ପ୍ରଥମେ ରାଗିଲେ, ପରେ ହସିଲେ
ନୂଆଦିଲ୍ଲୀ,୨୮ା୬: ପାର୍ଲାମେଣ୍ଟ ଅଧିବେଶନର ପଞ୍ଚମ ଦିନରେ ଲୋକ ସଭାରେ ନିଟ୍ ପ୍ରସଙ୍ଗ ଜୋରଦାର ହୋଇଥିଲା। ଲୋକ ସଭାରେ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ନିଟ୍ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଉକ୍ତ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକାର୍ଯ୍ୟ ମୁଲତବୀ ରଖିବାକୁ ପଡ଼ିଲା। ଯେତେବେଳେ ଲୋକ ସଭା ପୁଣି ଆରମ୍ଭ ହେଲା ସେତେବେଳେ ବାଚସ୍ପତି ଓମ୍ ବିର୍ଲା ତାଙ୍କ ଆସନରେ ବସିଥିଲେ। ବିରୋଧୀ ପୁନର୍ବାର ନିଟ୍କୁ ନେଇ ହୋ-ହଲ୍ଲା ଆରମ୍ଭ କରିଥିଲେ। ପ୍ରଥମେ […] The post ପ୍ରଥମେ ରାଗିଲେ, ପରେ ହସିଲେ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୬: ପାର୍ଲାମେଣ୍ଟ ଅଧିବେଶନର ପଞ୍ଚମ ଦିନରେ ଲୋକ ସଭାରେ ନିଟ୍ ପ୍ରସଙ୍ଗ ଜୋରଦାର ହୋଇଥିଲା। ଲୋକ ସଭାରେ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ନିଟ୍ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଉକ୍ତ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକାର୍ଯ୍ୟ ମୁଲତବୀ ରଖିବାକୁ ପଡ଼ିଲା। ଯେତେବେଳେ ଲୋକ ସଭା ପୁଣି ଆରମ୍ଭ ହେଲା ସେତେବେଳେ ବାଚସ୍ପତି ଓମ୍ ବିର୍ଲା ତାଙ୍କ ଆସନରେ ବସିଥିଲେ। ବିରୋଧୀ ପୁନର୍ବାର ନିଟ୍କୁ ନେଇ ହୋ-ହଲ୍ଲା ଆରମ୍ଭ କରିଥିଲେ। ପ୍ରଥମେ ବାଚସ୍ପତି ରାଗିଯାଇଥିଲେ ହେଁ ପରବର୍ତ୍ତୀ ମୁହୂର୍ତ୍ତରେ ହସିଥିଲେ।
ବାଚସ୍ପତି ତାଙ୍କ ଚେୟାରରେ ବସିବା ମାତ୍ରେ ବିରୋଧୀ ଏମ୍ପିମାନ ନିଜ ଆସନରୁ ଉଠି ହଟ୍ଟଗୋଳ କରିଥିଲେ। ଏହି ଦୃଶ୍ୟ ଦେଖି ବାଚସ୍ପତି ପ୍ରଥମେ ରାଗିଗଲେ ଏବଂ ପରେ ହସିବାକୁ ଲାଗିଲେ। ଏହି ସମୟରେ ସେ ବିରୋଧୀ ଏମ୍ପିମାନଙ୍କୁ ସମ୍ବୋଧିତ କରି କହିଥିଲେ, ‘ଗୋଟିଏ ମିନିଟ୍। ଏହା ଏକ ସମ୍ମାନଜନକ ସଦସ୍ୟଙ୍କ ଶପଥ। ପ୍ଲିଜ୍, ପ୍ଲିଜ୍। ଯେତେବେଳେ ଏମ୍ପିମାନ ମାନିଲେ ନାହିଁ ରାହୁଲଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ କହିଥିଲେ, ମାନନୀୟ ବିରୋଧୀ ଦଳର ନେତା, ଦୟାକରି ଏମାନଙ୍କୁ ବୁଝାନ୍ତୁ। କେତେବେଳେ ଉଠିବେ ଆଉ କେତେବେଳେ ବସିବେ। ଏହି କଥାକୁ ନେଇ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।
The post ପ୍ରଥମେ ରାଗିଲେ, ପରେ ହସିଲେ appeared first on Dharitri Odia News.