ପ୍ରଥମ ମ୍ୟାଚ୍ରେ ମୁମ୍ବାଇର ପରାଜୟ ଧାରା ଜାରି
ଚେନ୍ନାଇ,୨୩ା୩: ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ପରାସ୍ତ କରିଛନ୍ତି। ୧୫୬ ରନ୍ର ଟାର୍ଗେଟକୁ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ରାଚିନ ରବୀନ୍ଦ୍ରଙ୍କ ଅର୍ଦ୍ଧଶତକ ବଳରେ ୧୯.୧ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ପରାଜୟ ସହ ଆଇପିଏଲରେ ମୁମ୍ବାଇର ପ୍ରଥମ ମ୍ୟାଚ ହାରିବା ଧାରା ଜାରି ରହିଛି। ଦଳ ଲଗାତର ଗତ ୧୩ଟି […] The post ପ୍ରଥମ ମ୍ୟାଚ୍ରେ ମୁମ୍ବାଇର ପରାଜୟ ଧାରା ଜାରି appeared first on Dharitri Odia News.
ଚେନ୍ନାଇ,୨୩ା୩: ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ପରାସ୍ତ କରିଛନ୍ତି। ୧୫୬ ରନ୍ର ଟାର୍ଗେଟକୁ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ରାଚିନ ରବୀନ୍ଦ୍ରଙ୍କ ଅର୍ଦ୍ଧଶତକ ବଳରେ ୧୯.୧ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ପରାଜୟ ସହ ଆଇପିଏଲରେ ମୁମ୍ବାଇର ପ୍ରଥମ ମ୍ୟାଚ ହାରିବା ଧାରା ଜାରି ରହିଛି। ଦଳ ଲଗାତର ଗତ ୧୩ଟି ସିଜନରେ ପ୍ରଥମ ମ୍ୟାଚକୁ ଜିତିବାରେ ବିଫଳ ହୋଇଛି।
ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ତିଲକ ବର୍ମା ୩୧, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ଓ ଦୀପକ ଚହର ୨୮ ରନ କରିଥିଲେ। ସିଏସ୍କେ ପକ୍ଷରୁ ନୁର ଅହମ୍ମଦ ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ୩ଟି ଉଇକେଟ ହାତେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଥନ ଏଲିସ ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ଉଇକେଟ୍ ଅକ୍ତିଆର କରିଥିଲେ।
ଜବାବରେ ଚେନ୍ନାଇ ୧୯.୧ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଋତୁରାଜ ୨୬ ବଲରେ ୬ ଚୌକା ଓ ୩ ଛକା ସହିତ ୫୩ ରନ କରିଥିବା ବେଳେ ରାଚିନ ୪୫ ବଲରେ ୨ ଚୌକା ଓ ୪ ଛକା ସହିତ ୬୫ ରନ କରି ଅପରାଜିତ ରହି ମ୍ୟାଚ ଜିତାଇଥିଲେ।
The post ପ୍ରଥମ ମ୍ୟାଚ୍ରେ ମୁମ୍ବାଇର ପରାଜୟ ଧାରା ଜାରି appeared first on Dharitri Odia News.