ପ୍ରଥମଥର ମାନିଲା ପାକିସ୍ତାନ, ବେଲୁଚିସ୍ତାନ ମାଗୁଛି ସ୍ବାଧୀନତା

ଇସଲାମାବାଦ,୨୮ା୧: ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ କୌଣସି ରାଜନୈତିକ ନେତା ସ୍ବୀକାର କରିଛନ୍ତି ଯେ, ବେଲୁଚିସ୍ତାନର ଲୋକମାନେ ସ୍ବାଧୀନତା ଦାବି କରୁଛନ୍ତି। ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନଓ୍ବରୁଲ ହକ୍‌ କାକର ସ୍ବୀକାର କରିଛନ୍ତି ଯେ, ବେଲୁଚିସ୍ତାନର ଲୋକମାନେ କେବଳ ପାକିସ୍ତାନ ଉପରେ ଅସନ୍ତୁଷ୍ଟ ନୁହନ୍ତି ବରଂ ଏକ ସ୍ବାଧୀନ ରାଷ୍ଟ୍ର ଦାବି କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବେଲୁଚିସ୍ତାନରେ ବାଧ୍ୟତାମୂଳକ ନିଖୋଜ ହେବାର ଜଟିଳ ପ୍ରସଙ୍ଗରେ କାକର ଏକ ସାକ୍ଷାତକାରରେ ମଧ୍ୟ କହିଛନ୍ତି। ଏହି ମାମଲାଗୁଡ଼ିକର ସମାଧାନରେ […] The post ପ୍ରଥମଥର ମାନିଲା ପାକିସ୍ତାନ, ବେଲୁଚିସ୍ତାନ ମାଗୁଛି ସ୍ବାଧୀନତା appeared first on Dharitri Odia News.

ପ୍ରଥମଥର ମାନିଲା ପାକିସ୍ତାନ, ବେଲୁଚିସ୍ତାନ ମାଗୁଛି ସ୍ବାଧୀନତା

ଇସଲାମାବାଦ,୨୮ା୧: ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ କୌଣସି ରାଜନୈତିକ ନେତା ସ୍ବୀକାର କରିଛନ୍ତି ଯେ, ବେଲୁଚିସ୍ତାନର ଲୋକମାନେ ସ୍ବାଧୀନତା ଦାବି କରୁଛନ୍ତି। ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନଓ୍ବରୁଲ ହକ୍‌ କାକର ସ୍ବୀକାର କରିଛନ୍ତି ଯେ, ବେଲୁଚିସ୍ତାନର ଲୋକମାନେ କେବଳ ପାକିସ୍ତାନ ଉପରେ ଅସନ୍ତୁଷ୍ଟ ନୁହନ୍ତି ବରଂ ଏକ ସ୍ବାଧୀନ ରାଷ୍ଟ୍ର ଦାବି କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବେଲୁଚିସ୍ତାନରେ ବାଧ୍ୟତାମୂଳକ ନିଖୋଜ ହେବାର ଜଟିଳ ପ୍ରସଙ୍ଗରେ କାକର ଏକ ସାକ୍ଷାତକାରରେ ମଧ୍ୟ କହିଛନ୍ତି। ଏହି ମାମଲାଗୁଡ଼ିକର ସମାଧାନରେ ସମ୍ମୁଖୀନ ହୋଇଥିବା ଆହ୍ବାନକୁ ପାକ୍‌ ପ୍ରଧାନମନ୍ତ୍ରୀ ସ୍ବୀକାର କରିଛନ୍ତି ଏବଂ ନିଖୋଜ ବ୍ୟକ୍ତିଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଧ୍ୟାନ ଦେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ, ବେଲୁଚିସ୍ତାନରେ ଅସନ୍ତୋଷର ମୂଳ ହେଉଛି ଏକ ଅଲଗା ବେଲୁଚି ପରିଚୟ। ତେବେ ପୂର୍ବ ପାକିସ୍ତାନୀ ପ୍ରଶାସନ ଏହାକୁ କଦାପି ଗ୍ରହଣ କରି ନ ଥିଲା।

The post ପ୍ରଥମଥର ମାନିଲା ପାକିସ୍ତାନ, ବେଲୁଚିସ୍ତାନ ମାଗୁଛି ସ୍ବାଧୀନତା appeared first on Dharitri Odia News.