ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୩୮,୪୪୭ ମାମଲାର ହେଲା ସମାଧାନ

ଭୁବନେଶ୍ୱର,୯ା୩(ଅସମାପିକା ସାହୁ): ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଛି । ଜିଲା ଓ ଦୌରାଜଜ୍‌ ତଥା ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ଟାଙ୍ଗୀ ଓ ବେଗୁନିଆସ୍ଥିତ ବିଚାର ବିଭାଗୀୟ ଅଦାଲତ ପରିସରରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏଥିରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ୍‌ ବାଉନ୍ସ, ମୋଟର ଯାନ ଦୁର୍ଘଟଣା, […] The post ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୩୮,୪୪୭ ମାମଲାର ହେଲା ସମାଧାନ appeared first on Dharitri Odia News.

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୩୮,୪୪୭ ମାମଲାର ହେଲା ସମାଧାନ

ଭୁବନେଶ୍ୱର,୯ା୩(ଅସମାପିକା ସାହୁ): ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଛି । ଜିଲା ଓ ଦୌରାଜଜ୍‌ ତଥା ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ଟାଙ୍ଗୀ ଓ ବେଗୁନିଆସ୍ଥିତ ବିଚାର ବିଭାଗୀୟ ଅଦାଲତ ପରିସରରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏଥିରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ୍‌ ବାଉନ୍ସ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ, ଶ୍ରମ ଓ ବିଦ୍ୟୁତ୍‌, ପାରିବାରିକ ଏବଂ ବୈବାହିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ବ, ଖାଉଟି ବ୍ୟାପାର ଭଳି ବହୁ ଜନ ଉପଯୋଗୀ ମାମଲାର ବିଚାର ହୋଇଥିଲା।

ବିଭିନ୍ନ ଅଦାଲତରେ ଆଗତ ୫୭ ହଜାର ୮୨୪ଟି ମାମଲା ମଧ୍ୟରୁ ସର୍ବମୋଟ୍‌ ୩୮ ହଜାର ୪୪୭ଟି ମାମଲାର ଚୂଡାନ୍ତ ଫଇସଲା ଆପୋଷ ଆଲୋଚନା ମାଧ୍ୟମରେ ହୋଇଥିଲା। ଏହି ମାମଲାଗୁଡ଼ିକରୁ ସମୁଦାୟ ୧୧ କୋଟି ୯୬ଲକ୍ଷ ୬୩ ହଜାର ୫୦୪ ଟଙ୍କା ଜରିମାନା ଏବଂ ରାଜସ୍ବ ଆଦାୟ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତିନାମା ସାକ୍ଷରିତ ହୋଇଥିଲା। ଏଥିରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ବ ଅଧିକାରୀ, ଆଇନଜୀବୀ, କୋର୍ଟ ମ୍ୟାନେଜର, ଅଦାଲତ କର୍ମଚାରୀ, ପ୍ରାଧିକରଣଙ୍କ କର୍ମଚାରୀ, ଡିଫେନ୍ସ କାଉନସିଲ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଜଜ୍‌ ତଥା ଜିଲା ଆଇନସେବା ପ୍ରାଧିକରଣ ସଚିବ ସୌଦାମିନୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

The post ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୩୮,୪୪୭ ମାମଲାର ହେଲା ସମାଧାନ appeared first on Dharitri Odia News.