ପ୍ରଥମେ କଳି କଲେ ଆଉ ତା’ପରେ ମନ୍ଦିର ଗଲେ…
ଭୁବନେଶ୍ୱର,୩୦।୯: ତେଜିଲା ଭୁବନେଶ୍ବର ବିଜେଡି କଳି। ଭୁବନେଶ୍ବର ବିଜେଡିର ଭିତିରି କଳି ଏବେ ପଦାରେ ପଡିଛି। ଏନେଇ ଏକାଠି ହୋଇଛନ୍ତି ୨୫/୩୦ ବିଜେଡି କର୍ପୋରେଟର୍। ଏହି ସମସ୍ତେ ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟର। ସୋମବାର ଗୋଟିଏ ବସରେ ସମସ୍ତେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଛନ୍ତି। ହେଲେ ଏମାନଙ୍କ ସହ ବିରଞ୍ଚି ଏବଂ ଅମରେଶ ଜେନାଙ୍କ ଗୋଷ୍ଠୀ ଯାଇ ନାହାନ୍ତି। ଶୁକ୍ରବାର ଗୋଟିଏ ପଟେ ବିଏମସି କର୍ପୋରେସନ ବୈଠକ ଚାଲିଥିବାବେଳେ ଅନ୍ୟପଟେ କର୍ପୋରେସନ ବୈଠକ ବସିଥିଲା। […] The post ପ୍ରଥମେ କଳି କଲେ ଆଉ ତା’ପରେ ମନ୍ଦିର ଗଲେ… appeared first on Dharitri Odia News.
ଭୁବନେଶ୍ୱର,୩୦।୯: ତେଜିଲା ଭୁବନେଶ୍ବର ବିଜେଡି କଳି। ଭୁବନେଶ୍ବର ବିଜେଡିର ଭିତିରି କଳି ଏବେ ପଦାରେ ପଡିଛି। ଏନେଇ ଏକାଠି ହୋଇଛନ୍ତି ୨୫/୩୦ ବିଜେଡି କର୍ପୋରେଟର୍। ଏହି ସମସ୍ତେ ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟର। ସୋମବାର ଗୋଟିଏ ବସରେ ସମସ୍ତେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଛନ୍ତି। ହେଲେ ଏମାନଙ୍କ ସହ ବିରଞ୍ଚି ଏବଂ ଅମରେଶ ଜେନାଙ୍କ ଗୋଷ୍ଠୀ ଯାଇ ନାହାନ୍ତି।
ଶୁକ୍ରବାର ଗୋଟିଏ ପଟେ ବିଏମସି କର୍ପୋରେସନ ବୈଠକ ଚାଲିଥିବାବେଳେ ଅନ୍ୟପଟେ କର୍ପୋରେସନ ବୈଠକ ବସିଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି କର୍ପୋରେସନ ବୈଠକକୁ ବିଜେଡିର ପ୍ରାୟ ୪୦ ଜଣ କର୍ପୋରେଟର ଯାଇ ନ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ଏକ ସ୍ଥାନରେ ଏକାଠି ବସିଥିଲେ। ଏତେ ସଂଖ୍ୟାରେ କର୍ପେରେଟର ବିଏମ୍ସି ବେଠକକୁ ନ ଆସିବା ଏକ ବିଦ୍ରୋହର ସଂଙ୍କେତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ବିଏମସି କର୍ପୋରେସନ ବୈଠକରେ ଅଧାରୁ ଅଧିକ କର୍ପୋରେଟର ଯୋଗ ନଦେଇ ସମାନ୍ତରାଳ ଭାବେ ବେଠକ କରିବା ଦଳୀୟ କନ୍ଦଳ ଆଡ଼କୁ ଇସାରା କରୁଛି।
The post ପ୍ରଥମେ କଳି କଲେ ଆଉ ତା’ପରେ ମନ୍ଦିର ଗଲେ… appeared first on Dharitri Odia News.