ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା
ଚଣ୍ଡିଗଡ଼,୧୬।୨: ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଥମ ଥର ଭଳି ଏଥର ମଧ୍ୟ ପ୍ରବାସୀମାନଙ୍କ ହାତରେ ହ୍ୟାଣ୍ଡକଫ୍ ଏବଂ ଗୋଡ଼ରେ ବେଡ଼ି ପକାଇ ଅଣାଯାଇଥିବା ଅଭିଯୋଗ ହୋଇଛି। ଜଣେ ଶିଖ୍ ଯୁବକଙ୍କୁ ବିନା ପଗଡ଼ିରେ ଅଣାଯାଇଛି। ତେବେ ବିମାନରେ ଥିବା ମହିଳା ଏବଂ ନାବାଳକମାନଙ୍କୁ ମୁକ୍ତ ରଖାଯାଇଥିଲା। ଫେରିଥିବା ୧୧୭ ଯାତ୍ରୀଙ୍କ ମଧ୍ୟରୁ ୬୫ଜଣ ପଞ୍ଜାବର ହୋଇଥିବାବେଳେ […] The post ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା appeared first on Dharitri Odia News.
ଚଣ୍ଡିଗଡ଼,୧୬।୨: ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଥମ ଥର ଭଳି ଏଥର ମଧ୍ୟ ପ୍ରବାସୀମାନଙ୍କ ହାତରେ ହ୍ୟାଣ୍ଡକଫ୍ ଏବଂ ଗୋଡ଼ରେ ବେଡ଼ି ପକାଇ ଅଣାଯାଇଥିବା ଅଭିଯୋଗ ହୋଇଛି। ଜଣେ ଶିଖ୍ ଯୁବକଙ୍କୁ ବିନା ପଗଡ଼ିରେ ଅଣାଯାଇଛି। ତେବେ ବିମାନରେ ଥିବା ମହିଳା ଏବଂ ନାବାଳକମାନଙ୍କୁ ମୁକ୍ତ ରଖାଯାଇଥିଲା।
ଫେରିଥିବା ୧୧୭ ଯାତ୍ରୀଙ୍କ ମଧ୍ୟରୁ ୬୫ଜଣ ପଞ୍ଜାବର ହୋଇଥିବାବେଳେ ହରିୟାଣାରୁ ୩୩, ଗୁଜରାଟରୁ ୮, ଉତ୍ତରପ୍ରଦେଶରୁ ୩, ଗୋଆ, ମହାରାଷ୍ଟ୍ର, ରାଜସ୍ଥାନରୁ ୨ଜଣ ଲେଖାଏ ଏବଂ ହିମାଚଳପ୍ରଦେଶ ଓ ଜମ୍ମୁ-କଶ୍ମୀରରୁ ଜଣେ ଲେଖାଏ ଅଛନ୍ତି। ବେଆଇନ ପ୍ରବାସୀଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ନାବାଳକ ରହିଥିବା ଜଣାପଡ଼ିଛି।
ଗତ ସପ୍ତାହରେ ପ୍ରଥମ ଦଫାରେ ଆମେରିକା ୧୦୪ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ବିଦା କରିଥିଲା। ସେତେବେଳେ ମହିଳାଙ୍କ ସମେତ ସମସ୍ତଙ୍କଠାରେ ବେଡ଼ି ପକାଯାଇଥିଲା। ତୃତୀୟ ଦଫାରେ ଫେରୁଥିବା ୧୫୭ ଜଣ ରବିବାର ରାତିରେ ଅମୃତସରରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ବେଆଇନ ପ୍ରବାସୀଙ୍କୁ ଆମେରିକା ପ୍ରଶାସନ ବେଡ଼ି ପକାଇ ତଡ଼ୁଥିବାରୁ ଏହାକୁ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଛନ୍ତି। ଭାରତ ସରକାର ଆମେରିକା ନିକଟରେ ଏହାର ପ୍ରତିବାଦ ଜଣାଇବାକୁ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ଦାବି କରିଛନ୍ତି।
The post ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା appeared first on Dharitri Odia News.