ପ୍ରଥମ ଭାଷଣରେ ରାହୁଲଙ୍କୁ ନେଇ ଭିନେଶ ଫୋଗଟ କହିଲେ ଏମିତି…

ଚଣ୍ଡୀଗଡ଼,୯ା୯: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ୍‌ ବାଜି ସାରିଛି। ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଜୁଲାନା ଆସନରୁ ମହିଳା ରେସ୍‌ଲର ଭିନେଶ ଫୋଗଟଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ନେଇଛି। ଭିନେଶ ମଧ୍ୟ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଏହି ସମୟରେ ସେ ତାଙ୍କ ଶାଶୁଘର ବଖ୍‌ତାଖେଡାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ, ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ବହୁତ ସମ୍ମାନ କରନ୍ତି। […] The post ପ୍ରଥମ ଭାଷଣରେ ରାହୁଲଙ୍କୁ ନେଇ ଭିନେଶ ଫୋଗଟ କହିଲେ ଏମିତି… appeared first on Dharitri Odia News.

ପ୍ରଥମ ଭାଷଣରେ ରାହୁଲଙ୍କୁ ନେଇ ଭିନେଶ ଫୋଗଟ କହିଲେ ଏମିତି…

ଚଣ୍ଡୀଗଡ଼,୯ା୯: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ୍‌ ବାଜି ସାରିଛି। ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଜୁଲାନା ଆସନରୁ ମହିଳା ରେସ୍‌ଲର ଭିନେଶ ଫୋଗଟଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ନେଇଛି। ଭିନେଶ ମଧ୍ୟ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି।

ଏହି ସମୟରେ ସେ ତାଙ୍କ ଶାଶୁଘର ବଖ୍‌ତାଖେଡାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ, ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ବହୁତ ସମ୍ମାନ କରନ୍ତି।

ରାହୁଲଙ୍କୁ ପ୍ରଶଂସା କରି ଭିନେଶ କହିଛନ୍ତି, ‘ମୁଁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ବହୁତ ସମ୍ମାନ କରେ। ମୁଁ ଦେଖିଛି ଯେ, ସେ ଗତ ଦୁଇ-ତିନି ବର୍ଷ ଧରି ରାସ୍ତାକୁ ବାହାରିଛନ୍ତି। ଏହି ସମୟ ମଧ୍ୟରେ, ସେ ପ୍ରତ୍ୟେକ ମଣିଷ ସହିତ କଥାବାର୍ତ୍ତା କରୁଛନ୍ତି ଏବଂ ସେମାନଙ୍କର ଯନ୍ତ୍ରଣା ବୁଝିବାକୁ ଚେଷ୍ଟା କରୁଛନ୍ତି।

ଜୁଲାନାରୁ ପ୍ରାର୍ଥୀ ହୋଇ ଭିନେଶ କହିଛନ୍ତି, ମୋତେ ବହୁତ ଭଲ ଲାଗୁଛି। ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି, ଯେଉଁ ଦାୟିତ୍ୱ ଦେଇ ମୋତେ କଂଗ୍ରେସ ଏଠାକୁ ପଠାଇଛି ତାହା ମୁଁ ପାଳନ କରିବି। ଲୋକମାନେ ମଧ୍ୟ ବହୁତ ସ୍ନେହ, ଶ୍ରଦ୍ଧା ଭଲପାଇବା ଦେଉଛନ୍ତି। ମୋତେ ସମର୍ଥନ କରୁଛନ୍ତି ଏବଂ ଲୋକଙ୍କ ଦୃଷ୍ଟିରେ ମୁଁ ଜଣେ ବିଜେତା, ଏହାଛଡ଼ା ଆଉ କିଛି ହୋଇପାରିବ ନାହିଁ।

The post ପ୍ରଥମ ଭାଷଣରେ ରାହୁଲଙ୍କୁ ନେଇ ଭିନେଶ ଫୋଗଟ କହିଲେ ଏମିତି… appeared first on Dharitri Odia News.