାର ଉତ୍ସାହଜନକ ରହିଛି। ପ୍ରଥମ ତ୍ରୈମାସିକ ଶେଷ ସୁଦ୍ଧା ଆମର ବଜାର ଅଂଶ ୬୪.୦୨% ବୃଦ୍ଧି ପାଇଛି। ଗତ ବର୍ଷ ଏହି ସମାନ ଅବଧି ମଧ୍ୟରେ ଆମର ବଜାର ଅଂଶ ୬୧.୪୨% ଥିଲା।
The post ପ୍ରଥମ ତ୍ରୈମାସିକରେ ୧୦,୪୬୧କୋଟି ଲାଭ appeared first on Dharitri Odia News.