ପ୍ରଥମ ପର୍ଯ୍ୟାୟ ଭୋଟିଂ: ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା । ମତଦାନ ସାବ୍ୟସ୍ତ କଲେ ଜନତା ଜନାର୍ଦ୍ଦନ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଛି । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ । ୧୦୨ ଲୋକସଭା ଆସନ ପାଇଁ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନରେ ରହିଛନ୍ତି ଅନେକ ହେଭିୱେଟ ଚେହେରା । ଯେଉଁମାନେ ଆଜି ଅଗ୍ନିପରୀକ୍ଷା ଦେଇଛନ୍ତି । ପ୍ରମୁଖ ଚେହେରା ଭିତରେ ରହିଛନ୍ତି ନୀତିନ ଗଡ଼କରୀ, ସର୍ବାନନ୍ଦ ସୋନୱାଲ, ଭୁପେନ୍ଦ୍ର […] The post ପ୍ରଥମ ପର୍ଯ୍ୟାୟ ଭୋଟିଂ: ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା । ମତଦାନ ସାବ୍ୟସ୍ତ କଲେ ଜନତା ଜନାର୍ଦ୍ଦନ। first appeared on Kanak News.

ପ୍ରଥମ ପର୍ଯ୍ୟାୟ ଭୋଟିଂ: ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା । ମତଦାନ ସାବ୍ୟସ୍ତ କଲେ ଜନତା ଜନାର୍ଦ୍ଦନ।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଛି । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ । ୧୦୨ ଲୋକସଭା ଆସନ ପାଇଁ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନରେ ରହିଛନ୍ତି ଅନେକ ହେଭିୱେଟ ଚେହେରା । ଯେଉଁମାନେ ଆଜି ଅଗ୍ନିପରୀକ୍ଷା ଦେଇଛନ୍ତି । ପ୍ରମୁଖ ଚେହେରା ଭିତରେ ରହିଛନ୍ତି ନୀତିନ ଗଡ଼କରୀ, ସର୍ବାନନ୍ଦ ସୋନୱାଲ, ଭୁପେନ୍ଦ୍ର ଯାଦବ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୌନ୍ଦରା ରାଜନ, କଂଗ୍ରେସର ଗୌରବ ଗୋଗାଇ, ଡିଏମକେର କାନିମୋଝି, ବିଜେପିର କେ ଆନ୍ନାମଲାଇଙ୍କ ସହ ଆଉ କିଛି ହେଭିୱେଟ ପ୍ରାର୍ଥୀ ।

ତାମିଲନାଡୁର ଶିବଗଙ୍ଗାର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ । ମତଦାନ କରିବା ପରେ ସେ କହିଛନ୍ତି ତାମିଲନାଡୁର ସମସ୍ତ ଲୋକସଭା ଆସନରେ ଇଣ୍ଡିଆ ଗ୍ରୁପର ପ୍ରାର୍ଥୀ ବିଜୟୀ ହେବେ । ସେପଟେ ସାଲେମ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ । ସେହିପରି ନାଗପୁରରେ ଭୋଟ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ମତଦାନ କରିବା ପରେ ସେ କହିଛନ୍ତି, ମତଦାନ କରିବା ଆମର କର୍ତବ୍ୟ ଓ ଅଧିକାର, ଦେଶରେ ଶହେ ପ୍ରତିଶତ ମତଦାନ ହେବା ଉଚିତ ।

ଯଦି ଏନଡିଏ ମେଂଟ ଓ ବିଜେପିର ହେଭିୱେଟ ଚେହେରାଙ୍କ ଉପରେ ନଜର ପକାଇବା ତେବେ ସେମାନଙ୍କ ମଧ୍ୟରେ ରହିଛନ୍ତି କୋଏମ୍ବାଟୁରୁ ଆସନରୁ ଲଢ଼ୁଛନ୍ତି କେ,ଆନ୍ନମଲାଇ. ଦକ୍ଷିଣ ଚେନ୍ନାଇରୁ ତାମିଲିସାଇ. ନାଗପୁରରୁ ନୀତିନ ଗଡ଼କରୀ, ବିକାନେରରୁ ଅର୍ଜୁନ ରାମ ମେଘୱାଲ. ଅଲୱରରୁ ଭୁପେନ୍ଦ୍ର ଯାଦବ.ଦ୍ରିବୁଗଡରୁ ସର୍ବାନନ୍ଦ ସୋନୱାଲ. ପଶ୍ଚିମ ଅରୁଣାଚଳରୁ କିରଣ ରିଜିଜୁ, ପଶ୍ଚିମ ତ୍ରିପୁରାରୁ ବିଳ୍ପବ ଦେବଙ୍କ ଆଜି ଭାଗ୍ୟ ପରୀକ୍ଷା ହୋଇଛି । ୧୦୨ ଲୋକସଭା ଆସନ ସହ ଅରୁଣାଚଳର ୬୦ ବିଧାନସଭା ଓ ସିକିମର ୩୧ ବିଧାନସଭା ପାଇଁ ଏକା ସହ ମତଦାନ ହୋଇଛି ।

The post ପ୍ରଥମ ପର୍ଯ୍ୟାୟ ଭୋଟିଂ: ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା । ମତଦାନ ସାବ୍ୟସ୍ତ କଲେ ଜନତା ଜନାର୍ଦ୍ଦନ। first appeared on Kanak News.