ପ୍ରଥମେ ଖେଳିଲେ ହୋଲି ଏବେ ଅସହ୍ୟ ତାତିରେ ସୂତାବସ୍ତ୍ର ପିନ୍ଧିଲେ ରାମଲାଲା
ନୂଆଦିଲ୍ଲୀ : ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ଧୀରେ ଧୀରେ ବୃଦ୍ଧି ପାଉଛି ତାପମାତ୍ରା । ଏହାକୁ ଧ୍ୟାନରେ ରଖି ଅଯୋଧ୍ୟାରେ ରାମଲାଲା ପିନ୍ଧିଲେ ସୂତା ବସ୍ତ୍ର । ଆଜି ରାମଲାଲା ସୂତା ଆରାମଦାୟକ ହସ୍ତତନ୍ତ ସୂତା ପୋଷାକ ପିନ୍ଧିଥିଲେ । ରାମଲାଲା ସୂତା ବସ୍ତ୍ର ପରିଧାନ ନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସୋସିଆଲ ମିଡିଆ ଏକ୍ସରେ ଏହା ଫଟୋ ପୋଷ୍ଟ କରିଛି ଟ୍ରଷ୍ଟ । ଆଉ ସବୁଠୁ […] The post ପ୍ରଥମେ ଖେଳିଲେ ହୋଲି ଏବେ ଅସହ୍ୟ ତାତିରେ ସୂତାବସ୍ତ୍ର ପିନ୍ଧିଲେ ରାମଲାଲା appeared first on KNews Odisha.

ନୂଆଦିଲ୍ଲୀ : ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ଧୀରେ ଧୀରେ ବୃଦ୍ଧି ପାଉଛି ତାପମାତ୍ରା । ଏହାକୁ ଧ୍ୟାନରେ ରଖି ଅଯୋଧ୍ୟାରେ ରାମଲାଲା ପିନ୍ଧିଲେ ସୂତା ବସ୍ତ୍ର । ଆଜି ରାମଲାଲା ସୂତା ଆରାମଦାୟକ ହସ୍ତତନ୍ତ ସୂତା ପୋଷାକ ପିନ୍ଧିଥିଲେ । ରାମଲାଲା ସୂତା ବସ୍ତ୍ର ପରିଧାନ ନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସୋସିଆଲ ମିଡିଆ ଏକ୍ସରେ ଏହା ଫଟୋ ପୋଷ୍ଟ କରିଛି ଟ୍ରଷ୍ଟ । ଆଉ ସବୁଠୁ ବନ କଥା ହେଉଛି ରାମଲାଲାଙ୍କର ଏହି ବସ୍ତ୍ର ହସ୍ତତନ୍ତ ବୁଣା ମଲମଲ କପଡ଼ାରେ ନିର୍ମିତ ହୋଇଛି । ଆଉ ଏହି ବସ୍ତ୍ରରେ ପ୍ରକୃତିକ ନୀଳ ରଙ୍ଗ ଦିଆଯାଇଛି । ଏହାସହ ଗୋଟା ଫୁଲରେ ସୁସଜ୍ଜିତ କରାଯାଇଛି । ରାମଲାଲାଙ୍କର ସୁନ୍ଦର ଫଟୋଚିତ୍ର ସେୟାର କରାଯାଇଛି ।
Considering the arrival of the summer season and the rising temperatures, starting today, Bhagwan Shri Ramlala will be wearing cotton vastra.
The vastra that Prabhu is wearing today, is made of handloom cotton malmal, dyed with natural indigo, and adorned with gotta flowers.… pic.twitter.com/BtDyzQXYgp
— Shri Ram Janmbhoomi Teerth Kshetra (@ShriRamTeerth) March 30, 2024
ସେହିଭଳି ରାମଲାଲା କିଛି ଦିନ ପୂର୍ବରୁ ତାଙ୍କ ଭକ୍ତଙ୍କ ସହ ହୋଲି ଖେଳିଥିଲେ । ୪୯୫ ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭବ୍ୟ ରାମ ମନ୍ଦିରରେ ହୋଲି ଖେଳିଥିଲେ ରାମଲାଲା । ବର୍ତ୍ତମାନ ଭଗବାନ ରାମଲାଲାଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ଏପ୍ରିଲ୍ ୧୭ ରାମନବମୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁଖ୍ୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଏବଂ ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରାମ ଜନ୍ମଭୂମି ପରିସରର ସୁରକ୍ଷା ଏବଂ ରାମନବମୀ ମେଳା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ତେବେ ଏଥର ରାମନବମୀରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯିବ । ଏହି ବୈଠକରେ ରାମଜନ୍ମଭୂମି ପରିସରର ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
The post ପ୍ରଥମେ ଖେଳିଲେ ହୋଲି ଏବେ ଅସହ୍ୟ ତାତିରେ ସୂତାବସ୍ତ୍ର ପିନ୍ଧିଲେ ରାମଲାଲା appeared first on KNews Odisha.