ପ୍ରଥମେ ଚାକରାଣୀଙ୍କ ସହ ଝଗଡ଼ା, ପରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼…ପୋଲିସ କଲା ବଡ଼ ଖୁଲାସା!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ବଡ଼ ଖୁଲାସା। ଛୁରାମାଡ଼ କରିବା ପୂର୍ବରୁ ଘରେ କାମ କରୁଥିବା ଚାକରାଣୀଙ୍କ ସହ ଆକ୍ରମଣକାରୀଙ୍କ ବଚସା ହୋଇଥିଲା। ଅଭିନେତା ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବା ବେଳେ ସେ ଉତକ୍ଷିପ୍ତ ହୋଇଯାଇ ତାଙ୍କୁ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ ସେ ଚାକରାଣୀଙ୍କୁ ମଧ୍ୟ ଛୁରାମାଡ଼ କରିଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଏବେ ତାଙ୍କର ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଚାକରାଣୀଙ୍କ […] The post ପ୍ରଥମେ ଚାକରାଣୀଙ୍କ ସହ ଝଗଡ଼ା, ପରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼…ପୋଲିସ କଲା ବଡ଼ ଖୁଲାସା! appeared first on Dharitri Odia News.

ପ୍ରଥମେ ଚାକରାଣୀଙ୍କ ସହ ଝଗଡ଼ା, ପରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼…ପୋଲିସ କଲା ବଡ଼ ଖୁଲାସା!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ବଡ଼ ଖୁଲାସା। ଛୁରାମାଡ଼ କରିବା ପୂର୍ବରୁ ଘରେ କାମ କରୁଥିବା ଚାକରାଣୀଙ୍କ ସହ ଆକ୍ରମଣକାରୀଙ୍କ ବଚସା ହୋଇଥିଲା। ଅଭିନେତା ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବା ବେଳେ ସେ ଉତକ୍ଷିପ୍ତ ହୋଇଯାଇ ତାଙ୍କୁ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ ସେ ଚାକରାଣୀଙ୍କୁ ମଧ୍ୟ ଛୁରାମାଡ଼ କରିଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଏବେ ତାଙ୍କର ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।

ଚାକରାଣୀଙ୍କ ସମ୍ପୃକ୍ତିକୁ ନେଇ ପୋଲିସ ସନ୍ଦେହ ପ୍ରକାଶ କରିଛି। ସେ ସମ୍ପୃକ୍ତ ଯୁବକଙ୍କୁ ଏଣ୍ଟ୍ରି କରାଇଛନ୍ତି କି ନାହିଁ ସେ ନେଇ ପୋଲିସ ତାଙ୍କୁ ପଚରାଉଚରା କରିପାରେ। ଏବେ ତାଙ୍କର ଚିକିିତ୍ସା ଜାରି ରହିଥିବାରୁ ଅପେକ୍ଷା କରାଯାଉଛି।

ଗୁରୁବାର ସକାଳ ୩ଟାରେ ଆକ୍ରମଣ କରି ଦୁର୍ବୃତ୍ତଜଣଙ୍କ ଫେରାର ହୋଇଯାଇଥିଲେ। ପରେ ଅଭିନେତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ପୋଲିସ ଏବେ ମାମଲାର ଯାଞ୍ଚ କରୁଛି। କ୍ରାଇମବ୍ରାଞ୍ଚ ଟିମ୍‌ ସୈଫଙ୍କ ଘରେ କାମ କରୁଥିବା ୩ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନେକ କର୍ମଚାରୀଙ୍କ ମୋବାଇଲ ଫୋନ ଜବତ କରାଯାଇଛି।

The post ପ୍ରଥମେ ଚାକରାଣୀଙ୍କ ସହ ଝଗଡ଼ା, ପରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼…ପୋଲିସ କଲା ବଡ଼ ଖୁଲାସା! appeared first on Dharitri Odia News.