ପ୍ରଥମ ପସନ୍ଦ ଥିଲେ ଆକାଂକ୍ଷା
କବୀର ସିଂ ଫିଲ୍ମ ଆଜି ବି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି । ଏଥିରେ କିଆରା ଓ ସାହିଦଙ୍କ କ୍ରେଜି ଅଭିନୟକୁ ଦର୍ଶକ ବେଶ୍ ଭଲ ପାଇବା ଦେଇଥିଲେ । ତେବେ ପ୍ରିତି ଚରିତ୍ର ପାଇଁ ମେକରଙ୍କ ପ୍ରଥମ ପସନ୍ଦ କିଆରା ନୁହେଁ ବରଂ ଆକାଂକ୍ଷା ଥିଲେ । ଏନେଇ ନିଜେ ଆକାଂକ୍ଷା ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ସେ ଏହି ଚରିତ୍ର ପାଇଁ ଅଡିସନ ମଧ୍ୟ ଦେଇଥିଲେ ହେଲେ କୌଣସି କାରଣ […]

କବୀର ସିଂ ଫିଲ୍ମ ଆଜି ବି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି । ଏଥିରେ କିଆରା ଓ ସାହିଦଙ୍କ କ୍ରେଜି ଅଭିନୟକୁ ଦର୍ଶକ ବେଶ୍ ଭଲ ପାଇବା ଦେଇଥିଲେ । ତେବେ ପ୍ରିତି ଚରିତ୍ର ପାଇଁ ମେକରଙ୍କ ପ୍ରଥମ ପସନ୍ଦ କିଆରା ନୁହେଁ ବରଂ ଆକାଂକ୍ଷା ଥିଲେ । ଏନେଇ ନିଜେ ଆକାଂକ୍ଷା ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ସେ ଏହି ଚରିତ୍ର ପାଇଁ ଅଡିସନ ମଧ୍ୟ ଦେଇଥିଲେ ହେଲେ କୌଣସି କାରଣ ପାଇଁ ତାଙ୍କ ହାତରୁ ଏହି ଫିଲ୍ମଟି ଚାଲି ଯାଇଥିଲା । ତେବେ ଏଥିପାଇଁ ତାଙ୍କୁ ଖୁବ ଦୁଃଖ ହୋଇଥିବା ଆକାଂକ୍ଷା ପ୍ରକାଶ କରିଛନ୍ତି । ସେ ଏହି ଚରିତ୍ର କରିବାକୁ ଖୁବ ଆଗ୍ରହୀ ଥିଲେ ଏବଂ ଏହା ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ମଧ୍ୟ ସାଜାଥାଆନ୍ତି । ହେଲେ ଏହା ତାଙ୍କ ଭାଗ୍ୟରେ ନଥିଲା ବୋଲି ଅଭିନେତ୍ରୀ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସେହିଭଳି ଫିଲ୍ମ କରଣ ଜୋହରଙ୍କ ଷ୍ଟୁଡେଣ୍ଟ ଅଫ ଦି ଇୟର ପାଇଁ ମଧ୍ୟ ସେ ଅଡିସନ ଦେବା ସହିତ ସଟ୍ ଲିଷ୍ଟ ହୋଇଥିଲେ । ହେଲେ ପରେ ଏହା ତାଙ୍କୁ ମିଳି ନଥିଲା । ତେବେ ଏହି ରିଜେକ୍ସନ୍ରୁ ସେ ବହୁତ କିଛି ଶିଖିଥିବା ପ୍ରକାଶ କରିଛନ୍ତି । ତାଙ୍କୁ ଏଗୁଡିକ କ୍ୟାରିୟରରେ ଅନେକ ସହାୟତା କରିଛି । ଆକାଂକ୍ଷାଙ୍କୁ ପ୍ରଥମଥର ପାଇଁ ୨୦୨୦ରେ ଫିଲ୍ମ ଗିଲଫ୍ରେ ଦେଖିବାକୁ ମିଳିଥିଲା । ତାଙ୍କୁ ଆଗକୁ ଏକ ତେଲୁଗୁ ଫିଲ୍ମରେ ଦେଖିବାକୁ ମିଳିବ । ବର୍ତ୍ତମାନ ଖୁବ ପରିଶ୍ରମ କରିବା ସହିତ ଆଗକୁ କ୍ୟାରିୟରରେ ଖୁବ ଆଗକୁ ଯିବାକୁ ଲକ୍ଷ ରଖିଛନ୍ତି ଆକାଂକ୍ଷା ।