ପ୍ରଥମ ଥର ୪୦ ଟପିଲା ପାରଦ, ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ
ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି । ଏବର୍ଷ ପ୍ରଥମ ଥର ୪୦ ଟପିଲା ପାରଦ । ବୌଦ୍ଧରେ ଆଜି ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ ୩୯.୪ ଡିଗ୍ରୀ, ସମ୍ୱଲପୁରରେ ୩୯.୩ ସେଲସିଏସ ରହିଛି ତାପମାତ୍ରା । ରାଜ୍ୟର ଅଧିକାଂଶ ସ୍ଥାନରେ ୩୫ ଡିଗ୍ରୀ ଉପରେ ପାରଦ ରହିଛି । ଆସନ୍ତାକାଲିଠୁ ୩ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କାଲି ପାଇଁ ୪ […] The post ପ୍ରଥମ ଥର ୪୦ ଟପିଲା ପାରଦ, ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ appeared first on KNews Odisha.

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି । ଏବର୍ଷ ପ୍ରଥମ ଥର ୪୦ ଟପିଲା ପାରଦ । ବୌଦ୍ଧରେ ଆଜି ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ ୩୯.୪ ଡିଗ୍ରୀ, ସମ୍ୱଲପୁରରେ ୩୯.୩ ସେଲସିଏସ ରହିଛି ତାପମାତ୍ରା । ରାଜ୍ୟର ଅଧିକାଂଶ ସ୍ଥାନରେ ୩୫ ଡିଗ୍ରୀ ଉପରେ ପାରଦ ରହିଛି ।
ଆସନ୍ତାକାଲିଠୁ ୩ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କାଲି ପାଇଁ ୪ ଜିଲ୍ଲା ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୪ ତାରିଖରେ ୟେଲୋ ଜୋନରେ ରହିଛି ଝାରସୁଗୁଡ଼ା, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲା ।
୧୫ ତାରିଖ ପାଇଁ ବୌଦ୍ଧ, ବଲାଙ୍ଗୀର ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ସୁନ୍ଦରଗଡ , ଅନୁଗୁଳ, ସୁବର୍ଣ୍ଣପୁର ଏବଂ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି ହୋଇଛି ।
Also read: ଟାଇଁ ଟାଇଁ ଖରାରେ ସିଝୁଛି ଓଡ଼ିଶା, ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା
The post ପ୍ରଥମ ଥର ୪୦ ଟପିଲା ପାରଦ, ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିଏସ ରେକର୍ଡ appeared first on KNews Odisha.