ପ୍ରଥମ ଦିନରେ ଭାଙ୍ଗିଲା ରେକର୍ଡ, ରାମଲାଲାଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଭକ୍ତ
ନୂଆଦିଲ୍ଲୀ: ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି। ପ୍ରାଣ ପ୍ରତିଷ୍ଠା ପରେ ଏବେ ରାମଲାଲାଙ୍କୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଆଉ ଅଯୋଧ୍ୟା ଏବେ ପାଲଟିଛି ଜନସମୁଦ୍ର। । ଏହାରି ମଧ୍ୟରେ ପ୍ରଥମ ଦିନରେ ଏକ ନୂଆ ରେକର୍ଡ କରିଛି ଅଯୋଧ୍ୟା ରାମ ମନ୍ଦିର । ସୂଚନା ଅନୁଯାୟୀ, ପ୍ରଥମ ଦିନରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି ୫ ଲକ୍ଷରୁ ଅଧିକ ଭକ୍ତ। ପ୍ରଥମ ଦିନରେ ଭାଙ୍ଗିଲା ରେକର୍ଡ ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରୁ ହିଁ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ ଭକ୍ତ। ମଙ୍ଗଳବାର ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାରା ଖୋଲା ଯାଇଥିଲା। ଆଉ ସକାଳେ ମନ୍ଦିର ଖୋଲିବା ପରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସୁଦ୍ଧା ୫ଲକ୍ଷରୁ ଅଧିକ ଲୋକ ଦର୍ଶନ କରିଛନ୍ତି । ଏହା ସହ ଭକ୍ତ ଗତ ବର୍ଷ ରାମନବମୀର ରେକର୍ଡ ଭାଙ୍ଗିଛି । ଭିଡ଼ ହୋଇଥିଲା ଅଣାୟତ୍ତ ସକାଳେ ବଡ଼ ସଂଖ୍ୟାରେ ଭକ୍ତ ଦର୍ଶନ କରିବା ପାଇଁ ଆସିବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା। ଏମିତିକି ସ୍ଥିତି କାବୁ କରିବା ପାଇଁ ପୋଲିସକୁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା। ଆଇଜି ରେଞ୍ଜ ଅଯୋଧ୍ୟା ପୀୟୂଷ ମୋଡିୟା ଲୋକଙ୍କୁ ଅପିଲ କରିଥିଲେ ଏବଂ ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ କହିଥିଲେ। ସେ କହିଛନ୍ତି ସମସ୍ତଙ୍କୁ ଦର୍ଶନ ମିଳିବ। ଆହୁରି ପଢ଼ନ୍ତୁ: ପ୍ରାଣ ପ୍ରତିଷ୍ଠା ସମୟର ଅନୁଭୂତି ବଖାଣିଲେ ପୂଜକ, କହିଲେ
ନୂଆଦିଲ୍ଲୀ: ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି। ପ୍ରାଣ ପ୍ରତିଷ୍ଠା ପରେ ଏବେ ରାମଲାଲାଙ୍କୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଆଉ ଅଯୋଧ୍ୟା ଏବେ ପାଲଟିଛି ଜନସମୁଦ୍ର। । ଏହାରି ମଧ୍ୟରେ ପ୍ରଥମ ଦିନରେ ଏକ ନୂଆ ରେକର୍ଡ କରିଛି ଅଯୋଧ୍ୟା ରାମ ମନ୍ଦିର । ସୂଚନା ଅନୁଯାୟୀ, ପ୍ରଥମ ଦିନରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି ୫ ଲକ୍ଷରୁ ଅଧିକ ଭକ୍ତ।
ପ୍ରଥମ ଦିନରେ ଭାଙ୍ଗିଲା ରେକର୍ଡ
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରୁ ହିଁ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ ଭକ୍ତ। ମଙ୍ଗଳବାର ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାରା ଖୋଲା ଯାଇଥିଲା। ଆଉ ସକାଳେ ମନ୍ଦିର ଖୋଲିବା ପରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସୁଦ୍ଧା ୫ଲକ୍ଷରୁ ଅଧିକ ଲୋକ ଦର୍ଶନ କରିଛନ୍ତି । ଏହା ସହ ଭକ୍ତ ଗତ ବର୍ଷ ରାମନବମୀର ରେକର୍ଡ ଭାଙ୍ଗିଛି ।
ଭିଡ଼ ହୋଇଥିଲା ଅଣାୟତ୍ତ
ସକାଳେ ବଡ଼ ସଂଖ୍ୟାରେ ଭକ୍ତ ଦର୍ଶନ କରିବା ପାଇଁ ଆସିବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା। ଏମିତିକି ସ୍ଥିତି କାବୁ କରିବା ପାଇଁ ପୋଲିସକୁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା। ଆଇଜି ରେଞ୍ଜ ଅଯୋଧ୍ୟା ପୀୟୂଷ ମୋଡିୟା ଲୋକଙ୍କୁ ଅପିଲ କରିଥିଲେ ଏବଂ ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ କହିଥିଲେ। ସେ କହିଛନ୍ତି ସମସ୍ତଙ୍କୁ ଦର୍ଶନ ମିଳିବ।
ଆହୁରି ପଢ଼ନ୍ତୁ: ପ୍ରାଣ ପ୍ରତିଷ୍ଠା ସମୟର ଅନୁଭୂତି ବଖାଣିଲେ ପୂଜକ, କହିଲେ- ଏବେ ଏହି ନାମରେ ଜଣାଯିବେ ରାମଲାଲା
ଏହା ସହ ସେ ଲୋକଙ୍କୁ ବର୍ତ୍ତମାନ ଅଯୋଧ୍ୟା ନଆସିବାକୁ ଅପିଲ କରିଛନ୍ତି। ଭିଡ଼ ଅନିୟନ୍ତ୍ରିତ ହୋଇଥିବା ଖବର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପହଞ୍ଚି ସ୍ଥିତି ପରଖିଥିଲେ ଏବଂ ଅଧିକାରୀଙ୍କୁ ମାମଲା ସମ୍ଭାଳିବାକୁ ଉଚିତ୍ ପଦକ୍ଷେପ ନିର୍ଦ୍ଦେଶ ଦେଇଥିଲେ। ହେଲେ ମାମଲା ନସୁଧୁରିବାରୁ ନିଜେ ମଧ୍ୟ ମନ୍ଦିର ଆସିଥିଲେ।
The post ପ୍ରଥମ ଦିନରେ ଭାଙ୍ଗିଲା ରେକର୍ଡ, ରାମଲାଲାଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଭକ୍ତ appeared first on Prameya News7.