ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ମୋର ଥିଲା, କିନ୍ତୁ..., ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ କହିଲେ ରୋହିତ

ବେଙ୍ଗାଲୁରୁ: ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇଯିବା ପରେ ଦ୍ଵିତୀୟ ଦିନର ଖେଳ ଭାରତ ପାଇଁ ଦୁଃସ୍ଵପ୍ନ ପାଲଟିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ମାତ୍ର ୪୭ ରନରେ ଅଲଆଉଟ ହୋଇଛି। ପ୍ରଥମ ଦିନର ଖେଳ ଶେଷ ପରେ ଭାରତୀୟ ଅଧିନାୟକ ନିଜର ଭୁଲ୍ ମାନିଛନ୍ତି। ଦ୍ଵିତୀୟ ଦିନର ଖେଳ ଶେଷ ପରେ ରୋହିତ ଶର୍ମା ଖୋଦ୍ ପ୍ରେସ୍ କନଫରେନ୍ସ କରିଛନ୍ତି। ଦଳର ସ୍ଥିତି ଦେଖି ଦୁଃଖିତ ରୋହିତ କହିଛନ୍ତି, ଏମିତି କମ ସ୍କୋର ଦେଖି କଷ୍ଟ ଲାଗୁଛି। ସେ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ, ପ୍ରଥମେ ବ୍ୟାଟିଂ କରିବା ତାଙ୍କର ଏହି ନିର୍ଣ୍ଣୟ ଓଲଟା ପଡ଼ିଛି। ତଥାପି ସେ ଜୋର ଦେଇଛନ୍ତି ଯେ, ଗୋଟିଏ ବର୍ଷରେ ଗୋଟିଏ ଦୁଇଟି ଭୁଲ ନିର୍ଣ୍ଣୟକୁ ସ୍ଵୀକାର କରିବାକୁ ପଡ଼ିବ। ରୋହିତ ନିଜର ଭୁଲ ସ୍ଵୀକାର କରିଛନ୍ତି ଯେ, ସେ ପିଚ୍‌କୁ ପଢିବାରେ ଭୁଲ୍ କରିଛନ୍ତି। ସେ କହିଛନ୍ତି, ଆମେ ଚିନ୍ତା କରିଥିଲୁ ପ୍ରଥମ ସେସନ ପରେ ପିଚ୍‌ରେ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ରହିବ ନାହିଁ। କାରଣ ପିଚ୍‌ରେ ଅଧିକ ଘାସ ନ ଥିଲା। ଆମେ ଭାବିଥିଲୁ ପିଚ୍ ଫ୍ଲାଟ୍ ରହିବ। ମୋଟାମୋଟି ଭାବେ ମୋର ନିଷ୍ପତ୍ତି ଭୁଲ୍ ଥିଲା ବୋଲି ରୋହିତ କହିଛନ୍ତି। ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ନିଜର ଘରୋଇ ମାଟିରେ ସର୍ବନିମ୍ନ ସ୍କୋର ୪୬ରେ ଅଲଆଉଟ୍ ହୋ

ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ମୋର ଥିଲା, କିନ୍ତୁ..., ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ କହିଲେ ରୋହିତ

ବେଙ୍ଗାଲୁରୁ: ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇଯିବା ପରେ ଦ୍ଵିତୀୟ ଦିନର ଖେଳ ଭାରତ ପାଇଁ ଦୁଃସ୍ଵପ୍ନ ପାଲଟିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ମାତ୍ର ୪୭ ରନରେ ଅଲଆଉଟ ହୋଇଛି। ପ୍ରଥମ ଦିନର ଖେଳ ଶେଷ ପରେ ଭାରତୀୟ ଅଧିନାୟକ ନିଜର ଭୁଲ୍ ମାନିଛନ୍ତି। 

ଦ୍ଵିତୀୟ ଦିନର ଖେଳ ଶେଷ ପରେ ରୋହିତ ଶର୍ମା ଖୋଦ୍ ପ୍ରେସ୍ କନଫରେନ୍ସ କରିଛନ୍ତି। ଦଳର ସ୍ଥିତି ଦେଖି ଦୁଃଖିତ ରୋହିତ କହିଛନ୍ତି, ଏମିତି କମ ସ୍କୋର ଦେଖି କଷ୍ଟ ଲାଗୁଛି। ସେ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ, ପ୍ରଥମେ ବ୍ୟାଟିଂ କରିବା ତାଙ୍କର ଏହି ନିର୍ଣ୍ଣୟ ଓଲଟା ପଡ଼ିଛି। ତଥାପି ସେ ଜୋର ଦେଇଛନ୍ତି ଯେ, ଗୋଟିଏ ବର୍ଷରେ ଗୋଟିଏ ଦୁଇଟି ଭୁଲ ନିର୍ଣ୍ଣୟକୁ ସ୍ଵୀକାର କରିବାକୁ ପଡ଼ିବ। 

ରୋହିତ ନିଜର ଭୁଲ ସ୍ଵୀକାର କରିଛନ୍ତି ଯେ, ସେ ପିଚ୍‌କୁ ପଢିବାରେ ଭୁଲ୍ କରିଛନ୍ତି। ସେ କହିଛନ୍ତି, ଆମେ ଚିନ୍ତା କରିଥିଲୁ ପ୍ରଥମ ସେସନ ପରେ ପିଚ୍‌ରେ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ରହିବ ନାହିଁ। କାରଣ ପିଚ୍‌ରେ ଅଧିକ ଘାସ ନ ଥିଲା। ଆମେ ଭାବିଥିଲୁ ପିଚ୍ ଫ୍ଲାଟ୍ ରହିବ। ମୋଟାମୋଟି ଭାବେ ମୋର ନିଷ୍ପତ୍ତି ଭୁଲ୍ ଥିଲା ବୋଲି ରୋହିତ କହିଛନ୍ତି। 

ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ନିଜର ଘରୋଇ ମାଟିରେ ସର୍ବନିମ୍ନ ସ୍କୋର ୪୬ରେ ଅଲଆଉଟ୍ ହୋଇଛି। ନିଜର ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ହେଉଛି ଭାରତର ତୃତୀୟ  ସର୍ବନିମ୍ନ ସ୍କୋର। ୨୦୨୦ ପିଙ୍କ ବଲ୍ ଟେଷ୍ଟରେ ଭାରତ ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପୂର୍ବରୁ ୧୯୭୪ରେ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଭାରତ ୪୨ ରନରେ ଅଲଆଉଟ୍ ହୋଇଥିଲା। ତେବେ ଭାରତର ଘରୋଇ ମାଟିରେ ସର୍ବନିମ୍ନ ସ୍କୋର ୬୨ ଥିଲା, ଯାହା ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ କରିଥିଲା। ଆଉ ଆଜି ଏହି ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ ଭାରତ ୪୬ ରନରେ ଅଲଆଉଟ୍ ହୋଇଛି। 

ଜବାବରେ କିଓ୍ଵି ଦଳ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୮୦ ରନ କରି ଦୃଢ ସ୍ଥିତିରେ ରହିଛି। ରଚିନ ରବୀନ୍ଦ୍ର ୨୨ ରନ ଓ ଡାରିଲ ଚିଚେଲ୍ ୧୪ ରନ କରି କ୍ରିଜରେ ଅଛନ୍ତି। ନ୍ୟୁଜିଲାଣ୍ଡ ହାତରେ ଆଉ ୭ ଓ୍ଵିକେଟ୍ ଥାଇ ୧୩୪ ରନର ଅଗ୍ରଣୀ ହାସଲ କରିଛି। ଭ୍ରମଣକାରୀ ଦଲ ପକ୍ଷରୁ ଡେଭନ କନଓ୍ଵେ ୯୧ ରନର ଦମଦାର ଇନିଂସ ଖେଳି ଆଉଟ୍ ହୋଇଛନ୍ତି।ବେଙ୍ଗାଲୁରୁ ଟେଷ୍ଟରେ ଏବେ ବ୍ୟାକଫୁଟ୍‌ରେ ଭାରତୀୟ ଦଳ।